Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ଶତ୍ରୁ

ଶତ୍ରୁ

2 mins
188



ଜୀବନରେ ଯଦି ଶତ୍ରୁ କା'ର ଥାଏ

    ତା ଜୀବନ ଧନ୍ୟ ହୁଏ

ଶତ୍ରୁତା ପାଇଁ ତ ଏଇତ ମଣିଷ 

    ଊର୍ଦ୍ଧ୍ବଗାମୀ କରି ଥାଏ ।

ଶତ୍ରୁ ତ ନ ଥିଲେ ଜୀବନ ସଂଘର୍ଷ 

    ଫିକା ଫିକା ଲାଗି ଯାଏ

ସେଇ ଶତ୍ରୁ ପାଇଁ ଏଇତ ମଣିଷ 

    ବୁଦ୍ଧି ଜ୍ଞାନ ଶିକ୍ଷା ପାଏ ।

ଶତ୍ରୁ ଯୋଗୁଁ ସିଏ ଭଲ ମନ୍ଦ କ'ଣ

    ପରଖି ଯେ ପାରି ଥାଏ

ଏଇ ଶତ୍ରୁ ଯୋଗୁଁ ତା ଅନ୍ଧ ପୁଟୁଳି

     ଆଖିରୁ ତା ଖୋଲି ଯାଏ ।

ଛଳନା କପଟ ହିଂସା ଅହଂକାର 

     ଅନ୍ୟାୟ ଅଧର୍ମ ଗୁଣ

ସ୍ୱାର୍ଥ ଗର୍ବ ଲୋଭ ମିଛ ମୋହ ମାୟା 

    ଅପମାନ ସନମାନ ।

ଶତ୍ରୁର ପାଖରୁ ଏଇ ସବୁ ଗୁଣ 

     ଭଲ ଭାବେ ଜଣା ଯାଏ

ସେଥିପାଇଁ ଶତ୍ରୁ ଜୀବନ ପଥର

     ମାନଦଣ୍ଡ ସାଜି ଥାଏ ।

ନାଆର ଯେ ଶତ୍ରୁ ଢେଉ ସାଜି ଥାଏ

     ତଥାପି ସେ ଲୋଡା ହୁଏ

ତାହାରି ଢେଉରେ ମାଡ ଖାଇ ନାଆ

    କୂଳରେ ପହଞ୍ଚି ଥାଏ ।

କୂଟ ଚକ୍ରାନ୍ତରେ ଶତ୍ରୁ ଚାଲୁ ଥାଏ

     ଛଳନା ଜାଲ ବିଛାଇ

ତା ପାଇଁ ମଣିଷ ଚାଲାକି ହେଇଣ

    ବଞ୍ଚିବା ରାସ୍ତା ଶିଖଇ ।

ଦୁର୍ଯ୍ୟୋଧନ ପାଣ୍ଡବଙ୍କ ଶତ୍ରୁ ସାଜି

    ଯଉଘରେ ରଖି ଦେଲେ

କୌଶଳେ ସୁଡଙ୍ଗ ତିଆରି କରି ସେ

    ଅଗ୍ନିରୁ ବାହାରି ଗଲେ ।

ଶତ୍ରୁ ଯୋଗୁଁ ସିନା ଏଇତ ମାନବ

    ଅନେକ ଶିକ୍ଷା ଯେ ପାଏ

ନିଜ ବୁଦ୍ଧି ଖଟାଇଣ କର୍ମ କରି

    ନିଜେ ପ୍ରତିଷ୍ଠିତ ହୁଏ ।

ସହି ହୁଏ ନାହିଁ ଶତ୍ରୁର ଯାତନା

     ଶତ୍ରୁର ସେ ଅପମାନ 

ସେଇ ଅପମାନ ଖୋଲି ଦେଇଥାଏ

    ହୃଦୟ ଦ୍ୱାରର ଟାଣ ।

ତାହା ପାଇଁ ସିଏ ମନେ ଜିଦି ରଖି

    ଲକ୍ଷ୍ୟ ମଜବୁତ୍ କରେ

ଦିନେ ନା ଦିନେ ସେ ସେଇ ଶତ୍ରୁ ପୁଣି

   ତାହାରି ପାଖରେ ହାରେ ।

ଅଭିମାନୀ ଦୁର୍ଯ୍ୟୋଧନ ଏକଲବ୍ୟେ

    ଅପମାନ ଦେଲା ଘୋର

ଗୁରୁ ଦ୍ରୋଣାଚାର୍ଯ୍ୟ ଶିଷ୍ୟତ୍ବରୁ ତାଙ୍କୁ 

    କରି ଦେଲା ସେ ବାହାର ।

ଉପହାସ ସହି ନ ପାରିଣ ସିଏ

    ମନୋବଳ ଦୃଢ କଲେ

ଦୁର୍ଯ୍ୟୋଧନ ଶତ୍ରୁ ଭାବ ପାଇଁ ସିଏ

    ଯୁଦ୍ଧରେ ନିପୁଣ ହେଲେ ।

ନିଜ ବାହୁ ବଳେ କର୍ତ୍ତବ୍ୟ ଉପରେ

    ଦୃଢତା ଯାର ରହିଛି

ଯେତେ ଶତ୍ରୁ ତା ଜୀବନେ ଆସିବେ ତା

    ଜୀବନ ସାର୍ଥକ ଅଛି ।

ଶତ୍ରୁ ଯେତେ ଥିବେ ଜୀବନେ ଯାହାର

     ତା ଭାଗ୍ୟ ଉଜ୍ଜଳ ହେବ

ସେଇ ଶତ୍ରୁ ପାଇଁ ଏଇତ ମଣିଷ 

    ଶୀର୍ଷ ସ୍ଥାନ ଛୁଇଁ ଯିବ ।

ଶତ୍ରୁ ହିଁ କରଇ ଚାଲାକି ଚତୁର

    ତା ପାଇଁ ବଞ୍ଚିବା ଶିଖେ

ନିଜର ସମ୍ମାନ ନିଜେ ରକ୍ଷା କରି

    ନିଜ କର୍ମ ନିଜେ ଲେଖେ ।

ଇତିହାସ କଥା ମନେ ପଡିଯାଏ

    ଛତ୍ରପତି ଯେ ଶିବାଜୀ

ଆଫଜଲ ଖାଁ ଶତ୍ରୁ ଭାବ ଜାଣି

    ଛଳନେ ନ ଥିଲେ ହଜି ।

ଜାଣିଥିଲେ ଶତ୍ରୁ ମିତ୍ରତା ହେବନି

    ନିଜେ ପ୍ରସ୍ତୁତ ହୋଇଲେ

ଆଫଜଲ ଖାଁ ମାରିବା ସମୟେ

    ବାଘ ନଖେ ଚିରି ଦେଲେ ।

ଶତ ଧନ୍ୟବାଦ ଶତ୍ରୁକୁ ଯେ ଦିଅ

     ସିଏ ଆମ ଭଗବାନ

ତାର ପାଇଁ ଆଜି ଅଭିମାନ ରଖି

     ରହିଛି ଆମରି ଟାଣ ।

ଶତ୍ରୁର ପାଖରୁ ଆମକୁ ଅନେକ 

     ଶିକ୍ଷା ଯେ ମିଳି ପାରୁଛି

ତାହା ପାଇଁ ଆଜି ଏ ଆମ ଜୀବନ

    ମାର୍ଜିତ ହେଇ ଚାଲିଛି ।

ଯା' ଜୀବନେ ଶତ୍ରୁମାନେ ରହିଥାନ୍ତି 

     ତା ଜୀବନ ଧନ୍ୟ ହୁଏ

ସେଇ ଶତ୍ରୁ ପାଇଁ ତାହାର ସେ ଭାଗ୍ୟ 

     କ୍ଷଣିକେ ବଦଳି ଯାଏ ।

ସିଏ ଜାଣେ ସିନା ଶତ୍ରୁ ସେ ଆମର

    ମନେ ରାଗ ରଖି ଥାଏ

ହେଲେ ଆମ ପାଇଁ ସାଜି ଥାଏ ସିଏ

    ଉପକାରୀ ବନ୍ଧୁଟିଏ ।

ଦୁନିଆ ଆଖିରେ ସାଜେ ଶତ୍ରୁ ସିଏ

    ଆମ ପାଇଁ ସେ ଠାକୁର

ସେଇ ଶତ୍ରୁ ମିତ୍ର କାମ କରୁଅଛି

    ତା ପାଦେ କୋଟି ଜୁହାର ।


Rate this content
Log in