Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ଧର୍ମ

ଧର୍ମ

2 mins
182



ଯୁଗ ଯୁଗ ପାଇଁ ଧର୍ମ ରହିଅଛି

    ଧର୍ମରେ ପ୍ରାପତ ହରି

ଅଧର୍ମ ବଢିଲେ ପାପର ସଂହାର 

    କରିଥାନ୍ତି ଚକ୍ରଧାରୀ ।

ଧର୍ମ ବଳ ଯୋଗୁଁ ସୂର୍ଯ୍ୟ ଚନ୍ଦ୍ର ତାରା

     ହେଉଥାନ୍ତି ଆତ ଯାତ

ସମୀର ବହଇ ଜୀବନ ରହଇ 

    ହସଇ ଜୀବ ଜଗତ ।

ଏଇ ଧର୍ମ ପାଇଁ ବରଷା ଝରଇ

    ହସଇ ସବୁଜ କ୍ଷେତ

ଧର୍ମର ବିନାଶ ଯେଉଁଠି ହୁଅଇ

    ଭୋଗନ୍ତି କଷ୍ଟ ବହୁତ ।

ଧର୍ମର ବଳରେ ପାଣ୍ଡବ ଜିତିଲେ

     ହାରିଲେ କୌରବ ବଳ

ଦ୍ରୌପଦୀଦ୍ରୌପଦୀଙ୍କ ଆଖି ଲୁହ ଅଭିଶାପେ

     ଧ୍ୱଂସ ହୋଇଲେ ସକଳ ।

ହରିଶ୍ଚନ୍ଦ୍ର ରାଜା ଦାନ ଧର୍ମ ବଳେ

     ସ୍ୱର୍ଗ ପ୍ରାପ୍ତି କରିଥିଲେ

ରାଜ ଧର୍ମ ବଳେ ନଳ ରାଜା ଦିନେ

     ଦୁଃଖ କଷ୍ଟକୁ ଭୋଗିଲେ ।

ତଥାପି ନିଜର ଧର୍ମର କାର୍ଯ୍ୟରୁ 

    ନା ନିବୃତ୍ତ ହୋଇଥିଲେ 

ସେଇ ଧର୍ମ ବଳେ ସିଏ ପୁଣି ଦିନେ

     ରାଜ୍ୟକୁ ଫେରି ପାଇଲେ ।

ପିତୃ ସତ୍ୟ ଧର୍ମ ପାଳି ରାମଚନ୍ଦ୍ର 

     ବନବାସ କରିଥିଲେ

ମୁନି ୠଷିଙ୍କର ସଂସ୍ପର୍ଶରେ ରହି

     ରିଷ୍ଟକୁ ଖଣ୍ଡନ କଲେ ।

ସତ୍ୟର ଧର୍ମକୁ କରିଲେ ପାଳନ

     ତୀର୍ଥେ ସ୍ନାହାନ କରିଲେ

ତୀର୍ଥର ଦର୍ଶନେ ମୃତ୍ୟୁକୁ ଖଣ୍ଡନ 

     କରି ରାଜା ହେଇଥିଲେ ।

ଭାତୃ ଧର୍ମ ଭରତ ଯେ ପାଳି ଥିଲେ

     ସିଂହାସନ ତ୍ୟାଗ କଲେ

ପୁତ୍ର ଧର୍ମ ରଖି ମାତା ଯେ କୈକେୟୀ 

    ନିନ୍ଦିତ ହେଇଣ ଗଲେ ।

ପତି ଧର୍ମ ପାଳି ଜନକ ନନ୍ଦିନୀ 

    ସ୍ୱାମୀ ସେବା କରୁ ଥିଲେ

ପିତାମାତା ଧର୍ମ ପାଳିଣ ଶ୍ରବଣ

    ତୀର୍ଥ ଯାତ୍ରା କରାଇଲେ ।

ବ୍ରହ୍ମଣର ଧର୍ମ ରଖି ଲଙ୍କେଶ୍ୱର 

    ସେତୁକୁ ପ୍ରତିଷ୍ଠା କଲେ

ଗୁରୁ ଧର୍ମ ପାଳି ମୃତ୍ୟୁ ସମୟରେ

     ରାଜ ନୀତି ଶିକ୍ଷା ଦେଲେ ।

ରାଜା ଧର୍ମ ପାଳି ପ୍ରଭୁ ରାମଚନ୍ଦ୍ର 

    ସୀତାଙ୍କୁ ବର୍ଜନ କଲେ

ସତୀତ୍ବ ଧର୍ମକୁ ରଖିଣ ଜାନକୀ

    ଧରା କୋଳେ ଚାଲି ଗଲେ ।

ଗୁରୁ ଧର୍ମ ରକ୍ଷା କରି ଏକଲବ୍ୟ 

