STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଗୁରୁପୂର୍ଣ୍ଣିମା

ଗୁରୁପୂର୍ଣ୍ଣିମା

1 min
210


ଆଷାଢ ମାସରେ ପଡେଟି ପୂର୍ଣ୍ଣିମା

  ଗୁରୁପୂର୍ଣ୍ଣିମାଟି ଆଜି

ନାମେ ବେଦବ୍ୟାସ ନାମିତ ପୂର୍ଣ୍ଣିମା

  ମହର୍ଷି ଜନ୍ମଟି ଆଜି।


ଦେଲେ ଟି ମହର୍ଷି ଚାରି ବେଦ ଜ୍ଞାନ

  ବିଷ୍ଣୁ ଅବତାରେ ଗୁରୁ,

ଶିବଙ୍କ ପୁରାଣେ ବର୍ଣ୍ଣିତ ରହିଛି

  ଆଜିର ପୂଜନେ ଗୁରୁ।


ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁ ସାକ୍ଷାତରେ 

  ଗୁରୁ ଦେବ ମହେଶ୍ୱର,

ବନ୍ଦନା ଚରଣେ କରୁଛି ଭକ୍ତିରେ

  ହେଉଟି ଶିକ୍ଷା ପ୍ରସାର।


ଅନ୍ତର ମାତ୍ରହିଁ ଗୁରୁ ଓ ଶିକ୍ଷକେ

  ଗୁରୁ ଦିଏ ଜ୍ଞାନ ଭରି,

ଶିକ୍ଷକ ଦିଏଟି ଶିକ୍ଷଣ ତାହାର

  ଗୁରୁଜ୍ଞାନ ହାତେଧରି।


ଗୁରୁ ସର୍ବୋପରି ଶିକ୍ଷକ ବି ଗୁରୁ

  ଦୁହିଁଙ୍କ ଆଦର ରହୁ

ଶିକ୍ଷକ ଦିଅନ୍ତି ଶିକ୍ଷଣ ଛାତ୍ରଙ୍କୁ

  ବଚନ ଶାସ୍ତ୍ରର ଯେହୁ।


ବଚନ ଶାସ୍ତ୍ରରେ ