ଶ୍ରାବଣ ଆସିଲା
ଶ୍ରାବଣ ଆସିଲା
ଆସେ ଶ୍ରାବଣ ଯାଏ ଆଷାଢ଼ କୃଷକ ଅତି ଖୁସି
ମନେ ରଖିଛି କେତେ କଳ୍ପନା ପତ୍ନୀକୁ କୁହେ ବସି ।
ଚାଷ କରିବା ବିଜ୍ଞାନ ମତେ ଫସଲ ହେବ ବେଶୀ
ଅଠର ବର୍ଷ ଝିଅଟି ଆମ ଚିନ୍ତା କରହେ ବସି ।
ମିଳି ମିଶିଟି କର୍ମ କରିବା ଧ୍ୟାନ ରଖିବା କାର୍ଯ୍ୟେ
ଭକ୍ତି ରଖିବା କର୍ମ କରିବା ସାଥେ ରହିବା ଧର୍ଯ୍ୟ ।
ଆତ୍ମା ବଳଟି ଅଟେ ବଡ଼ଟି ରହୁ କର୍ମର ପଥେ
ଜଗା କାଳିଆ ଆରାଧ୍ୟ ଆମ ଭକ୍ତି ରଖିବା ସାଥେ ।
ଖୁସି ଆନନ୍ଦେ ଚାଲ ବିଲକୁ ଶ୍ରାବଣ ଆସେ ଧାଇଁ
ଭିଜା ଭିଜାଟି ଖୁସିର ବର୍ଷା ଯିବା ରେ ଚାଷ ଭୁଇଁ ।
