STORYMIRROR

Suhana Pattanaik

Abstract Drama Tragedy

3  

Suhana Pattanaik

Abstract Drama Tragedy

ଲୁହର କାରଣ (ବୋଧହୁଏ)

ଲୁହର କାରଣ (ବୋଧହୁଏ)

1 min
261

ମୋ ହସର ଓଜନକୁ ବୋଧହୁଏ ମୋ ଓଠ ସମ୍ଭାଳି ପାରୁନି।

ମୋ ଆଖି ପତାରେ ସଜ୍ଜିତ ସ୍ବପ୍ନ ସବୁ, ବୋଧହୁଏ ମୋ ଆଖିକୁ କଷ୍ଟ ଦେଉଛି।

ମୋ ମନର‌ ଦୃତଗତି; ବୋଧହୁଏ ମୋ ହୃଦୟର ଧକ୍ ଧକ୍ ବଢେଇ ଦେଉଛି।

ମୋ ଆକାଂକ୍ଷା, ବୋଧହୁଏ ମୋ ଆବଶ୍ୟକତା ଠାରୁ ବହୁତ ବେଶୀ।

ମୋ ମନରେ ସ୍ୱାର୍ଥପରତା ଛଡ଼ା,ଆଉ ବା କ'ଣ ଅଛି?

ସେଥିଲାଗି ତ ଅନ୍ୟକୁ ହସାଏ ମୁଁ ,ନିଜେ ହସିବାର ସ୍ବପ୍ନ ସହ।

ମୋ ଇଛା ବି କେବେ ଅଜବ, ସବୁବେଳେ ମରୀଚିକା ପଛରେ ମତୁଆଲା...

ମୋ ମନଟା କେଡେ ଚଞ୍ଚଳ? ଅତୀତର ସ୍କୃତିକୁ ସ୍ମାରକୀ ବୋଲି ଭାବି ନେଉଛି।

ଏସବୁ ଯେ ଭାରି କଷ୍ଟ ଦେଉଛି !

ମୋ ହୃଦୟ ବି କେତେ ଛୋଟ !!ସାମାନ୍ୟ କୋହର ଓଜନକୁ ସମ୍ଭାଳି ପାରୁନି।

ଆଉ ମୋ କୋହ ଗୁଡାକ ବି ମୋ ସହ ବିଶ୍ଵାସ ଘାତକ ତା କରୁଛନ୍ତି ।

ମନ ଇଚ୍ଛାରେ ଲୁହ ହୋଇ ଝରିଯାଉଛନ୍ତି।

କେତେ ଥର ସେମାନଙ୍କୁ ମନା କଲି, ବୁଝେଇଲି; ହେଲେ କ'ଣ ହେବ?

ସେମାନେ ଯେ ଚାଲିଆସନ୍ତି; କେହି ବିଶ୍ଵସ୍ତ ମିଳିଗଲେ।

ସତେ ବହୁତ୍ ଦିନରୁ ଅପେକ୍ଷା କରିଥିଲେ!! ଦେଖୁ ଦେଖୁ ଭାବନା ପାଣି ହୋଇ ବୋହିଗଲା।

ଏଇ ଯେ ମୋ ଲୁହର କାରଣ ,ମନ ଇଚ୍ଛା ବର୍ଷିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract