ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
ବିଚ୍ଛନ୍ନାଞ୍ଚଳର ସାବିତ୍ରୀଙ୍କ ବ୍ରତ
ମହିଳା କରନ୍ତି ଯହିଁ,
ଜ୍ୟେଷ୍ଠର ମାସର ଅମାବାସ୍ୟା ଆଜି
ବ୍ରତ ସାବିତ୍ରୀଙ୍କ ତହିଁ।
ଶଙ୍ଖା ଓ ସିନ୍ଦୁର ପାଇଁ ଏ ତପସ୍ୟା
ସ୍ବାମୀର ଆୟୁଷ ପାଇଁ,
ପତ୍ନୀ ପ୍ରାଣ ଯାଉ ସ୍ବାମୀଙ୍କ ଆଗରେ
ଏହୁ ବ୍ରତ ତାହା ପାଇଁ।
ସତୀ ସାବିତ୍ରୀଙ୍କ ପତିବ୍ରତା ଜ୍ଞାନ
ହେଉ ଅଙ୍କୁରିତ ହୃଦେ,
କଲେ ଏହୁ ବ୍ରତ ଲକ୍ଷ୍ମୀପୂର୍ଣ୍ଣ ଗୃହ
ଥିବ ପ୍ରେମ ଭକ୍ତି ହୃଦେ।
ପତି ଭକ୍ତି ଥିବ ପତ୍ନୀର କର୍ତ୍ତବ୍ୟେ
ପତି ପ୍ରତି ପ୍ରେମ ଭାବ,
ଗୃହ ପ୍ରତି ଥିବ ସମଭାବ ପ୍ରୀତି
ଗୁରୁଜନେ ଭକ୍ତି ଭାବ।
ଶାଶୁ ଓ ଶଶୁରେ କରୁଥିବ ସେବା
ନିଜର ସନ୍ତାନ ପରି,
ତାର ମନବାଞ୍ଛା ପୂର୍ଣ୍ଣ କରେ ବ୍ରତ
ସତୀ ସାବିତ୍ରୀଙ୍କ ପରି।
ଜ୍ୟେଷ୍ଠ ଅମାବାସ୍ୟା ଥିଲା ସେହୁ ଦିନ
ସତୀ ସତ୍ୟବାନ ଧରି,
ଆତୁରିତା ଅତି ସତୀ ସେ ସାବିତ୍ରୀ
ମୃତ୍ୟୁ ପତି କୋଳେ ଧରି।
ଘନ ସେ ଜଙ୍ଗଲ ଜନ ଶୁନ୍ୟ ଭୁଇଁ
ସାବିତ୍ରୀ ଅତି ବିକଳ,
କଥା ନାରଦଙ୍କ ସତ୍ୟ କି ହୋଇଲା
ମୃତ୍ୟୁରେ ସତୀ ଆକୁଳ।
ସତୀଙ୍କ ରୋଦନେ ଜୀବ ଜନ୍ତୁ ଶୁଣି
ରୁଣ୍ଡ ହୋଇ ଗଲେ ତହିଁ,
ସତୀର ସଙ୍ଗତେ ରୋଦନ କରିଲେ
ଅତି ମନ କଷ୍ଟେ ଯହିଁ।
ଲକ୍ଷ୍ମୀ ନାରାୟଣ ଗୁଞ୍ଜନ ଶୁଭିଲା
ରକ୍ଷା କର ଚକ୍ରଧର,
ସତୀ ସ୍ବାମୀ ତାରେ ଫେରାଇ ଦିଅହେ
ତାରେ ଆଶିର୍ବାଦ କର।
ଭୟଙ୍କର ରୂପେ ଉପସ୍ଥିତ ଯମ
ଛାଡ଼ ସତୀ ସ୍ବାମୀ ଛାଡ଼,
ବାନ୍ଧି ନେଇ ଯିବି ସ୍ବାମୀକୁ ତୋହର
ମୃତ୍ୟୁ ପତି ଶୀଘ୍ର ଛାଡ଼।
ଦେଖି ଯମ ରାଜ କହିଲା ସାବିତ୍ରୀ
କେଉଁ କଥା ପ୍ରଭୁ କୁହ,
ମୁହିଁ ପତିବ୍ରତା କହୁଛି ହେ ନାଥ
କେଉଁ ଦଣ୍ଡ ଏହୁ କୁହ।
ସତୀର ବିକଳ ଦେଖି ଯମ ରାଜ
କହିଲେ ସତୀକୁ ଧିରେ,
ମାଗ ସ୍ବାମୀଛଡ଼ା କେଉଁଇଚ୍ଛା ତୋର
ବର ଦେବି ମୁହିଁ ତୋରେ।
ଯମର ବଚନ ଶୁଣିଣ ସାବିତ୍ରୀ
କହିଲା ଧିର ବଚନେ,
ଶାଶୁ ଓ ଶଶୁରେ ଚକ୍ଷୁ ଜ୍ୟୋତି ଦିଅ
ବିନତି ତୁମ ଚରଣ।
ଅସ୍ତୁ କହି ଦେଇ ଘେନି ସତ୍ୟବାନେ
ଶୀଘ୍ର ଶୀଘ୍ର ଯାଉ ଥିଲେ,
ପଛେ ଦେଖି ଦେଲେ ଧର୍ମ ରାଜ ପୁଣି
