STORYMIRROR

Suhana Pattanaik

Abstract

3  

Suhana Pattanaik

Abstract

ସ୍ବପ୍ନ ସକାଳର

ସ୍ବପ୍ନ ସକାଳର

1 min
169

ସ୍ବପ୍ନ ସବୁ ଆଜି ସର୍ତ୍ତ ଭଳି ଧକ୍କା ହେଉଛନ୍ତି,

ଜାଣିଣି କାହିଁକି ସବୁ ପରେ ବି ବାସ୍ ନିରବ ରହୁଛନ୍ତି।

ଏମିତି ହୋଇପାରନ୍ତା କି?

ଏମାନଙ୍କ ସନ୍ଧିରେ ମୋତେ ଫରକ ହିଁ ନ ପଡନ୍ତା,

ଏ ସଂପର୍କଟା କେତେ ବୋଝ ନା; ମୋତେ ସମ୍ଭାଳିବାକୁ ନ ପଡନ୍ତା। 

ମୁଁ ବି ପାରିବିନି, ମୋତେ ଆଶା ରଖି ଆଗକୁ ବଢନି ତୁମେ ମାନେ, 

ଛାଇ ଭଳି ମୁଁ ତୁମର ସାଦ୍ ଦେବାକୁ ହିଁ ଚାହିଁବି ନି।


କେତେ ଶୀଘ୍ର ସକାଳର ଆରମ୍ଭ ସାରା ରାତିର ସ୍ବପ୍ନକୁ ଛାରଖାର କରିଦିଏ!

ତଥାପି ଅପେକ୍ଷା ତାର!

କେତେ ଶୀଘ୍ର ସନ୍ଦେହ, ସ୍ୱତନ୍ତ୍ରତାର ସତା ଲିଭେଇ ନିଏ,

ତଥାପି ଅପେକ୍ଷା ତାର !!!

ଶାଢ଼ୀର ପସରାରେ ଜିନସ୍ ର ସବୁ ଢଙ୍ଗ ଲୁଚି ଚାଲିଛି,

ଏବେ ବି କାହାର ଅପେକ୍ଷା;

"ଝିଅ ! ମୋ ପାଟ ଆଜି ବି ତୋ‌ ଲାଗି ସାଇତା ହୋଇ ରହିଛି"!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract