STORYMIRROR

Suhana Pattanaik

Abstract Classics

3  

Suhana Pattanaik

Abstract Classics

କିଏ କି ସେ

କିଏ କି ସେ

2 mins
221

ମୁଁ ବୁଝି ପାରୁନି, କାହିଁକି ମୁଁ ତାକୁ ଭୁଲିପାରୁନି

କିଏ କି ସେ ?

ଯାହାକୁ ଇଛା କଲେବି ହରେଇ ପାରୁନି

କିଏ କି ସେ ?

ଯାହାର ଚେହେରା ନାଚିଉଠେ ଆଖି ପଲକେ ରେ;

ଚମକି ପଡେ ମୁଁ ଯାହାକୁ ଦେଖି ମୋ ଗଭୀର ସ୍ବପ୍ନରେ।

ଅନୁଭବ ହୁଏ, ଯେମିତି ସିଏ ଅଛି ମୋର ଅତି ନିକଟରେ,

ପାଖରେ ବହୁତ୍ ପାଖରେ


ଇଛା କରିବି ଯାହାକୁ ଭୁଲିହୁଏନା,

ଜବରଦସ୍ତି ପସିଯାଏ ମୋ ମନ ଭିତରେ କିଛି କରି ବାହାନା!!

ମୁଁ ଜାଣେ , ଏହା ନୁହେଁ ଛଳନା...

ପାଇ ପାଇ ହାରିବାର ମନ୍ତ୍ରମୁଗ୍ଧ ଯନ୍ତ୍ରଣା।


ବାରମ୍ବାର ଆସେ ସିଏ, ମୋ ମନର ବାରଣ ସତ୍ତ୍ୱେ,

ନିଜ ଇଛାରେ କବଳିତ କରିନିଏ ମୋର ନୀରିହ ସ୍ବପ୍ନକୁ,

କାହିଁକି ଏମିତି ହୁଏ?? କିଏ କି ସେ?

କଷ୍ଟ ଦିଏ ମୋର ହୃଦୟ କୁ।


ନ ଭାବିବି ସେ ଭାବନା ରେ ଆସିଯାଏ,

ସ୍ମୃତି ତା'ର ସାଉଁଟୁ ସାଉଁଟୁ ମୁଁହରେ ହସ ଖେଳି ଯାଏ।

ଭୁଲିବାକୁ ଚାହିଁଲେ ବି ଭୁଲି ହୁଏ ନା,

ତା'ର ନୀରିହ ଚେହେରା କୁ!


ବୁଝି ପାରୁନି ବାରମ୍ୱାର ସେ କାହିଁକି ମନେପଡେ ??

ତା'ର ଲୁହ; କାହିଁକି ମୋତେ ଭୁଲ୍ କରିବାକୁ ବାଧ୍ୟ କରେ?

ତା ସହ ଗପୁଥିଲେ କାହିଁକି ମୁଁ ଭୁଲିଯାଏ ମୋ ନିଜକୁ?

କାହିଁକି ସେ ମୋତେ ବାରମ୍ବାର କହୁଛି; ଫେରିବାକୁ ତା ପାଖକୁ??


ଏଇ କିଛି ଦିନ ଭିତରେ ସେ କେମିତି ଏତେ ମିଶିଗଲା?

ନା ମୁଁ ବୁଝିପାରୁନି..

 ମୁଁ ଫସିଗଲି,ନା ସେ ମୋତେ ଫସେଇଦେଲା!


କାହିଁକି ସେ ଇଛା କରେ ମୁଁ ତା ପାଖେ ସବୁଦିନ ରହିବି ବୋଲି?

ବହୁତ୍ ଧାର୍ମିକ ସିଏ!!

ଭଗବାନ ଯଦି ସତରେ ତା କଥା ଶୁଣିନିଅନ୍ତି..

କ'ଣ ମୋତେ ତା ପାଖେ ରହିବାକୁ ପଡିବ??

ନା ... ନା... ଅସମ୍ଭବ.... ଭ୍ରମ ଇଏ ତା'ର..!!


ମୁଁ ଚାହେଁନା ତା ପାଖରେ ରହିବାକୁ..

ତଥାପି ମୋ ମନର କେଉଁ କୋଣରେ ବି ନା କାହିଁକି ସେ ଅଛି.....

ମୋ କଥା ଭାବି ଭାବି, ସେ କୁଆଡେ ମନେ ମନେ ହସୁଛି.....

ସତରେ କ'ଣ ଏହା ଗୋଟେ ଭଲ ସାଙ୍ଗର ଅନୁଭବ ହୋଇପାରିବନି?

ସବୁ ଭଲ ସଂପର୍କ ର ମାନେ କ'ଣ ଏ ସମାଜ ପାଇଁ କଳଙ୍କ?


ମୋର ଛୋଟ ଛୋଟ କଥାରେ କାନ୍ଦି ପକାଏ ସେ,

ମୋତେ ହରେଇ ବସିବାର ଭୟରେ....

କିମ୍ବା ମୁଁ ତା ଠାରୁ ଅଲଗା ହୋଇଯିବା ଡରରେ...

କ'ଣ ସେ ଲୁହ ପବିତ୍ର ସଂପର୍କ ର କାରଣ ହୋଇପାରିବନି?

ମୋ ପାଖେ ଭୁଲ୍ କଲେ , ସେ ମୋତେ କ୍ଷମା ମାଗେ!!!

କ'ଣ ସେ କ୍ଷମା ର ମାନେ ବି ପ୍ରେମ?


ଓଃ କାହିଁକି ଏଠି ଏତେ ସନ୍ଦେହ??

ଛୋଟ ପିଲା ହୋଇବି ଆମେ ସେ ସନ୍ଦେହ ରୁ ବଞ୍ଚିପାରୁନୁ!

କ'ଣ ସତରେ ଏଠି ଅନ୍ୟମାନଙ୍କ ସହ ମିଶିବାର ଅର୍ଥ ପ୍ରେମ?


ଜାଣିନୁ ତା'ର ଅର୍ଥ, ବୁଝିନୁ ତା'ର ସ୍ବରୁପକୁ?

ତଥାପି ସନ୍ଦେହ ଫାସରେ ବନ୍ଧା...

କ'ଣ ବା ଆଉ କରିବି, ମୁଁ ଯେ ଛୋଟ ଅଛି,

ଶୁଣିବା ଅପେକ୍ଷା ନାହିଁ କିଛି ରାସ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract