Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

2 mins
124


ଅବଧୁତେ ପଚାରନ୍ତି ଯଦୁ ନରବର

ଅକ୍ଷୟ ତୃତୀୟା ତଥ୍ୟ ଭାଷ ଋଷିବର |

ଅତ୍ରିଜ ସେ ଦତ୍ତାତ୍ରେୟ କରନ୍ତି ଉତ୍ତର

ଅତି ପବିତ୍ର ଏ ତିଥି ସର୍ବ ଶୁଭଙ୍କର |

ଅନ୍ନପୂର୍ଣ୍ଣା ମହାଲକ୍ଷ୍ମୀ ପ୍ରକଟ ମର୍ତ୍ତ୍ୟର

ଅଭାବ କରନ୍ତି ଦୂର ଅନ୍ନ ସଂସ୍ଥାନର |

ଅବ୍ୟକ୍ତ ମହିମା କୃତ ତ୍ରେତୟା ଯୁଗର

ଅବଧି ହୁଏ ଗଣନା ମନେ ହେତୁ କର |

ଅମର୍ତ୍ତ୍ୟରୁ ଗଙ୍ଗା ମାତା ଆସିଲେ ମର୍ତ୍ତ୍ୟର

ଅଣାଇଲେ ଭଗୀରଥ ସାକେତ ଈଶ୍ୱର |

ଅଦ୍ୟ ପବିତ୍ର ବାସରେ ଷଷ୍ଠ ଅବତାର

ଅରିନ୍ଦମ ପର୍ଶୁରାମ ଜନ୍ମିତ ରସାର |

ଅତ୍ୟାଚାରୀ ପାପୀ କ୍ଷତ୍ରି କୁଳ ନାଶକର

ଅଛନ୍ତି ସେ ଚିରଞ୍ଜିବୀ ରୂପେ ମହୀପର |

ଅଂଶୁମାଳୀ ଏହିଦିନ ଦ୍ରୌପଦୀଙ୍କ କର

ଅରପି ଅକ୍ଷୟ ପାତ୍ର ଦୂର କଲେ ଦର |

ଅମ୍ବିକେଶ ଶଙ୍କରଙ୍କୁ ପୂଜି ଧନେଶ୍ୱର

ଅସରନ୍ତି ରତ୍ନେ ପୂର୍ଣ୍ଣ କଲେ କୋଷଘର |

ଅକ୍ଷୟ ତୃତୀୟା ଦିନ ରାମ ହନୁଙ୍କର

ଅନୁକୂଳ ଭେଟ ପୁଣି ସୁଗ୍ରୀବ ସଙ୍ଗର |

ଅଭ୍ରକଂସ ଦ୍ଵାରକାରେ କୃଷ୍ଣ ସୁଦାମାର

ଅଲୌକିକ ବନ୍ଧୁ ପଣ ଭରିଲା ଅମାର |

ଅଚତୁର୍ବଦନ ବହ୍ମା ହରି ଦ୍ବିଭୁଜର

ଅଭାଲଲୋଚନ ଶମ୍ଭୁ ବ୍ୟାସ ଜ୍ଞାନେଶ୍ଵର |

ଅଦ୍ରିଜା ଆତ୍ମଜେ ତୋଷି ଆଣି ଆଶ୍ରମର

ଅନୁବନ୍ଧେ ଲେଖାଇଲେ ପଞ୍ଚମ ବେଦର |

ଅଚଳା ଚଞ୍ଚଳା ପୂଜା ଶୁଭ ଅବସର

ଅତି ଆନନ୍ଦ କୃଷକ ଉତ୍ସବ ମୁଖର |

ଅନନ୍ତ ଲଙ୍ଗଳାୟୁଧ ଦେବ ହଳଧର

ଅନୁକୂଳ କଲେ ଅକ୍ଷି ମୁଠି ଏ ଦିନର |

ଅକ୍ଷତ ଦୁର୍ବା ହଳଦୀ ଧୂପ ଚନ୍ଦନର

ଅତି ରମ୍ୟ ଚିତା ଆଙ୍କି ଗଉଣି ଉପର |

ଅବନି ପୂଜା ନିମିତ୍ତ କୃଷକ ବାହାର

ଅୟମାରମ୍ଭ ବପନ ହଳ ଉପଚାର |

ଅନନ୍ତର ସ୍ତୁତି କରେ ଧରଣୀ ପୟର

ଅଖିଳ ଜୀଵନୁ ମାତ ହଟା କ୍ଷୁଧା ଦର |

ଅମ୍ବୁଧି ତଟସ୍ଥ ଶଙ୍ଖନାଭି ମଣ୍ଡଳର

ଅଧଶ୍ୱର ସ୍ୱୟଂ ବିଜେ ଶ୍ରୀନୀଳ କନ୍ଦର |

ଅଖିଳ ବ୍ରହ୍ମାଣ୍ଡ ନାଥ ବିଶ୍ୱ କଳାକର

ଅନୁକୂଳ ହୁଏ ରଥ ନିର୍ମାଣ କାର୍ଯ୍ୟର|

ଅଗତିର ଗତି ବ୍ରହ୍ମଦାରୁ ବିଶ୍ୱେଶ୍ୱର

ଅଗ୍ରଗଣ୍ୟ ପ୍ରାଣକେନ୍ଦ୍ର ରମ୍ୟ ଉତ୍କଳର |

ଅନୁମତେ ଆଜ୍ଞାମାନି ଚଳେ ଚରାଚର

ଅବନୀ ପତି ହେ ନୀଳାଚଳେ ଠାବ କର |

ଅମର ଭକତ କବି ଜୟଦେବଙ୍କର 

ଅଦ୍ୟ ବାସେ ଜନ୍ମଲାଭ ହେବ ହେତୁକର |

ଅମୀୟ ଗୀତ ଗୋବିନ୍ଦ ରସର ନିର୍ଝର

ଅବିରତେ ମୋହୁଥିବ ପ୍ରଭୁଙ୍କ ଅନ୍ତର |

ଅଣିମାଦି ଅଷ୍ଟନିଧି ଚଉବର୍ଗ ଧର

ଅମଳ କମଳ ପଦ ବାର ବାର ସ୍ମର |

ଅନ୍ୟ ଏକ କଥା ଭୂପ ରଖିବ ମନର

ଅଦ୍ୟ ଦିନ ରବି ଚନ୍ଦ୍ର ରହନ୍ତି ଉଚ୍ଚର |

ଅନାୟାସେ କାର୍ଯ୍ୟ ହୁଏ ସର୍ବ ଶୁଭଙ୍କର

ଅଳଙ୍କାର, ଜମି, ଦ୍ରବ୍ୟ ଦାନ ଧରମର |

ଅଗାର ଆରମ୍ଭ ଅବା ଗୃହ ପ୍ରବେଶର

ଅବିଘ୍ନରେ ବିଭା ବ୍ରତ କାର୍ଯ୍ୟ କରଣର |

ଅବନୀର ଶ୍ରେଷ୍ଠ ଦିନ ଜାଣ ନରବର 

ଅକ୍ଷୟ ତୃତୀୟା ବ୍ରତ ସାର ଜଗତର |

ଅବଧୁତ ଭଗବାନ ଦତ୍ତାତ୍ରେୟ ଗୀର

ଅନୁଭଵି ଯଯାତିଜ ନତ କଲେ ଶିର ||



Rate this content
Log in

Similar oriya poem from Abstract