STORYMIRROR

Chittaranjan Nanda

Abstract Inspirational Others

3  

Chittaranjan Nanda

Abstract Inspirational Others

ଓଡିଆ ଭାଷା ସାହିତ୍ୟର ମାନ

ଓଡିଆ ଭାଷା ସାହିତ୍ୟର ମାନ

2 mins
134


ଓଡିଆ ଭାଷା ସାହିତ୍ୟର ମାନ କମି ଯାଉଛି, ଯେବେ 

ଆମେ ଓଡିଆ, କହୁଛେ ଆମ ଭାଷା ବଢିଆ

ଏହି ସମସ୍ୟାର କାରଣ ପାଇଁ ମୁଁ ଭାବେ, ଆମେ କହୁ

ଓଡିଆ, କିନ୍ତୁ ଛାଡିନେ ଆମେ ନୀତି ମାଗିଖିଆ ।୧।


ଭାଷା ନୁହେଁ ଖାଲି ପଢିବା ଲେଖିବା, ଅବା ଏକ ଲିପି, 

ଅବା ଗରବ, ଏକ ଡିଗିରି ହାସଲ କରିବା 

ଭାଷା ଅଟେ ଓଡିଆ ସମାଜର ଏକ ସନ୍ତକ, ଭାଷା ପାଇଁ 

ଆମକୁ ସାରା ପୃଥିବୀରେ ଅନ୍ୟମାନେ ଚିହ୍ନିବା ।୨।


ନିଜକୁ ଅନ୍ୟ ଦିଗରେ ଯୋଡି ଥିଲେ ମଧ୍ୟ ଓଡିଆ ଭାଷା 

ପ୍ରତି ସେମାନଙ୍କର ଆଦର ଏବଂ ଅବଦାନକୁ

ଇଂଜିନିୟର, ଡକ୍ଟର, ବୈଜ୍ଞାନିକ, ଅଥବା ଓକିଲ ପାଉ

ଥିଲେ ଇତିହାସରେ ଅନେକ ପ୍ରମାଣ ଦେଖିବାକୁ ।୩।


ମୋର ଅଭିଜ୍ଞତାରେ ବଡ ବଡ ବୁଦ୍ଧିଜିବୀ ନିଜର ପ୍ରତିଷ୍ଠା 

ଅର୍ଜନ କରିଛନ୍ତି ଆଜି ସମାଜରେ 

ପେପର କିମ୍ବା ପତ୍ର ପତ୍ରିକା ଖଣ୍ଡେ କିଣିବା ଆଉ ପଢିବା

ଦେଖୁନି ଆମ ଓଡିଆ ସମାଜ ଭିତରେ ।୪।


ମୋର ଅଭିଜ୍ଞତାରେ ମୁଁ ପାଇଛି ସମାଜରେ ପ୍ରତିଷ୍ଠା କରି

ଥିବା ଓଡିଆ କବି, ଲେଖକ, ଗବେଷକ

ଅବା ଓଡିଆ ଭାଷା ବିଭାଗର ବହୁ ଉଚ୍ଚ ପଦ ପଦବୀରେ 

ବସିଥିବା ବହୁ ବୁଦ୍ଧିଜିବୀ ଓ ଗବେଷକ ।୫।


ଭାବନ୍ତି ଓ ନିଜକୁ ଆତ୍ମ ଗର୍ବ କରନ୍ତି ଯେ ସେଇ ମାନେ 

ଭାଗ୍ୟ ବିଧାତା କେବଳ ଭାଷା ସାହିତ୍ୟର 

ଭୁଲି ଯାଉଛନ୍ତି ମନରୁ ଓଡିଆ ଭାଷାକୁ ବଞ୍ଚାଇ ରଖିବା 

ପାଇଁ ସୃଷ୍ଟି କରିବା ତାଙ୍କ ଦାୟିତ୍ୱ ଉପଯୁକ୍ତ ଦାୟାଦର ।୬।


ଅଧିକାଂଶ ଲେଖକ, କବି, ଗାଳ୍ପିକ ମାନକଂର ଉଦ୍ୟମ 

