STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଆତ୍ମନିର୍ଭରଟି ହୁଏ ରାଷ୍ଟ୍ର

ଆତ୍ମନିର୍ଭରଟି ହୁଏ ରାଷ୍ଟ୍ର

2 mins
173


ଯେବେ ତୁ ହୋଇବୁରେ ଆତ୍ମନିର୍ଭର ବାବୁ


ରାଷ୍ଟ୍ରେ ଆଣିବୁ ଗୌରବ ବାବୁ,


ତେବେହିଁରେ ଉନ୍ନତି ସମ୍ପନ ହେବରେ,ତହରି ହିଁ କାର୍ଯ୍ୟରୁ ବାବୁ,


ହେବ ରାମରାଜ୍ୟ ଅଭାବ ନଥିବ ରହିବେ ଖୁସିରେ ବାବୁ।


ଛାଡି ହିଂସାଭାବ ହେବା ଏକତ୍ରିତ, ରାଷ୍ଟ୍ରେ କରିବା କାର୍ଯ୍ୟ


ହେବ ଜନ କଲ୍ୟାଣର କାର୍ଯ୍ୟ, ହେବ ଶିକ୍ଷାର କାର୍ଯ୍ୟ,


ଲାଗିବା ରାଷ୍ଟ୍ର ନିର୍ମାଣେ ସର୍ବେ ରାଷ୍ଟ୍ରେହୀତେ ହେବ କାର୍ଯ୍ୟ


ଆଦର ହେବ ବିଶ୍ବ ଗୁରୁ ପରି କର ହୀତରେ କାର୍ଯ୍ୟ।


ଆମ ନୂଆ ଆବିଷ୍କାର ଭାରତେ ମନ୍ତ୍ର ହୋଇଛି ଏବେ


ଲାଗି ରହିଛନ୍ତିରେ ଯୁବା ଓ ଯୁବତୀ , ନୂଆ ଆବିଷ୍କାର ନୂଆ କରନ୍ତି ଏବେ,


ସେନା ଶକ୍ତିଶାଳୀ ଜ୍ଞାନବନ୍ତ ଜନ ଗୌରବ ଗୁଞ୍ଜୁଛି ଭବେ


ପ୍ରକୃତରେ ଏଠାରେ ଲକ୍ଷ୍ମୀ ଆଗମନ ଜ୍ଞାନ ବିରାଜମାନ ଏବେ।


ବିଶ୍ବେ ଗୁଞ୍ଜୁଛି ଦେଶର ସୁନାମ ଖୁସି ଜନତା ଏବେ


ବେପାର କରିବା ପାଇଁ ହିଁ ଆତୁର, ବାତାବରଣ ସୁରକ୍ଷା ଏବେ


ନାହିଁ ଭ୍ରଷ୍ଟାଚାର, ନ୍ୟାୟର ଶାସନ ଦିଶୁଅଛି ଏବେ,


ଦିଏ ବିଶ୍ବକୁ ଶାନ୍ତିର ସନ୍ଦେଶ ପରା ରାମରାଜ୍ୟ ଏବେ।


ଫେରି ଆସିଅଛି ରାଷ୍ଟ୍ରେ ପୌରାଣିକ ସଂସ୍କୃତି ପୂର୍ବର ଗୁଞ୍ଜେ ଗୌରବ ଭବେ।


ରାମ ମନ୍ଦିର ନିର୍ମାଣ ଏଠି ଭକ୍ତିର ପ୍ରେମ ସନ୍ଦେଶ


ଆବିର୍ଭାବ ମନ୍ତ୍ର ସମଭାବ ଜନତା କଲ୍ୟାଣ ଦେଶେ


ନାହିଁ ହିଁ ଅଭାବ ଅନାଟନ ଗୃହସ୍ତା ସୁଖର ଦିଶେ।


ହେଉଛି ପରା ସୁସଜ୍ଜିତ ଏବେ ସବୁ ସୁବିଧା ଗ୍ରାମେ


ମିଳିଛି ବହୁ ବର୍ଷ ପରେ ସ୍ବାଧୀନ,ନଜର ଏଠାରେ, ଖୁସି ଓ ଆନନ୍ଦ ଗ୍ରାମେ,


ଆବଶ୍ୟକ ସବୁ ପୂରଣ ତାଙ୍କର, ନାହିଁ ଅଭାବ ଅନାଟନ

ଏବେ ହିଁ ଗ୍ରାମେ,


ଆବିର୍ଭାବ ନ୍ୟାୟସମଭାବ,କର୍ତ୍ତବ୍ୟେ ଭୂଷିତ ଜନତା,କଲ୍ୟାଣେ ହିଁ ସବୁ ଟି ଗ୍ରାମେ।


ସତ୍ୟ ଅହିଂସାର ଗୁଞ୍ଜୁ ଅଛି, ଗୁଞ୍ଜେ ମନ୍ତ୍ର ଭକ୍ତିଭାବ


ବୈଭବରେ ପୂର୍ଣ୍ଣ ରାଷ୍ଟ୍ର ହେଇଅଛି ଗୁଞ୍ଜେ ତହିଁ ସେବା ଭାବ,


ଧର୍ମ ଜ୍ଞାନ କର୍ମ ଜ୍ଞାନ ଆବିର୍ଭାବ ରାଷ୍ଟ୍ରେ ନିର୍ଭରତା ଭାବ


ବିକଶିତ ଏବେ ଗାଆଁ ହେଉଅଛି ଆସେ ଶକ୍ତି ଭାବ।


ଦେଶ ଶତ୍ରୁ ଏବେ କମ୍ପିତ ହୁଅନ୍ତି ଶାନ୍ତିରେ ହିଁ ପୂର୍ଣ୍ଣ


ଗୁଣ୍ଡା ଓ ପାଖଣ୍ଡି ଭୟଭୀତ ଏବେ ଶାନ୍ତି ସୁରକ୍ଷିତ ପୂର୍ଣ୍ଣ,


କାନୁନ ଶାସନ ଆସିଅଛି ରାଷ୍ଟ୍ରେ ନ୍ୟାୟର ହିଁ ସ୍ଥାନ


ନାହିଁ ଭୟ ଏବେ କାହାରି ମନରେ କର୍ମରେ ହିଁ ମନ।


ଜଗନ୍ନାଥ ଭକ୍ତି ଗୁଞ୍ଜୁ ଅଛି ରାଷ୍ଟ୍ରେ ଗୁଞ୍ଜେ ରାମନାମ


ନମଃ ଶିବାୟର ନାମ ଗୁଞ୍ଜୁ ଅଛି ଗୁଞ୍ଜେ କୃଷ୍ଣ ନାମ


ଭକ୍ତିର ସନ୍ଦେଶ ଶାନ୍ତିର ସନ୍ଦେଶ ହୁଏ ରାଷ୍ଟ୍ରେ ଆମ


ରାଷ୍ଟ୍ରର ନିର୍ମାଣେ ସତେଯେମିତି କି ପ୍ରଭୁଙ୍କର କୃପା ହୋଇଅଛି ଶୁଭାରମ୍ଭ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract