STORYMIRROR

Lata Behera

Abstract

3  

Lata Behera

Abstract

ନିର୍ଝରିଣୀ

ନିର୍ଝରିଣୀ

2 mins
180


ବଣ ପାହାଡରୁ ଝରଇ ଝରଣା

   ଝରଣା ଦେହରେ ପାଣି

କଳକଳ ନାଦେ ଗିରି ବନ ପାଦେ

   ବହିଯାଏ ନିର୍ଝରିଣୀ ।

କେତେ ବାଧାବିଘ୍ନ ଅତିକ୍ରମ କରି

   ତୋଷି ଥାଏ ଜନମନ

କେଡେ ସୁଶୀତଳ କେତେ ମିଠା ଜଳ

    ଭରି ଦିଏ ସେ ଜୀବନ ।

ତାହାରି କୂଳରେ କ୍ଷେତ ହସୁଥାଏ

ସୁନାର ଫସଲ ସେଠି ଫଳୁଥାଏ

     ହସି ଉଠେ ଏ ଧରଣୀ 

କଳକଳ ନାଦେ ଗିରିବନ ପାଦେ

   ବହେ ବଣ ନିର୍ଝରିଣୀ ।


ପାହାଡ ପର୍ବତ ଡେଇଁ ଆସିଥାଏ 

     ସଭିଁଙ୍କ ମଙ୍ଗଳ ପାଇଁ 

କରେ ଉପକାର ସିଏ ନିରନ୍ତର 

    ତା ମୂଲ କେ ବୁଝେ ନାହିଁ ।

ପାହାଡ଼ର କନ୍ୟା ରୂପ ଅନୁପମା

     ସୌନ୍ଦର୍ଯ୍ଯର ଗନ୍ତାଘର 

ପ୍ରେମିକ ପ୍ରେମିକା ତା ପାଇଁ ପାଗଳ

     କବି ଯେ ହୁଏ ବିଭୋର ।

ଘାତ ପ୍ରତିଘାତ କରି ଅତିକ୍ରମ

ନିର୍ଭୀକ ଭାବରେ ସେ କରେ ଗମନ

      ମିଶିବାକୁ ସ୍ରୋତସ୍ୱନୀ ।

କଳକଳ ନାଦେ ଗିରିବନ ପାଦେ

    ବହିଯାଏ ନିର୍ଝରିଣୀ ।


ଲକ୍ଷ୍ୟ ତା ଆନେକ ହସିବ ଜଗତ

     ଛୁଇଁବ ସେ ପାରାବାର

କେତେ ଯେ ଦୂଷିତ କରନ୍ତି ତା ଗାତ୍ର

     ତଥାପି ସେ ଅଗ୍ରସର ।

ଉପକାର ତାର ନାହିଁ ପଟ୍ଟାନ୍ତର   

    ପାହାଡ ପରି ତା ଧୈର୍ଯ୍ୟ 

ପଥଭ୍ରଷ୍ଟ ସିଏ ହୁଏ ନାହିଁ କେବେ

     ହୁଏନି ବି ସେ ଅଧୈର୍ଯ୍ୟ ।

ଯିଏ ଯାହା କରୁ ତାର କିବା ଯାଏ

ନା ତାର ସ୍ୱଭାବ ନଷ୍ଟ ହେଇଥାଏ 

    ସେ ତୃଷା ହୃଦୟ ରାଣୀ ।

କଳକଳ ନାଦେ ଗିରି ବନ ପାଦେ 

    ବହିଯାଏ ନିର୍ଝରିଣୀ ।


ମରୁଭୂମି ପାଦେ ବହି ଯାଉ ଥାଇ

      ମରୁ ଝରଟିଏ ହେଇ

ତାର ପରଶରେ ଭରୁଦ୍ୟାନ ସେଠି

     ଉତ୍ପନ୍ନ ଯେ ହେଇଥାଇ ।

କେତେ ପଶୁ ପକ୍ଷୀ ଭୋକକୁ ମେଣ୍ଟାନ୍ତି

    ତୃଷ୍ଣା କରିଥାନ୍ତି ଦୂର 

ମରୁ ଇଲାକାର ତୃଷ୍ଣା ରାଣୀ ସିଏ 