ଆଜି ବିକଳାଙ୍ଗ ଭାଷା ସାହିତ୍ୟ ସୃଷ୍ଟି କରିବା

ସେହି ବିକଳାଙ୍ଗ ଭାଷା ସାହିତ୍ୟ ବଳରେ କିପରି ଭାବେ 

ସେଥିରୁ ବହୁତ ଅର୍ଥ ଉପାର୍ଜନ କରିବା ।୭।


ସାଧାରଣ ଜନତା ନିଜର ଆବଶ୍ୟକୀୟ ବସ୍ତୁ ପାଇଁ ଜୀବନ

ସଂଗ୍ରାମ କରୁଛି ସ୍ବାଧିନତାର ୭୫ ବର୍ଷ ପରେ 

ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ, ଲାଜ ଲୁଚାଇବା ପାଇଁ ଲୁଗା ନାହିଁ, 

ସମୟ ଯାଏ ଜୀବନ ଜୀବିକା ଖୋଜିବାରେ ।୮।


ଓଡିଆ ଭାଷା ସାହିତ୍ୟ କଅଣ, ଓଡିଆ ଭାଷାର ମାନ ହ୍ରାସ 

ହେଉଛି ତା ପାଇଁ ସବୁର ଅର୍ଥ କଣ ସେ ବୁଝିବ ?

ଓଡିଆ ଭାଷା ସାହିତ୍ୟ ପ୍ରତି ଓଡ଼ିଶାବାସୀଙ୍କର ଉଦାସିନତା 

ମନୋଭାବକୁ ତାକୁ ବୁଝାଇଲେ ସେ କି ବୁଝିବ? ।୯।


ବିଶ୍ବ ଆଜି ଏକ ପରିବାର ପରି ମନେ ହୁଏ ଆମ ସମସ୍ତଂକୁ 

ଏହି ଏକବିଂଶ ଶତାବ୍ଦୀରେ

ଭୁଲି ଯିବାନି ଯେ ଏହା କେବଳ ସମ୍ଭବ ହୋଇଛି କେତେକ 

ଆନ୍ତର୍ଜାତିକ ଭାଷା ପାଇଁ ଏ ଦୁନିଆରେ ।୧୦।


ତେଣୁ ଆମ ଭାଷାର ମମତା କମିବ ନାହିଁ, ଆମେ ଯଦି

ଅନ୍ୟର ଭାଷା ସାହିତ୍ୟକୁ ଅନୁକରଣ କରିବା

ଏହାର ଆବଶ୍ୟକତା ଅଛି, କିନ୍ତୁ ଅନୁକରଣ କରିବାର ଅର୍ଥ 

ନୁହେଁ ଆମର ଓଡିଆ ଭାଷାର ଅସ୍ତିତ୍ବକୁ ଭୁଲିଯିବା ।୧୧।


ଅନୁକରଣ କରିବାର ଅର୍ଥ ନୁହେଁ ଆମେ ପୁରାପୁରି ଆମ 

ଓଡିଆ ସାହିତ୍ୟକୁ ଭୁଲିଯିବା

ଅନୁକରଣ କରିବାର ଅର୍ଥ ନୁହେଁ ଅନ୍ୟ ଭାଷା ସାହିତ୍ୟକୁ

ଆମ ଭାଷା ସାହିତ୍ୟରେ ସ୍ଥାନ ଦେବା ।୧୨।


ଅନୁକରଣ କରିବାର ଅର୍ଥ ନୁହେଁ ଆମେ ଆମ ଭାଷାର 

ଶୈଳୀକୁ ପରିବର୍ତ୍ତନ କରିବା

ଏହି ପ୍ରଚେଷ୍ଟା ନିଶ୍ଚିତ ଭାବରେ ଓଡ଼ିଆ ଭାଷା ପ୍ରତି ନିନ୍ଦନୀୟ, 

ଉଦ୍ଦେଶ୍ୟ ବିକଳାଙ୍ଗ ସାହିତ୍ୟ ସୃଷ୍ଟି କରିବା ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract