STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଝୁଲି ଝୁଲି ହସେ ଚକାନୟନ

ଝୁଲି ଝୁଲି ହସେ ଚକାନୟନ

1 min
125


ଶୁଭେ ଭକ୍ତି ପ୍ରେମ ଶୁଭେ ଶଙ୍ଖନାଦ ଝୁଲି ଝୁଲି ଜଗା ହସେ


      ଶ୍ରଦ୍ଧା ଭକ୍ତି ପ୍ରୀତି ଭକ୍ତଙ୍କ ବିଶ୍ବାସ


        ସନ୍ଧ୍ୟାର ଦର୍ଶନେ ଦିଶେ !!


ଶ୍ୟାମଜନ୍ମବେଦୀ ସୁ ସଜ୍ଜିତ ଆଜି ସୁ ଶୋଭିତ ଦିବ୍ୟ ଦିଶେ


      ସୃଷ୍ଟିକର୍ତ୍ତାଙ୍କର ଝୁଲା ଝୁଲା ଦୃଶ୍ୟ


       ସଂସାର କଲ୍ୟାଣେ ଭାଷେ !!


ଶସ୍ୟ ପୂର୍ଣ୍ଣ ଭୂମି କରିବେ ଧରିତ୍ରୀ କୃଷକ ହୋଇବେ ଖୁସି


      ସୂର୍ଯ୍ୟଙ୍କ କିରଣ ହୋଇବ ସରସ


        ଶ୍ରଦ୍ଧାରେ ଚାଷକୁ ଚାଷୀ !!


ଶିକ୍ଷା ଜ୍ଞାନ ଦେବେ ପ୍ରଭୁ ଜଗନ୍ନାଥ ଦେବେ ଜନନୀର ଭାଷା


      ଶିକ୍ଷା ଶୁନ୍ୟ ଭୂମି ମାତୃଭାଷା ଶିକ୍ଷା


         ଶିକ୍ଷା ଓଡ଼ିଆ ଙ୍କ ଆଶା !!


ସମର୍ପଣ ମୁହିଁ କରିଛି ସର୍ବସ୍ୱ ଜନମ ବେଦୀରେ ଆଶା

      

      ସର୍ବଦା ଦେଖିବି ଝୁଲା ଝୁଲା ବେଶ


         ସୁ ମଧୁର ତୋର ହସ !!




Rate this content
Log in

Similar oriya poem from Abstract