ଶିକ୍ଷାଳୟ ହିଁ ଦଣ୍ଡ ମୁକ୍ତ
ଶିକ୍ଷାଳୟ ହିଁ ଦଣ୍ଡ ମୁକ୍ତ
ବିଦ୍ୟାଳୟରେ ଦଣ୍ଡ ମୁକ୍ତ
ଦଣ୍ଡ ନାହିଁ ବୋଲି ପିଲାଏ ଉନ୍ମୁକ୍ତ
ଖୋଲା ଖୋଲି ମୁକ୍ତ
ଦଣ୍ଡ ମୁକ୍ତ ଶିକ୍ଷାର୍ଥୀ
ସମ୍ପୂର୍ଣ୍ଣ ସ୍ଵାଧୀନ
ଦଣ୍ଡ ନାହିଁ ବୋଲି ସମ୍ପୂର୍ଣ୍ଣ ପରିଚିତ !!!
ବାପା ବି ଆଜି ନିରୁପାୟ
ଦଣ୍ଡ ଦେବାକୁ ହାତ ଯାଉ ନାହିଁ
କାହିଁକି ବା ସେ ହେବେ ଦଣ୍ଡାଧୀକାରୀ
ଘରୁ ବାହାରିଲେ ପରା ପିଲା ଯିବ ସେହି ଅଞ୍ଚଳକୁ
ଯେଉଁଠି ଦଣ୍ଡ ଫଣ୍ଡ କିଛି ବି ନାହିଁ
ସମୂର୍ଣ୍ଣ ଦଣ୍ଡରୁ ମୁକ୍ତି।
ପିଲା ବି ଜାଣିଛି ସେ ସମ୍ପୂର୍ଣ୍ଣ ସ୍ଵାଧୀନ
ଘର ହେଉ କି ବିଦ୍ୟାଳୟ
ମୋବାଇଲ୍ ହେଉ କି ହୋମ ୱାର୍କ
କିଛି ବା କରୁ ନ କରୁ
କେହି ଅଯଥା ଦଣ୍ଡି ପାରିବେନି,ନିୟମ ହେଇଛି!!!
କଟକଣା ଥିଲା ମୋବାଇଲ୍ ପାଇଁ
ଘରେ ବେଶି ସମୟ ଧରି ଟିପା ଟିପି କଲେ
ଘରର ମୂରବୀ ପାଟି କରୁ ଥିଲା
ବେଳେ ବେଳେ ତାଗିଦ୍ କରା ଯାଉଥିଲା
ମୋବାଇଲ୍ ଛୁ ନାଁ ,ଖରାପ୍ ହେଇଯିବ !!
ଏବେ ଅନଲାଇନ୍ କ୍ଲାସ୍ ହେଉଛି
ମୋବାଇଲ୍ ବି ପାଖରେ, ପାସୱାର୍ଡ ବି ଜଣା
ଟିପିବା ମନଇଚ୍ଛା, କ୍ଲାସ୍ ପରା ଚାଲିଛି !!
ଅନ୍ୟ କିଛି ଦେଖିବନି ବୋଲି ନିର୍ଦେଶ ଅଛି
ହେଲେ ମନ କଣ ବୁଝୁଛି !!!
କୋରୋନା ପରେ ଏବେ ଟାଣ ଖରା
ଖାଲି ଛୁଟି ଆଉ ଛୁଟି !!
ଛୁଟି ହେଲେ ଅନଲାଇନ୍ କ୍ଲାସ୍
ବିନା ଦଣ୍ଡରେ କ୍ଲାସ୍ ସବୁଠି ଚାଲିଛି
ସଭିଏଁ ଖୁସି, ବିନା ଦଣ୍ଡରେ ସବୁଠି ଶାନ୍ତି !
ଦଣ୍ଡ ନ ଥାଇ କ୍ଲାସ୍ ଚାଲୁଛି
ଭଲ ରେଜଲ୍ଟ ବି ହେଉଛି
ଶାନ୍ତି ଅଛି ଶିକ୍ଷାନୁଷ୍ଠାନରେ
ପିଲାଏ ବହୁତ ଖୁସି ,ବିନା ଦଣ୍ଡରେ ଶିକ୍ଷା
ବିନା କଟକଣା ରେ ମୋବାଇଲ୍ ଟିପା !!
ଦଣ୍ଡ କିନ୍ତୁ ବଳବତ୍ତର
ଅଫିସ୍ ଆଉ କୋର୍ଟ କଚେରୀରେ
ଏ ଅଞ୍ଚଳ ନୁହେଁ ଦଣ୍ଡ ମୁକ୍ତ
ନିର୍ଦ୍ଦୋଷ ହେଲେ ଦଣ୍ଡ ମୁକ୍ତ
ଦୋଷୀ ସାବସ୍ତ୍ୟ ହେଲେ ଦଣ୍ଡ ଯୁକ୍ତ
କେବଳ ଶିକ୍ଷାଳୟ ହିଁ ଦଣ୍ଡ ମୁକ୍ତ !!!