    ଦିଶୁଥାଇ କି ସୁନ୍ଦର ।

ତା' ପାଇଁ ହସେ ଏଇ ବସୁମତୀ

ଲାଗୁଥାଏ ସତେ କି ଅମରାବତୀ 

      ହୃଦୟକୁ ଯାଏ ଜିଣି ।

କଳ କଳ ନାଦେ ଗିରି ବନ ପାଦେ 

      ବହିଯାଏ ନିର୍ଝରିଣୀ ।


ପ୍ରକୃତି ସୌନ୍ଦର୍ଯ୍ଯ ଅଟଇ ମାଧୁର୍ଯ୍ୟ

      ଆଖି ନେଇଥାଏ ଟାଣି

ବିମୋହିତ କରେ ତନୁ ମନ ସବୁ

     କି ସୁନ୍ଦର ତାର ଠାଣି ।

ପାହାଡ ପର୍ବତ ବଣ ଜଙ୍ଗଲର

      ବଢାଉ ଥାଏ ଶୋଭାକୁ

ତା ପାଇଁ ଜଗତ ହସୁଅଛି ଆଜି

      ଧନ୍ୟ କରିଛି ମହୀକୁ ।

ଏ ସାରା ଦୁନିଆ ଜଙ୍ଗଲ ହସୁଛି 

ଜୀବ ଜଗତ ବି ତା ପାଇଁ ବଞ୍ଚିଛି

      ସୃଷ୍ଟି ମୃତ୍ୟୁ ସଞ୍ଜିବନୀ ।

କଳ କଳ ନାଦେ ଗିରି ବନ ପାଦେ 

      ବହିଯାଏ ନିର୍ଝରିଣୀ । 


ତାହାରି କୂଳରେ କେତେ ଯେ ପାଦପ

      ଆପେ ଆପେ ସୃଷ୍ଟି ହୁଏ

ଫୁଲ ଫଳ ଭରା ସୌନ୍ଦର୍ଯ୍ଯରେ ମହୀ

      କି ସୁନ୍ଦର ଦିଶୁଥାଏ ।

ତାହାରି ଜଳରେ ସୃଷ୍ଟି ତରୁଗଣ

       ଔଷଧୀୟ ଗୁଣେ ଭରା 

ତାହାକୁ ଖାଇଣ ଏଇ ଯେ ମଣିଷ 

      ଆରୋଗ୍ଯ ହୁଅଇ ପରା ।

ତା ପାଇଁ ଜଙ୍ଗଲ କେତେ ସୃଷ୍ଟି ହୁଏ

ଏଇ ମଣିଷ ନା ତାହା ବୁଝିଥାଏ 

     ଶୁଖାଇ ଦିଏ ତା ପାଣି ।

କଳ କଳ ନାଦେ ଗିରି ବନ ପାଦେ 

     ବହିଯାଏ ନିର୍ଝରିଣୀ ।


ଝରଣା ଶୁଖାଇ ଗଛକୁ କାଟୁଛି

      ବିପଦ ଆଣୁଛି ଡାକି 

ପ୍ରକୃତି ସହିତ ନିଜେ ଖେଳ ଖେଳି

     ବୃଥା ଭାଗ୍ୟକୁ ନିନ୍ଦୁଛି ।

ଜଳ ବିନା ବୃକ୍ଷ ହୁଅଇ କି ସୃଷ୍ଟି 

     ବୃକ୍ଷ ବିନା କେବେ ଜୀବ

ତିଷ୍ଠି କି ପାରିବ ଏ ଜୀବ ଜଗତ 

    ସୃଷ୍ଟି ନା ହେବ ସମ୍ଭବ ।

ପ୍ରକୃତିର ଶୋଭା ରାଣୀ ଏ ଜଙ୍ଗଲ 

ଦେଇ ପାରନ୍ତି ନି କେହି ତାର ମୂଲ

     ବିନାଶ କରନ୍ତି ହାଣି ।

କଳ କଳ ନାଦେ ଗିରି ବନ ପାଦେ 

    ବହେ ବଣ ନିର୍ଝରିଣୀ ।


Rate this content
Log in

Similar oriya poem from Abstract