     ବୃଦ୍ଧା ଆଙ୍ଗୁଳି କାଟିଲେ

ଭକତି ଭାବରେ ପ୍ରଣାମ କରିଣ

    ହସ୍ତେ ଅର୍ପଣ କରିଲେ ।

ପିତା ଆଶା ଧର୍ମେ ପିତାମହ ଭୀଷ୍ମ 

     ଅବିବାହିତ ରହିଲେ

ମତ୍ସ୍ଯ କନ୍ୟା ସତ୍ୟବତୀଙ୍କ ସହିତ

     ବିବାହ କରାଇ ଦେଲେ ।

ଦୁହିତାର ଧର୍ମ ଦୁଇ କୂଳ ହିତା 

     ପୁତ୍ର ଧର୍ମ ପିତା ସେବା 

ଧର୍ମ ମାସ ପୁଣି ଚାରୋଟି ରହିଛି 

    ଦାନ ଧର୍ମ କରି ଯିବା ।

ଧର୍ମ ତ ଅଟଇ ବିଭିନ୍ନ ପ୍ରକାର

     କିଏ ବା ବର୍ଣ୍ଣି ପାରିବ

ଯେଉଁ ଆଡେ ଆଖି ଘୂରି ଆସୁଥିବ

     ସେଇଆଡେ ଧର୍ମ ଥିବ ।

କର୍ତ୍ତବ୍ୟର ଧର୍ମ ସବୁଠୁ ମହାନ୍ 

    କର୍ତ୍ତବ୍ୟେ ପ୍ରାପତ ସବୁ

ମହାଭାରତରେ ଶ୍ରୀକୃଷ୍ଣ ବୁଝାଇ

     ଥିଲେ ଭଲ ଅର୍ଜୁନଙ୍କୁ ।

ସେବା ଧର୍ମ ଅଟେ ସବୁଠାରୁ ପୂଣ୍ୟ 

     ଯିଏ କରେ ସିଏ ପାଏ

ସେବା ଠାରୁ ବଡ ଏଇ ଦୁନିଆରେ  

     ନା ଆଉ କିଛି ଥାଏ ।

ବ୍ରାହ୍ମଣର ଧର୍ମ ପୂଜା ବେଦ ପାଠ

     କ୍ଷତ୍ରିୟର ଧର୍ମ ଯୁଦ୍ଧ 

ବୈଶ୍ୟଙ୍କର ଧର୍ମ ପୃଥିବୀ ପାଳିବା

     ଶୁଦ୍ର ସେବାରେ ଆବଦ୍ଧ ।

ନିଜ କର୍ମ ଧର୍ମ ଛାଡି ଅନ୍ୟ ଧର୍ମ 

    କରିଲେ ବିଘ୍ନ ଘଟଇ

କାହାର ମଙ୍ଗଳ ହେଇ ପାରେ ନାହିଁ 

    ଅରାଜକତା ବଢଇ ।

କ୍ଷତ୍ରିୟ ଯଦ୍ୟପି ଯୁଦ୍ଧ ଛାଡି ଯଜ୍ଞ 

   ବେଦ ପାଠ ମନ୍ତ୍ର କରେ

ଶୁଦ୍ର ସେବା କାର୍ଯ୍ୟ ଛାଡି ତପ କଲେ

    ତିଷ୍ଠି କିଏ କୁହ ପାରେ ?

ପରସ୍ପର କର୍ମେ ଧ୍ୟାନ ଦେଇ ସଦା

    ଯଦି ଧର୍ମ କରୁଥିବ

ସେଇ ଧର୍ମ ବଳେ ପ୍ରଭୁଙ୍କ ସାନ୍ନିଧ୍ୟ

    ନିଶ୍ଚିତ ମିଳି ପାରିବ ।

ଶୋଷିଲା ଜୀବକୁ ଜଳ ଦାନ ଦେଲେ

     ବହେ ଧର୍ମ ହେଇଥାଏ

ଭୋକିଲା ଲୋକଙ୍କୁ ଆହାର ଯେ ଦିଏ

     ତା ଧର୍ମ କହି ନ ହୁଏ ।

ଯିଏ ଯେତେ ଧର୍ମ ଜୀବନରେ କରେ

      ହେଇଥାଏ ତାହା ଲେଖା 

ସେଇ ଧର୍ମ ପୁଣ୍ୟ ବଳେ ଷଠି ମା'

     ଲେଖିଥାନ୍ତି ଭାଗ୍ୟ ରେଖା ।

ଧର୍ମେ ତ ରହିଛି ଏଇତ ଜଗତ

    ଧର୍ମେ ପ୍ରାପ୍ତ ନରହରି

ଧର୍ମ ଅଟେ ଏକା ମହତ ପଣିଆ 

    ଆଉ ସବୁ ଦିନ ଚାରି ।



Rate this content
Log in