ପ୍ରେମେ ନୁହେଁ ଜାତିଭେଦ
ପ୍ରେମେ ନୁହେଁ ଜାତିଭେଦ
ନଥାଏ ଟି ପ୍ରେମେ ଜାତିର ଆକଟ ଥାଏ ଟି ଆତ୍ମା ମିଳନ,
ଦୁଇ ଆତ୍ମା ମିଶେ ନଥାଏ ଟି ସ୍ବାର୍ଥ,
ପବିତ୍ର ଏହୁ ମିଳନ।
କଲେଜ ଜୀବନ ଯୁବା ଯୁବତୀଙ୍କ ଅଟେରେ ଶିକ୍ଷା ସନ୍ଥାନ
ଉଚ୍ଚ ଶିକ୍ଷା ପାଇ ରାଷ୍ଟ୍ରର ଉନ୍ନତି
କରିବେ ଟି ଯୁବା ଜନ।
ଛାତ୍ର ଜୀବନରେ ନଥାଏ ଟି ସ୍ବାର୍ଥ ଥାଏ ଉଚ୍ଚ ଅଭିଳାଷା
ଜାତି ଭେଦଭାବ ନଥାଏ ତାଙ୍କର
ଥାଏ ମନୁଷ୍ୟର ଭାଷା।
ଶିକ୍ଷା ଜ୍ଞାନ ବଳୁ ଜାଣନ୍ତି ସେମାନେ ନର ନାରୀ ଦୁଇ ରୂପ
ଯୁବା ଯୁବତୀଙ୍କ ମିତ୍ରତା ଯହିଁରେ
ନଥାଏ ଜାତିର ରୂପ।
ମିତ୍ରତାରୁ ହୁଏ ନିସ୍ବାର୍ଥର ପ୍ରେମ ପଟାନ୍ତର ନାହିଁ ଯାର
ନଦେଖିଲେ କ୍ଷଣେ ରହି ନପାରନ୍ତି
ପବିତ୍ର ପ୍ରେମ ସଞ୍ଚାର।
ଅତି ବୁଦ୍ଧିମାନ ଶିକ୍ଷାର କ୍ଷେତ୍ରରେ ବୁଦ୍ଧିବନ୍ତ ଦୁଇ ଜଣ
ସମ୍ମାନ ତାଙ୍କର କଲେଜରେ ଥିଲା
ପ୍ରଥମ ସ୍ଥାନେ ଉତ୍ତୀର୍ଣ୍ଣ।
ଯୁବା ନାମ ଥିଲା ସବ୍ୟସାଚୀ ଯହିଁ ଯୁବତୀର ନାମ ମୁନୁ
ପବିତ୍ର ପ୍ରେମରେ ଯୋଡ଼ି ରହି ଥିଲେ
ନିସ୍ବାର୍ଥ ପ୍ରେମର ତନୁ।
ପାଠ ଶେଷ ହେଲେ ବିବାହ କରିବେ ପ୍ରତିଜ୍ଞା ଟି ତାଙ୍କ ଥିଲା
ଜୀବନ ଯାତ୍ରାର ସାଥି ହେବେ ଦୁହେଁ
ନିସ୍ପତି ଟି ତାଙ୍କ ଥିଲା।
ସମୟ ଆସିଲା ପଢା ଶେଷ ହେଲା ଘରକୁ ଆସିଲେ ଦୁହେଁ
ନିସ୍ପତି ତାଙ୍କର ଘରକୁ ଆସିଲେ
କହିବେ ଗୃହରେ ଦୁହେଁ।
ନିଜ ଗୃହେ ଦୁହେଁ ରହିଲେ କଷ୍ଟରେ ଡିଜିଟାଲ ଯୁଗ ଯହିଁ,
କଥାବାର୍ତ୍ତା ଦୁହେଁ ହେଉ ଥିଲେ ପୁଣି
ମୋବାଇଲ୍ ଦ୍ବାରା ତହିଁ।
ଡ଼ର ମାଡୁ ଥିଲା ଗୃହରେ କହିବା ଯୁବା ଯହିଁ ଖଣ୍ଡାୟତ,
ଯୁବତୀ ଟି ଯହିଁ ବ୍ରାହ୍ମଣ ଜାତିର
କିପରି ହେବ ଦାମ୍ପତ୍ୟ।
ଦୁଃଖ ବିରହର ଅତି କଷ୍ଟକର କହିଲା ଯୁବତୀ ଗୃହେ
ତାର ପିତୃମାତୃ ଦେଲେ ଟି ସ୍ବୀକୃତି
ଖୁସି ହେଲେ ସର୍ବେ ଗୃହେ।
ଶୀଘ୍ର କୁହ ଝିଅ ସବ୍ୟସାଚୀକୁରେ ସବୁ କଥା କହୁ ଗୃହେ
ଆଗ ରବିବାର ଯିବି ତାଙ୍କ ଘରେ
କହିଲା କି ନାହିଁ ଗୃହେ।
ପିତୃମାତୃ ତାର ରାଜିନାମା କିବା ପଚାରି ଶୀଘ୍ର ବୁଝରେ
ଅଲିଅଳି ଝିଅ ଦେବି ସବ୍ୟସାଚୀ
ଟେଲିଫୋନ ଦ୍ବାରା ଜାଣରେ।
ଦୁଇ ଗୃହ ହେବ ଏକ ଗୃହ ଏବେ ମନ ଆଜି ଆନନ୍ଦିତ
ଯିବେ ବାପ ମୋର ଆଗ ରବିବାର
ଦେଲେଟି ପାପା ସ୍ବୀକୃତ।
ବାପାମାଆ ମୋର ମନା କରୁଥିଲେ ଏବେହେଲେ ସହୁରାଜି
ଆସିବା କଥାକୁ କହିବି ପାପାଙ୍କୁ
ମୋର ମୁନୁ ଯେବେ ରାଜି।
କେଉଁକଥା ତୁମେ କୁହ ସବ୍ୟସାଚୀ ଅର୍ଧାଙ୍ଗିନୀ ମୁହିଁ ତୁମ
ତମବିନୁ ନାହିଁ ମୋହର ଅସ୍ତିତ୍ଵ
କିପରି କଥା ଟି ତୁମ।
କିଛି ଦିନ ପରେ ବିଭାଘର ହେଲା ଖୁସିରେ ରହିଲେ ଦୁହେଁ
ଧନ୍ୟ ପିତୃମାତୃ ପୂରଣ କରିଲେ
ନାତୁଣୀ ଧରିଲେ ଦୁହେଁ।
ହୁଏ ଯାହାକିଛି ଏହୁ ଧରାଧାମେ ଅନାଦି ଅନନ୍ତ ଗାର
ସ୍ବୀକାର କରିବା କର୍ତ୍ତବ୍ୟ ଅଟେରେ
ସବୁ ପିତୃମାତୃଙ୍କର।
କର୍ମ ଅନୁସାରେ ଜାତିର ଗଠନ ନର ନାରୀ ଦୁଇ ଜାତି
କର୍ମକୁ ଆଧାର କିମ୍ପା କରେ ଜନ?
ସ୍ତ୍ରୀ ପୁରୁଷତ ଜାତି।