STORYMIRROR

Sambit Srikumar

Abstract Inspirational

4.0  

Sambit Srikumar

Abstract Inspirational

ଆପଣମାନେ ଖୁସି ତ

ଆପଣମାନେ ଖୁସି ତ

2 mins
162


ଦୀର୍ଘ ଦଶନ୍ଧିର ନିରଙ୍କୁଶ ସଂଖ୍ୟାଗରିଷ୍ଠ ଶାସନ

ନା ଅଛି ଉତ୍ତରଦାୟିତ୍ଵ ନା ଭବିଷ୍ୟତର କାର୍ଯ୍ୟପନ୍ଥା

ନା ଅଛି ଚିନ୍ତା ଚେତନା ନା ବିକାଶର ନୀଳ ନକ୍ସା

କେବଳ ମାତ୍ର ପିତୃ ସ୍ଵପ୍ନର ପୁନଃ ପୁନଃ ରୋମନ୍ଥନ

ଗୋଦରା କୋଡ଼େ ଯେତେ ମାଡ଼େ ସେତେ ତତ୍ତ୍ବ

ଅନ୍ନଛତ୍ର ଦାନର ପ୍ରଭାବେ ଲୋକେ ଆଜି କର୍ମକୁଣ୍ଠ

ବିଲବାଡି ପଡିଛି ପଡିଆ ପାଲୋଟିଛି ଗୋଚର

ଭୂମିପୁତ୍ର ଯାଇ ଖଟୁଛି ପ୍ରବାସେ ପରଘରେ ଦାଦନ

ବହୁଅଛି ମଦିରାର ଅବାରିତ ବନ୍ୟା ପୁରପଲ୍ଲୀରେ

ତଥାପି ଏଠି ଆମ ସଭିଙ୍କ ଖୁସି କହିଲେ ନସରେ!!

ବହିରାଗତ ଭୂମି ରଙ୍କୁଣା ମଣିଷଙ୍କର ଲାଗିଛି ଭୀଡ଼

ଲୁଟିନେବାକୁ ଓଡ଼ିଆ ଜାତିର ମହାର୍ଘ ଅସ୍ମିତା ଅସ୍ତିତ୍ବ

ନିତି ଚାଲିଛି ରାଜପଥ ପରେ ଲୁଣ୍ଠନର ଗଣ ଦୌଡ଼

ମଠ ମନ୍ଦିର ଐତିହ୍ୟ କଳା ସଂସ୍କୃତି ଭାସ୍କର୍ଯ୍ୟ ବିପନ୍ନ

ବାଦ୍ ପଡ଼ିନି ଏଥିରୁ ଆମ ଚଉଦ ପୁରୁଷର ଶ୍ମଶାନ

ଅନେକ ଦିନରୁ ଅପହୃତ ଖଣିଖାଦାନ ଖେତ ବାଗାନ

ଦୀର୍ଘ ବର୍ଷ ପରେ ବି ସେଇ ଏକଇ ପୁରୁଣା ପ୍ରଶ୍ନବାଚୀ

ଆଜି ବି ଉଜ୍ଜୀବିତ ମନରେ ଜାଗି ଉଠେ ବାରମ୍ବାର

ସବୁକିଛି ଏଇ ମାଟିରେ ଥାଇ ବି ସ୍ଥିର ଶାସନ ସତ୍ତ୍ୱେ ବି

କାହିଁକି ଓଡ଼ିଆ ଦରିଦ୍ର କାହି

ଁକି ଓଡ଼ିଶା ଚିର ଅନଗ୍ରସର??

ରାଇଜରେ ବଢି ଚାଲିଛି ନାରୀ ଶକ୍ତିର ଉତ୍ପୀଡ଼ନ

ମାତୃଜାତିକୁ ସମ୍ମାନ ସ୍ଲୋଗାନ ପାଲୋଟିଛି ପ୍ରହସନ

ସୁରକ୍ଷାର ପ୍ରତିଶ୍ରୁତି ପରିପାଳନେ ବିଫଳ ପ୍ରଶାସନ

ଅକାଳେ ଝରିପଡ଼େ କେତେ ଯେ ଅମୂଲ୍ୟ ଜୀବନ

ନିତିଦିନ ଏଇ ଆମ ପୂଣ୍ୟଭୂମି ପରେ ଅକାରଣ

ବାଡ ଖାଇଲେ ଫସଲ ଏଇ ତ ବିଡ଼ମ୍ବନାର କାରଣ

କଚ୍ଛପ ଗତିରେ ଯାଉଛି ଆଇନ୍ ବାଟରେ ଆଇନ୍

ସନ୍ତୁଳି ହେଉଛି ଯାହା ନୀରିହ ନିରପରାଧ ପରାଣ

ଘୁଣଖିଆ ବ୍ୟବସ୍ଥା ଜାଲରେ ଭୂଲୁଣ୍ଠିତ ବ୍ଯକ୍ତି ସମ୍ମାନ

ଅଥଚ ସଭିଏଁ ଏଠି ଖୁସି ସଭିଙ୍କର ସହାସ୍ଯ ବଦନ!!

ଗାଲୁଆଙ୍କର ବାରବାଟୀ ଚାଷ ଏହୁ ତହିଁ ଫଳ

ସ୍ତାବକ ଭକ୍ତ ଗାଆନ୍ତି ରାଇଜ ମୁଖିଆ ଛାମୁ କାଳେ

ସବୁରି କ୍ଷେତ୍ରରେ ଭାରତ ବର୍ଷରେ ବହୁଦା ପ୍ରଥମ

କଥା ନୁହେଁ କଠିଣ ପରିଶ୍ରମର ଏଇ ପରିଣାମ

ଛକବଜାରେ ପରା କହୁଛି ବଡ଼ ବଡ଼ ବିଜ୍ଞାପନ

ଜନ୍ମଠାରୁ ମୃତ୍ୟୁ ଯାଏଁ ମାଳ ମାଳ ଯୋଜନା

ଲୁଟି ଖାଅ ବାଣ୍ଟି ନିଅ କରି ନାନାଦି ବାହାନା

ତୋଷାମଦୀ ଚାଟୁକାର ଏମିତି ରଟୁଥାନ୍ତୁ ମହିମା

ଭୋକର ଭୂଖଣ୍ଡରେ ସଭିଏଁ ଜୀଇଁଥାନ୍ତୁ କୁଶଳରେ

ଅନାହାର-ଅତ୍ଯାଚାର ସହିତ ଆତ୍ମିକ ଆନନ୍ଦରେ!!



Rate this content
Log in

Similar oriya poem from Abstract