STORYMIRROR

Suhana Pattanaik

Tragedy Inspirational Thriller

3  

Suhana Pattanaik

Tragedy Inspirational Thriller

ସମ୍ବିଧାନ

ସମ୍ବିଧାନ

2 mins
199

ସମ୍ବିଧାନରେ ଭାରତ... ବୋଧହୁଏ ସବୁଠାରୁ ଉପରେ;

ଆଉ ହଁ ସେଇଥି ପାଇଁ ତ ଏତେ ସବୁ ଧାରା।

ଦେଖିଲେ ଡର ଲାଗେ ସେ ମୋଟା ବହିକୁ;

ଯେଉଁଥିରୁ ପରିଚୟ ମିଳେ ଭାରତୀୟ ବୋଲି।


ତଥାପି ପ୍ରଶ୍ନ ଉଠେ ମନରେ ;

ସତରେ କ'ଣ ଆମ ଲାଗି ତାହା ପ୍ରଜୁର୍ଯ୍ୟ ?


ଯଦି ହଁ! ତଥାପି ପ୍ରଶ୍ନ ଆଶା ଆକାଂକ୍ଷା।

ଲିଖିତ ଅଛିକି ସେ ମୋଟା ବହିରେ ;

ଅଇଁଠା ବାସନ ମାଜିବ ଗରୀବ ଛୁଆଟି?

ଭୋକ ବିକଳ ଖାଦ୍ୟ ନପାଇ ପାଇବ ଦେହରେ ମୋଟା ଚିହ୍ନ?

ଆଉ ହଁ ଏ ସମାଜ ତାକୁ ଗ୍ରହଣ କରି ଚାଲିଥିବ।

ଯେଉଁମାନଙ୍କ ଲାଗି ଏହା ଠିକ୍ କ'ଣ କରିଥାନ୍ତେ ସେମାନେ;

ଯଦି ନିଜ ପୁଅ ଝିଅଙ୍କୁ ଏମିତି ଦେଖିଥାନ୍ତେ?


ଦୀର୍ଘ ୨ବର୍ଷ ୧୧ମାସ ୧୮ ଦିନ ତପସ୍ୟାର ଫଳାଫଳ କଣ ଏଇଆ?

ଲାଞ୍ଛନା ପୀଡନା ପ୍ରତାରଣା ଆଉ ନିର୍ଯାତନା?


ମୋଟା ବହିର କେଉଁ ପୃଷ୍ଠାରେ ଲେଖାଅଛି;

ଭାଇ ଲୁଟି ନେଉ ଭଉଣୀ ଇଜ୍ଜତ ତଥାପି ସେ ଦୋଷୀ ନୁହେଁ?

ଯଦି ବା ଦୋଷୀ କେଉଁ ଧାରାରେ ସେ ସାସ୍ତି ପାଏ?

ନା; ସାସ୍ତି ପାଏନା ସେ;

ସୂର୍ଯ୍ୟର କିରଣରେ ରାତିର ଅନ୍ଧାର ଲୁଚିଗଲା ପରି ,

ହଜିଯାଏ ଦେହ ଲୋଭି ଜାନୁଆର ମାନଙ୍କ ପ୍ରକୃତ ପରିଚୟର ପ୍ରମାଣ ପତ୍ର।


ହେ ଈଶ୍ଵର! ଲିଙ୍କନ, ଗାନ୍ଧୀ, ଗୋପବନ୍ଧୁ...

କ'ଣ ଏଇଟା ଆପଣ ମାନଙ୍କର ସ୍ବପ୍ନ‌ର ଭାରତ?

ପୁଣି ଫେରିଆସନ୍ତୁ ନା... ଆପଣମାନେ

ଦେଖିବେ ନିଜ ଝିଅମାନଙ୍କୁ କେତେ ସୁରକ୍ଷିତ ସେମାନେ।

ଦେଖିବେ ନିଜ ପୁଅମାନଙ୍କୁ;

କେମିତି ରକ୍ଷକର ତାବିଜ୍ ଲଗାଇ , ଭକ୍ଷକ ପରି ଶୋଷି ନିଅନ୍ତି ଇଜ୍ଜତ...

ଫେରିଆସନ୍ତୁନା ଥରେ।


ହେ ଆମ୍ବେଦକର!! କାହିଁକି ଗଢିଥିଲେ ସେ ମୋଟା ବହିକୁ?

କ'ଣ ଭାବିଥିଲେ ଆପଣ?

କ୍ଷମା କରିବେ ଆପଣଙ୍କୁ କହିବାର କ୍ଷମତା ମୋର ନାହିଁ।

ତଥାପି କହିବି..

ଆପଣଙ୍କ ପରିଶ୍ରମ କେଉଁଠି ହଜିଛି?

ଲୁଚିଯାଇଛି ନା ଲୁଚେଇ ଦିଆଯାଇଛି?

ସତରେ କଣ ସେ ବହିରେ ସମ୍ବିଧାନର ନାମ ଅଛି?

ଥିଲେ ଲାଭ ବା କ'ଣ?

ଯେଉଁଠି ଶାସକ, ଶାସିତ ନାହଁନ୍ତି; ଅଛନ୍ତି ଶୋଷକ ଆଉ ଶୋଷିତ।


କ'ଣ ଲେଖିଥିଲେ କି,ସେହି ମୋଟା ବହିରେ; ଭାରତ ବର୍ଷକୁ ଦେଖି,

ସନ୍ଧ୍ୟା ୬ଟା ପରେ ଝିଅ ମାନେ ଘରୁ ବାହାରି ପାରିବେନି?

ଆଉ ଯଦି ଏଭଳି ଭୁଲ୍ କରନ୍ତି;

ସମ୍ବିଧାନର ଧାରା ଅନୁଯାୟୀ ସେମାନଙ୍କ ଇଜ୍ଜତ ବଳି ଚଢ଼େଇ ବାକୁ ପଡ଼ିବ?


କ'ଣ ହେଲା ଆଜି ଏ ସମ୍ବିଧାନର ଅବସ୍ଥା ବ୍ୟବସ୍ଥା ଧାରା ଉପଧାରା?

କେଉଁଠି ହଜିଗଲା ନା ନିଜ ଭୁଲକୁ ଲୁଚେଇବାକୁ ଯାଇ ସେଗୁଡିକୁ ହଜାଇ ଦିଆଗଲା?


ସ୍ବାଧିନ ଭାରତ ତଥାପି, ଅଳିଆଗଦାରୁ ଖୁଣ୍ଟି ମଣିଷ ଖାଏ।

ଭୋକ ଜ୍ଜାଳାରେ ଦେହର ବେପାର ଚାଲେ।

କେଵେ ବନ୍ଦ ହେବ ଏସବୁ?


ହେ ସମ୍ବିଧାନ! ତମକୁ ସମ୍ମାନ ଦେବାକୁ ଆନ୍ତରିକତା ଅଛି,ହେଲେ ମଣିଷ ନାହାଁନ୍ତି।

ତୁମେ ତ ସେଇଦିନ କାର୍ଯ୍ୟକାରୀ ହେବ, ଯେବେ ଆମ ଦେଶ ସ୍ବାଧୀନ ହେବ।

ନା !!! ଆମ ଦେଶ ସ୍ବାଧୀନ ହୋଇନି; ଯେଉଁ ଦେଶରେ ମା ସୁରକ୍ଷିତ ନୁହେଁ ,ସେ ଦେଶ ସ୍ବାଧୀନ ହେଲା କେମିତି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy