❤🌹ବାପା ।🌹❤ ❤🌹🙏🌹❤
❤🌹ବାପା ।🌹❤ ❤🌹🙏🌹❤
ବାପା ପରି ଆଉ ଏଇ ଦୁନିଆରେ
କିଏ ବା ହେଇ ପାରିବ
ମାଗିବା ଆଗରୁ ଅସୁବିଧା ବୁଝି
ପାଖେ ଆଣି ଥୋଇ ଦେବ ।
ହାତ ଧରି ବାଟ ଚାଲି ଶିଖାଇବ
ବୁଝେଇ କହିବ କଥା
ଯୁଆଡେ ଗଲେ ବି ନିଅନ୍ତି ସାଥିରେ
କୁହନ୍ତି ପୁରାଣ ଗାଥା ।
କିଣେଇ ଦିଅନ୍ତି କେତେ ଯେ ଖେଳଣା
ମାଗିଲେବି ମନ କରନ୍ତି ନି ଊଣା
ଦିଅନ୍ତି କେତେ ଦରବ ।
ବାପା ପରି ଆଉ ଏଇ ଦୁନିଆରେ ।
ମାଆ ଗାଳି କଲେ ପାଟି ସେ କରନ୍ତି
କହନ୍ତି ସେତିକି ଥାଉ
ଏଇ ବୟସରେ ଦୁଷ୍ଟାମୀ ନ କଲେ
କେବେ ସେ କରିବ ଆଉ ।
ପକେଟରୁ ସିଏ ପଇସା କଢିଣ
ହାତରେ ଧରେଇ ଦ୍ୟନ୍ତି
ସାଇକେଲ ବା ଗାଡି ଆଗରେ ବସେଇ
ଦୋକାନ ନେଇଣ ଯାନ୍ତି ।
ମନ ପସନ୍ଦର ଜିନିଷ ଦିଅନ୍ତି
ହାତେ ଖୋଇ ଦେଇ ଗେଲ ସେ କରନ୍ତି
କହନ୍ତି ଯାଅ ଖେଳିବ
ବାପା ପରି ଆଉ ଏଇ ଦୁନିଆରେ ।
ଅତି ଜିଦି କଲେ ମାଆ ବାଡେଇଲେ
ବାପା ଆସି ଗାଳି ଦ୍ୟନ୍ତି
ବେକାରଟାରେ କାହିଁ ବାଡେଉଛୁ ଏତେ
କହି କୋଳେଇ ନିଅନ୍ତି ।
ତୁମ ଯୋଗୁଁ ମୁହଁ ବଢୁଛି ଏହାର
ମାଆ ଯେବେ କହି ଦିଏ
ବାପା ସାଙ୍ଗେ ସାଙ୍ଗେ କହିଣ ଦିଅନ୍ତି
ମୁଁ ବେଶୀ ଭଲ ପାଏ ।
ଦୁଇ ଜଣଙ୍କର ହୁଏ ଯେ ଲଢେଇ
ବାପା ଠାରି ଦେଲେ ଯାଏ ସେ ପଳେଇ
ମା' କହେ ଯାଅ ଆଣିବ
ବାପା ପରି ଆଉ ଏଇ ଦୁନିଆରେ ।
ନିଜେ ନ ଖାଇଣ ସାଥିରେ ଖୁଆଇ
ହାତ ମୁହଁ ଦ୍ୟନ୍ତୁ ଧୋଇ
ଗରମ ହୋଇଲେ ବିଞ୍ଚଣାରେ ବିଞ୍ଚି
ପାଖରେ ଥାଆନ୍ତି ଶୋଇ ।
ଦେହ ଯଦି ଟିକେ ଖରାପ ହୁଅଇ
ମେଡିକାଲ ଯାନ୍ତି ନେଇ
ଔଷଧ ଖୁଆନ୍ତି ସେବା କରୁଥାନ୍ତି
ରାତି ଉଜାଗର ହେଇ ।
ପାଠ ସେ ପଢାନ୍ତି ମଣିଷ କରାନ୍ତି
ତାଙ୍କ ପାଇଁ ପିଲା ଉଚ୍ଚକୁ ଯାଆନ୍ତି
ଏ କଥା କିଏ ଭୁଲିବ ?
ବାପା ପରି ଆଉ ଏଇ ଦୁନିଆରେ ।
ସ୍ୱର୍ଗ ଠାରୁ ବଡ ବାପା ହେଇଥାନ୍ତି
ପୁରାଣେ ରହିଛି ଲେଖା
ଆଜିକାଲି ପିଲା ବାପା ମାଆଙ୍କର
ବଦଳାନ୍ତି ଭାଗ୍ୟ ରେଖା ।
ସବୁ ସମ୍ପତିକୁ ତାଙ୍କରି ନାଆଁରେ
ଆଗ ସେ କରି ନିଅନ୍ତି
ଶେଷରେ ମୁଠାଏ ଖାଇବା ନ ଦେଇ
ଘରୁ ଘଉଡେଇ ଦ୍ୟନ୍ତି ।
ମାଲିକଟି ହୁଏ ଦାଣ୍ଡର ଭୀକାରି
ଖାଇବା ବିହୁନେ କଷ୍ଟ ପାଏ ଭାରି
ଏ କଥା କାହାକୁ କହିବ ?
ବାପା ପରି ଆଉ ଏଇ ଦୁନିଆରେ ।
ଭତ୍ତା ଚାଉଳକୁ ଛଡେଇ ନେଇଣ
ନ୍ୟନ୍ତି କାଳିଆ ଯୋଜନା
ଉପାସରେ କଷ୍ଟେ ଛଟପଟ ବାପା
ପୁଅ ମୁହଁକୁ ଚାହେଁନା ।
ମୋ କୁଡିଆ ଘରେ ନିଜେ ପୁଅ ରୁହେ
ବାପା ଶୁଅଇ ଦାଣ୍ଡରେ
ଖାଇବାକୁ ଯଦି ମୁହଁ ଖୋଲେ ବାପା
ବାଡାନ୍ତି ତାକୁ ବାଡିରେ ।
ତଥାପି ପୁଅର ସବୁ ସେ କରନ୍ତି
ଭଲେ ରହୁ ପୁଅ ଠାକୁରେ ଡାକନ୍ତି
ଏମିତି ବାପା କେ ହେବ
ବାପା ପରି ଆଉ ଏଇ ଦୁନିଆରେ ।
ବାପା ମନ କଥା ବୁଝନ୍ତି ନି କେହି
ଥାଏ ଆଖି ସମ୍ପତ୍ତିରେ
ଯେତେ ଧନ ଥାଉ ପାଖରେ ତାଙ୍କର
ଲୋଭ ବାପା ଟଙ୍କା ପରେ ।
ଚାହିଁ ରହିଥାନ୍ତି କେମିତି ମରିବ
କରନ୍ତି ବାଟ ମାରଣା
ଡହଳ ବିକଳେ ବାପା ଭୋକେ ରୁହେ
ପାଇଣ କଷ୍ଟ ଯନ୍ତ୍ରଣା ।
ମାଛ ମାଂସ କରି ପୁଅ ଖାଉ ଥାଏ
ନିଃଶ୍ୱ ହେଇ ବାପା ଚାହିଁ ଲୁହ ପିଏ
କୁହେ ପୁଅ ଭଲେ ଥିବ
ବାପା ପରି ଆଉ ଏଇ ଦୁନିଆରେ
ଆଉ ବା କିଏ ହୋଇବ ।
ଯେତେ ଦିଅଁ ପୂଜ କି ଲାଭ ପାଇବ
ପିତାକୁ ଅନାସ୍ଥା କଲେ
ସିଏ ଅଭିଶାପ ନ ଦେଉ ପଛକେ
ନିଶ୍ଚତ ପଡିବ ଭଲେ ।
ଦାନ ଧର୍ମ ଯେତେ ଦେଖେଇଣ କର
ସବୁ ନିଷ୍ଫଳ ହୋଇବ
ପିତା ହୃଦୟର ଆଖିର ଲୂହରେ
ସବୁ ଭସ୍ମ ହେଇ ଯିବ ।
ରହିବନି ଦମ୍ଭ ଗର୍ବ ଅହଂକାର
ଦେଖୁଥିବ ସବୁ ହେଉଥୀବ ଦୂର
କାନ୍ଦି କାନ୍ଦି ଦିନ ଯିବ ।
ବାପା ପରି ଆଉ ଏଇ ଦୁନିଆରେ
କିଏ ବା ହେଇ ପାରିବ ?
ପିତାକୁ ଖୁସିରେ ରଖି ପାରେ ଯିଏ
ଦୁନିଆରେ ସୁଖୀ ହୁଏ
ପିତା ଆଶୀର୍ବାଦେ ତା ସୁଖ ସଂସାର
ଖୁସିରେ ଯେ ଚାଲୁ ଥାଏ ।
ଦେବା ଦେବୀମାନେ ହୁଅନ୍ତି ସନ୍ତୁଷ୍ଟ
ସାହା ହେଇଥାନ୍ତି ତାକୁ
ଯଶ କୀର୍ତ୍ତି ଖ୍ୟାତି କରଇ ଅର୍ଜନ
ପ୍ରଣାମ କରେ ପିତାଙ୍କୁ ।
ଯେତିକି ସମ୍ମାନ ସୁଖରେ ରଖିବ
ତା ଭାଗ୍ୟରେ ତାହା ସେତିକି ପାଇବ
ଏହା ଅନ୍ୟଥା ନୋହିବ ।
ବାପା ପରି ଆଉ ଏଇ ଦୁନିଆରେ
ଆଉ କିଏ ବା ହୋଇବ ?