ସାବିତ୍ରୀ ପଛେ ଦେଖିଲେ।
କାହିଁ
ପାଇଁ ପୁଣି ଆସୁ ଅଛ ତୁମେ
ବର ପରା ମୁହିଁ ଦେଲି,
ହାତ ଯୋଡ଼ି ସତୀ କହିଲା ବିନୟେ
ଧନ୍ୟ ଧର୍ମରାଜ ବଲି।
ଅତି ଆନନ୍ଦିତ ହେଲେ ଯମ ରାଜ
ମାଗ ଅନ୍ୟ ବର ତୁମେ,
ସ୍ବାମୀ ଛଡ଼ା ମାଗ ଯାହା ଇଚ୍ଛା ତୋର
କରିବ ପ୍ରାପ୍ତ ଟି ତୁମେ।
ଶୁଣିଣ ସାବିତ୍ରୀ କହିଲା ଭକ୍ତିରେ
ଶଶୁରେ ରାଜ୍ୟ ଟି ମିଳୁ,
ଅନ୍ଧର କାରଣୁ ରାଜ୍ୟ ଯାଇଥିଲା
ତାଙ୍କ ରାଜ୍ୟ ତାଙ୍କୁ ମିଳୁ।
ଅସ୍ତୁ କହି ଦେଲେ ଧର୍ମରାଜ ପୁଣି
ଘେନି ସତ୍ୟବାନ ଗଲେ,
ପଛରେ ସାବିତ୍ରୀ ଧାଉଁ ଅଛି ବେଗେ
ଚିତ୍କାର ରାବ୍ ଶୁଣିଲେ।
ବୁଝାଇ କହିଲେ ଶୁଣ ପୁତ୍ରୀ ମୋର
ଦୁଇ ବର ଦେଲି ମୁହିଁ,
ବିକଳ ଦେଖିଣ ଆକୁଳ ମୋ ମନ
ବର ଏକ ଦେବି ମୁହିଁ।
ମାଗ ମାଗ ପୁତ୍ରୀ ସ୍ବାମୀକୁ ଛାଡିଣ
ଯାହା ଇଚ୍ଛା ହୁଏ ତୋରେ,
ହାତ ଯୋଡ଼ି ସତୀ କହୁଛି ଭକ୍ତିରେ
ଶତ ପୁତ୍ର ଦିଏ ମରେ।
ଶତ ପୁତ୍ର ହେଉ ତହର ଗର୍ଭରୁ
ବର ଦେଲି ସତୀ ମୁହିଁ,
ପଛରେ ନ ଆସ ସତୀ ପୁତ୍ରୀ ମୋର
ତିନି ବର ଦେଲି ମୁହିଁ।
ପତିବ୍ରତା ନାରୀ ପତି ବିନୁ କାହିଁ
ଶତ ପୁତ୍ର ହେବେ ଜନ୍ମ,
କଳଙ୍କ ଲାଗିବ ପ୍ରଭୁ ଧର୍ମ ରାଜ
କଳଙ୍କିତ ହେବ କର୍ମ।
ସତ୍ୟ କହୁ ଅଛୁ ମୋ ସତୀ ସାବିତ୍ରୀ
ପ୍ରାଣ ଦାନ ଦେଲି ସ୍ବାମୀ,
ସ୍ବାମୀ ଘେନି ଯାଅ ନିଜର ରାଜ୍ୟକୁ
ପ୍ରେମ ଭକ୍ତି ରଖ ସ୍ବାମୀ।
ବାସ୍ତବରେ ସତୀ ସାବିତ୍ରୀ ସତୀ ତୁ
ଶୁଣିବ ଯେହୁ କାହାଣୀ,
ଲକ୍ଷ୍ମୀ ନାରାୟଣେ ଗଣ୍ଠି ବ୍ରତେ ଦେବ
ସ୍ବାମୀ ସୁରକ୍ଷାର ବାଣୀ।
ଭକ୍ତି ଚିତ୍ତ ହୋଇ କରେ ଏହୁ ବ୍ରତ
ଅପୁତ୍ରିକ ପୁତ୍ର ପାଏ,
ଲକ୍ଷ୍ମୀପୂର୍ଣ୍ଣ ହୁଏ ଗୃହଟି ତାହାର
ଗୌରବ ହିଁ ଫେରି ପାଏ।
ସତୀ ସେ ସାବିତ୍ରୀ ସତୀତ୍ବ ବଳରୁ
ମୃତ୍ୟୁରୁ ସ୍ବାମୀ ପାଇଲେ,
ପତିବ୍ରତା ଧର୍ମ ସତୀ ନାରୀ ସତୀ
ଜଗତେ ସ୍ଥାପିତ କଲେ।
ଭୁଲ ଥିଲେ କ୍ଷମା କରିବହେ ଜ୍ଞାନୀ
ମୂର୍ଖ ଓ ଅଜ୍ଞାନୀ ମୁହିଁ,
ଲକ୍ଷ୍ମୀ ନାରାୟଣ ସ୍ମରଣ କରିଣ
ସତୀ କଥା ଲେଖେ ମୁହିଁ।
ବିଚ୍ଛନ୍ନାଞ୍ଚଳରେ ହୁଏ ଏହୁ ବ୍ରତ
ଓଡ଼ିଆ ସଂସ୍କୃତି ପରା,
ସ୍ବାମୀର ଆୟୁଷ ପାଇଁ ଏହୁ ବ୍ରତ
ମହିଳାଙ୍କ ବ୍ରତ ପରା।