ଯନ୍ତ୍ରଣା
ଯନ୍ତ୍ରଣା
ଜୀବନ ଯେଉଁଠି ଯନ୍ତ୍ରଣା ସେଇଠି
କିଏ ତାକୁ ଭୁଲି ପାରେ
ଆଖି ଲୁହକୁ ସେ ସାଥି କରିଥାଏ
କାନ୍ଦି କାନ୍ଦି ଦିନ ସରେ ।
ଦୁଃଖ ସୁଖ ପରି ଜୀବନ ଯନ୍ତ୍ରଣା
ଥାଏ ଅଙ୍ଗାଅଙ୍ଗି ଭାବେ
ଯନ୍ତ୍ରଣା ଢେଉରେ ଭାସି ବୁଲୁ ଥାଏ
ଅତଳ ସାଗରେ ଡୁବେ ।
ନା କିଏ ତାର ସାହା ହେଇଥାଏ
ନା ତା ବିପଦେ ଆହା କରି ଥାଏ
ମନ ଖାଲି ତାର ଝୁରେ ।
କାନ୍ଦି କାନ୍ଦି ଦିନ ସରେ ।
ଶରୀରେ ଆଘାତ ଲାଗି ଯାଏ ଯେବେ
ଯନ୍ତ୍ରଣା ଯେ ହେଇଥାଏ
ମନ ହୃଦୟରେ ଆଘାତ ଲାଗିଲେ
ନା ତାକୁ ସହି ହୁଏ ।
ବନ ପୋଡି ଗଲେ ସମସ୍ତେ ଜାଣନ୍ତି
ମନ ଯନ୍ତ୍ରଣାକୁ କିଏ
ତାଙ୍କ କାମ ଯେବେ କରି ଚାଲୁ ଥିବ
ଭଲ ପାଉ ଥିବେ ସିଏ ।
ସ୍ୱାର୍ଥରେ ଚାଲିଛି ଏଇତ ସଂସାର
ସ୍ୱାର୍ଥ ସରି ଗଲେ କିଏ ବା କାହାର
ରହି ଯାନ୍ତି ସବୁ ଦୂରେ ।
କାନ୍ଦି କାନ୍ଦି ଦିନ ସରେ ।
ଚଲା ପଥେ କଣ୍ଟା ବିଛା ଯାଏ ଯେବେ
ଯନ୍ତ୍ରଣା ହୁଅଇ ପାଦେ
ଆପଣାର ଲୋକ ଅପମାନ ଦେଲେ
ଯନ୍ତ୍ରଣା ଲାଗଇ ହୃଦେ ।
ଯାହାକୁ ଅଧିକ ଭଲ ପାଉ ଥିବ
ସିଏ ଯେବେ ଧୋକା ଦିଏ
ଏମିତି ଯନ୍ତ୍ରଣା ହୃଦୟରେ ହୁଏ
ନା ତାକୁ କହି ହୁଏ ।
ଆଖିରେ ସର୍ବଦା ନାଚୁ ଥାଏ ସିଏ
ତାର ସେଇ କଥା ପ୍ରତିଧ୍ଵନି ହୁଏ
ନିଜକୁ ଧିକାର କରେ ।
କାନ୍ଦି କାନ୍ଦି ଦିନ ସରେ ।
ଶରୀର ଆଘାତ ଶୁଖି ଯାଇଥାଏ
ମନ କ୍ଷତ ଶୁଖେ ନାହିଁ
ହୃଦୟ ଇଲାକେ ଯନ୍ତ୍ରଣା ହୁଅଇ
ଆଖି ଲୁହ ଯାଏ ବହି ।
ଗର୍ଭଧାରୀ ଯଦି ବିମାତା ହୋଇଣ
ପଥରେ କଣ୍ଟା ସାଜିବ
ସର୍ବସ୍ଵ ନିଜର ଲୁଟି ସେ ନେଇଣ
ନିନ୍ଦା କଳଙ୍କ ଭରିବ ।
କେମିତି ବଞ୍ଚିବ ସିଏ ଦୁନିଆରେ
ରହିବ କେମିତି କାହାର ଆଶ୍ରାରେ
ଭାବି ମନ ଦୁଃଖ କରେ ।
କାନ୍ଦି କାନ୍ଦି ଦିନ ସରେ ।
ସ୍ୱାମୀ ଯଦି ଦୁଃଖ ସ୍ତ୍ରୀକୁ ଦେଇଣ
ହାତ ଛାଡି ଚାଲି ଯାଏ
ଏମିତି ଯନ୍ତ୍ରଣା ତାର ହେଇଥାଏ
ନା ସହି ପାରେ ସିଏ ।
ପତ୍ନୀ ହେଇ ଯଦି ପତିକୁ ମାରିଣ
ଅତ୍ୟାଚାର କରେ ନିତି
ନିନ୍ଦା ଅପବାଦେ ସଢୁ ଥାଏ ସିଏ
କଷ୍ଟେ ଦିନ ଥାଏ ବିତି ।
ଏମିତି ଯନ୍ତ୍ରଣା ସିଏ ପାଉ ଥାଏ
ଲୁହ ପିଇ ପିଇ ଦିନ ବଞ୍ଚେ ସିଏ
ହୃଦୟରେ ତାକୁ ଡରେ ।
କାନ୍ଦି କାନ୍ଦି ଦିନ ସରେ ।
ନାରୀଟିଏ ଯେବେ ବିଧବା ହୁଅଇ
ତା ଦୁଃଖ କହି ନୁହଁଇ
ଜୀବନଟା ତାର ହାହାକାର ହୁଏ
ଯନ୍ତ୍ରଣେ ଦିନ ସରଇ ।
ଅନାଥ ପିଲାଟି ଦୁଃଖରେ ଭାସଇ
ହେଇ ପରିଚୟ ହୀନ
ମାଆ ପାଇଁ ତାର ଯନ୍ତ୍ରଣା ବଢଇ
ହୀନିମାନେ କାଟେ ଦିନ ।
ସନ୍ତାନ ହେଇ କି ଖାଇବା ନ ଦେଇ
ଗଳେ ଧକ୍କା ମାରି ବହାର କରଇ
ସେ ଦୁଃଖରେ ସଢି ମରେ ।
କାନ୍ଦି କାନ୍ଦି ଦିନ ସରେ ।
ନିଆଁ ତ ମାଡିଲେ ପାଦରେ ଫୋଟକା
ଫୋଟକା ଯନ୍ତ୍ରଣା ଦିଏ
ଗୋଲାପ ତୋଳିଲେ କଣ୍ଠାର ଆଘାତ
ସହିବାକୁ ପଡିଥାଏ ।
ଭାଗ୍ୟରେ ଯାହାର ଦୁଃଖ ଲେଖା ଅଛି
ପୋଛି ବା ପାରିବ କିଏ
ଯନ୍ତ୍ରଣା ଜୁଇରେ ଛଟପଟ ହେଇ
ଦିନ କାଟିବାକୁ ହୁଏ ।
ଉପରେ ଉପରେ ଥାଏ ସିଏ ହସି
ଭିତର ହୃଦୟ ଲୁହରେ ବରଷି
ମୃତ୍ୟୁକୁ ଅପେକ୍ଷା କରେ ।