କବି ଅନନ୍ତ ପଟ୍ଟନାୟକ ତୁମେ ମନେପଡ
କବି ଅନନ୍ତ ପଟ୍ଟନାୟକ ତୁମେ ମନେପଡ
ମଣିଷ କାନ୍ଦୁଛି ଆଜି ଅତ୍ୟାଚାର
ଶୋଷଣ ତାଡନାରେ
ଶ୍ରମିକ କୃଷକ କାନ୍ଦୁଛି ଆଜି ଦେଶର
ପୁଂଜିପତିର ଶୋଷଣରେ ।୧।
ତୁମେ ମନେପଡ ହେ କବି ଅନନ୍ତ
ପଟ୍ଟନାୟକ ମୋ ମନରେ
ମନେ ପଡେ ମିଶିଥିଲି କେତେ ତୁମ
ସଂଗରେ ମୋ ଛାତ୍ର ଅବସ୍ଥାରେ ।୨।
ପିଲାଦିନୁ ମାତାପିତାଙ୍କୁ ହରାଇ
କେତେ ଦୁଃଖ ଭୋଗି ଥିଲ
ରେଭେନ୍ସା କଲିଜିଏଟ ସ୍କୁଲରେ
ନବମ ଶ୍ରେଣୀରେ ପଢୁଥିଲ ।୩।
ସେହି ସମୟରୁ ତୁମ ମନର ଭାବନା
କବିତାରେ ଲେଖିଲ
ଶିକ୍ଷକମାନଙ୍କୁ କହି, "ଛାତ୍ରବନ୍ଧୁ"
ପତ୍ରିକା ପ୍ରକାଶ କରିଲ ।୪।
ନିଜେ ରହିଲ ମଧ୍ୟ ସମ୍ପାଦକ ସେହି
"ଛାତ୍ରବନ୍ଧୁ" ପତ୍ରିକାର
ପରିଚୟ ଦେଲ ଛାତ୍ର ସମାଜରେ
ଯୋଦ୍ଧା ସ୍ଵାଧୀନତା ସଂଗ୍ରାମୀର ।୫।
ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ
ହୋଇଲ ୧୯୩୦ ମସିହାରେ
ନାମ ଲେଖାଇଲ ପଢିବା ପାଇଁ
ରେଭେନ୍ସା ମହାବିଦ୍ୟାଳୟରେ ।୬।
ଆକର୍ଷିତ ହୋଇଥିଲ ପରିବର୍ତ୍ତନପନ୍ଥୀ
ବାମପନ୍ଥୀ ଚିନ୍ତାଧାରରେ
ବୈପ୍ଲବିକ ଗୀତରେ ଉତ୍ସାହବର୍ଦ୍ଧନ କଲ
ସଂଗ୍ରାମୀଙ୍କର ଲବଣ ସତ୍ୟାଗ୍ରହରେ ।୭।
ମୁଖ୍ୟ ଭୂମିକା ନିର୍ବାହ କଲ ଓଡ଼ିଶାରେ
କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠାରେ
ଦଳର ଏକ ଅନୁଷ୍ଠାନ ଥିଲା "ନବଯୁଗ
ସାହିତ୍ୟ ସଂସଦ" ନାମରେ ।୮।
'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା',
'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ
ଲେଖୁଥିଲ ବିପ୍ଳବୀ କବିତା ଥାଇ ପତ୍ରିକାର
ପରିଚାଳନା ସମ୍ପାଦକ ଦାୟିତ୍ୱରେ ।୯।
ତୁମର ସୃଷ୍ଟି ସମୂହ ମଧ୍ୟରେ ଗଢି ଉଠିଛି
ଅବାନ୍ତର (କବିତା ସଂକଳନ)
ରକ୍ତଶିଖା (କବିତା ସଂକଳନ) ଛାଇର ଛିଟା
(କବିତା ସଂକଳନ) ।୧୦।
ଅଲୋଡ଼ା ଲୋଡ଼ା (କବିତା ସଂକଳନ) ଶାନ୍ତି
ଶିଖା (କବିତା ସଂକଳନ)
ତର୍ପଣ କରେ ଆଜି (କବିତା ସଂକଳନ)କିଞ୍ଚିତ
(କବିତା ସଂକଳନ) ।୧୧।
କରିଛ ଦାନ ଛବିଟିଏକୁ ଗପଟିଏ, କସରା
ଘୋଡ଼ା ଶିଶୁ ସାହିତ୍ୟକୁ
ଦେଇଛ ରାବଣ ଓ ଚିର ଅନ୍ଧାର ରାତି ଓଡିଆ
ସାହିତ୍ୟର ନାଟକ ଜଗତକୁ ।୧୨।
ହେ ବିପ୍ଲବୀ କବି ଅନନ୍ତ ପଟ୍ଟନାୟକ ଜନମି
ଥିଲ ୧୧-୬-୧୯୧୨ ତାରିଖରେ
ମୃତ୍ୟୁର ଶୀତଳ ସ୍ପର୍ଶ ସବୁ କରି ଦେଲା ଶେଷ
ଯବନିକା ଜୀବନ ପାର୍ବଣ ୨୫-୬-୧୯୮୭ ରେ ।୧୩।
ସେହି ଆଗ୍ନେୟ ଆହ୍ଵାନ ପ୍ରତିଧ୍ବନିତ ହୁଏ ମନରେ
ଆଜି ମୋହର
ପ୍ରକାଶ କରୁଛି ଆଜି ସମଗ୍ର ଜନ ମାନସରେ ପୁନଶ୍ଚ
ହୁଅ ତରୁଣ ନବୀନ ଯୁଗର ।୧୪।
"ନବୀନ ଯୁଗର ତରୁଣ ଜାଗରେ
ଜାଗରେ ଜାଗ ବନ୍ଧନ ହରା
ବକ୍ଷ ଶୋଣିତ ଲକ୍ଷ ଜୀବନେ
ଖେଳାଅ ଆଲୋକ ଧାରା
ଛିନ୍ନ କରରେ ବନ୍ଧନ ରାତ୍ରି
କ୍ରନ୍ଦନ ହେଉ ଶେଷ
ଲୁପ୍ତ ହେଉରେ ଜାତି, ଅଜାତି
ଖଣ୍ଡିତ ଶତ ଦେଶ ।..."
ସାମ୍ୟବାଦୀ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବୀଣ
ସାରସ୍ଵତ ସାଧକ ତୁମକୁ ସ୍ମରଣ କରି
୧୯୪୩ ମସିହାରେ ଆନ୍ଦୋଳନର ଭଗୀରଥ ଭଗବତୀ
ପାଣିଗ୍ରାହୀଙ୍କ ପାଇଁ ଯାହା କହିଥିଲ ଦେଉଛି ଉତ୍ତାରି ।୧୫।
"ଶପଥ କରୁଛୁ ସାଥି
ତମରି ରକ୍ତେ ରଞ୍ଜିତ ଧ୍ବଜାଟିରେ-
ଆନମି ନିମିଷେ,ସମାଧି-ଶଯ୍ୟାଶିରେ
ଶପଥ କରୁଛୁ ସାଥି ।
ଉଠାଇ ଭଵେ ଦେଵୁରେ ବକ୍ଷପାତି
ଜାଗ୍ରତ କରି ମୁକ୍ତ କରିବୁ ଧରା
ବିଶ୍ଵର ଯେତେ ଦଳିତ ମଣିଷ ଜାତି ।"
