Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

କର୍ତ୍ତବ୍ୟର ପଥ

କର୍ତ୍ତବ୍ୟର ପଥ

1 min
194



ଅତି ଭୟାବହ ରେଲ ଦୁର୍ଘଟଣା


ଅକାଳ ମୃତ୍ୟୁ ଟି ତହିଁ ହେଲା କେତେ ଯେ


ଲୌହ ଦାନବ ର ରକ୍ତ ଭୋଜି କିବା 


ଚିନ୍ତା କଲେ ମନେ ତାହା ଦୁଃଖ ଦିଏ ଯେ !!


ମଲେ କେତେ ତହିଁ ଯୁବା ଓ ଯୁବତୀ


ବାଳକ ବାଳିକା ନ ଛାଡିଲା କାରେ ଯେ


ମଲେ ବୁଢ଼ା ବୁଢ଼ୀ ଲୌହ ଯମ ନେଲା 


ଅକାଳ ମୃତ୍ୟୁ ଅତି ଯନ୍ତ୍ରଣା ଦେଲା ଯେ !!


ଅଦୃଶ୍ୟ ତାଣ୍ଡବ ଲୌହ ସେ ଦାନବ 


ବାହାନଗା ହେଲା ସେ ରକ୍ତରଞ୍ଜିତ ଯେ


ହାହାକାର ରାବ କ୍ରନ୍ଦନର ସ୍ବର


ଉତ୍କଳ ଭୂମି ଏ ବାଲେଶ୍ଵର ଜିଲ୍ଲା ଯେ !!


ଆହାତ ଯାତ୍ରୀଙ୍କ ସୁରକ୍ଷାର ପାଇଁ 


ନାହଁ ଟି ବିଶ୍ରାମ ସେ ଡାକ୍ତର ପାଶେ ଯେ


କର୍ତ୍ତବ୍ୟ ଭୂଷିତ କାର୍ଯ୍ଯେ ଅବିରତ


ସଦା ରେଲ ମନ୍ତ୍ରୀ ଘଟଣାର ସ୍ଥଳେ ଯେ !!


ଦେଖି ଦୁର୍ଘଟଣା ପ୍ରଧାନ ଆହାତ


ଲୌହ ଦାନବର କର୍ମ ସେ ଦେଖିଲେ ଯେ


ଅକାଳ ମୃତ୍ୟୁ ସେ ଦେଖିଣ ଦୁଃଖିତ


ନିର୍ଦେଶ ଆହାତ ଯାତ୍ରୀଙ୍କ ସୁରକ୍ଷା ଯେ !!


ଦିବାରାତ୍ରି ରହି ରେଲ ମନ୍ତ୍ରୀ ଆମ


କରିଲେ ବୈଷ୍ଣବ ସବୁ ହିଁ ବ୍ୟବସ୍ଥା ଯେ


କର୍ତ୍ତବ୍ୟର କ୍ରୀତି ଗୁଞ୍ଜୁ ଅଛି ଆଜି 


ରେଲ ମନ୍ତ୍ରୀ ପରି ମନ୍ତ୍ରୀ ଆଉ ନାହିଁ ଯେ !!



Rate this content
Log in