ଆହା କି ସୁନ୍ଦର କେନ୍ଦୁଝର
ଆହା କି ସୁନ୍ଦର କେନ୍ଦୁଝର
ଓଡିଶା ର ସର୍ବୋଚ୍ଚ ଖଣିଜ ସମ୍ପଦ ର ଗନ୍ତାଘର,
ସେହି ମୋର ପ୍ରିୟ କେନ୍ଦୁଝର !
ଯେଉଁଠି ମିଳେ iron, cromate, bauxite, gold, limestone
.ଆଉ କିଛି ସରଳ ମଣିଷ !
ସେହି ମୋର ପ୍ରିୟ କେନ୍ଦୁଝର !
ଜାନୁଆରୀ 1 ତାରିଖ 1948 ମସିହା ରେ
ସ୍ଥାପିତ ହେଲା ମୋର କେଉଁଝର !
8,303 square km
ପୁରା ଏରିଆ ସେଥିରୁ,
3,222square km
ଖାଲି ଜଙ୍ଗଲ ଆଉ ପର୍ବତ !
ଯେମିତି ପ୍ରକୃତି ମା ଜଗି ରଖିଛି ନିଜ ସନ୍ତାନ କୁ,
ତାର ଚାରି ପାଖରେ, ଅତି ଆନନ୍ଦ ରେ !
ସେହି ମୋର ପ୍ରିୟ କେନ୍ଦୁଝରେ !
ଓଡ଼ିଶାର ଶେଷ ସୀମାରେ
ଝରାଖଣ୍ଡ ର ପାଦ ଦେଶରେ
ସରଣ୍ଡା ନାମକ ଜଙ୍ଗଲ ସୁପରିଚିତ !
ହାତୀ, ବାଘ, ହିଂସ୍ର ଜନ୍ତୁ,
ଉଗ୍ର ବାଦୀ ଙ୍କ କେନ୍ଦ୍ର ସ୍ଥଳ
ସେହି ମୋର ପ୍ରିୟ କେନ୍ଦୁଝର !
ଯେଉଁଠି ରହିଛି ସରଳ ମନ
ଆଦିବାସୀ ସାଉତ୍ତାଳ,
ମୁଣ୍ଡାରୀ, କୋଡା , ମାଡରି, ଭୂୟାଁ ଦଳ ଦଳ !
ସେହି ମୋର ପ୍ରିୟ କେଉଁଝର !
ଏସିଆ ପ୍ରସିଦ୍ଧ ଲୋହ ପଥର ଭଣ୍ଡାର ,
ଗୋଆ,ମେଘା ତି ପୁରୁ, କିରିପୁରୁ, mines
କିରିପୁରୁ ନାମକ ଥୋକାଳ tower
ଇଂରେଜକାଳରୁ ସୁପରିଚିତ ! ଯେଉଁଠି ପଶୁ, ପକ୍ଷୀଙ୍କୁ ନୟନ ଭରି
ଦେଖିବା ପାଇଁ ମଣିଷ ଙ୍କ ଭିଡ଼ !
ସେହି ମୋର ପ୍ରିୟ କେଉଁଝର !
କାଞ୍ଜି ପାଣିଘାଟି, କୁସେଲେଶ୍ୱର ମନ୍ଦିର,
କେଶରୀ କୁଣ୍ଡ, ଗୌନ ସିକା ମନ୍ଦିର,
ହିଡ଼ଗଡ଼ ରିସିର୍ଭ, ସାନ ଘାଗରା, ବଡ ଘାଗରା.
ପ୍ରକୃତିକ ସୌ ନ୍ଦଜ୍ୟା ରେ ହଜି ଯିବାକୁ
ଯେଉଁଠି ପଯ୍ୟଟକ ଙ୍କ ଭିଡ !
ସେହି ମୋର ପ୍ରିୟ କେନ୍ଦୁଝର !
ନୂଆମୁଣ୍ଡି mis ର ଆର ପାଖେ ,
ମୁର୍ଗା ମାଧବ ମହାଦେବ ବିରାଜିତ । , 30 ଫୁଟ ଉଚ୍ଚ ରୁ ଝରଣା ଜଳ,
ଝରି ଆସୁଅଛି କେତେ ଯୁଗରୁ , ଛୋଟ ନଦୀ ଟିଏ ତିଆରି ହୋଇ,
ଯାହା ଆମ ପାଇଁ ପୂତ, ଶୂଭ୍ର, ତୀର୍ଥ !
ଲକ୍ଷେଦିକ ଭକ୍ତ କାର୍ତ୍ତିକ, ଶ୍ରାବଣମାସ,
ଶିବ ରାତ୍ରି ରେ କଷ୍ଟ କରି ଯାଇଥାନ୍ତି,
ମହାଦେବ ଙ୍କ ଦର୍ଶନ ପାଇଁ !
ସେହି ମୋର ପ୍ରିୟ କେନ୍ଦୁଝର
ବଲାଣି ସ୍ଥିତ, ବାଲୋଗଡା ଗ୍ରାମେ
ଲିଙ୍ଗଟିଏ ଅଛି ଧଳା ବର୍ଣ୍ଣ ର,
ସ୍ପ ଶ ମାତ୍ରେ ଲାଗେ ଅତି କୋମଳ,
ମଣିଷ,ଗଛ, ପଶୁପକ୍ଷୀ ଭଳି ବଡି ଚାଲୁଛନ୍ତି
କ୍ରମାଗତ ଭାବେ ଏହି କଳି ଯୁଗରେ, ମହାଦେବ !
କମଳ ବାବା ନାମକ ବ୍ରହ୍ମନ ଦେବତା,
ବର୍ଷ ବର୍ଷ ଧରି ଅନ୍ନ ତ୍ୟାଗ କରି,
ଗୁପ୍ତେଶ୍ୱର ଙ୍କ ପୂଜାରେ ନିଜର
ଜୀବନ ଧନ୍ୟକରି,
ଚାଲି ଗଲେ ଯଶ, ମାନ,
କୀର୍ତ୍ତି ରଖି ଆର ପାରିକୁ !
ସେହି ମୋର ପ୍ରିୟ କେନ୍ଦୁଝର !
ମାତାରିଣୀ ପୀଠ କେନ୍ଦୁଝର ସ୍ଥିତ,
ସାରାଜଗତେ ବିଖ୍ୟତା ! ସେହି ମୋର ପ୍ରିୟ କେନ୍ଦୁଝର !
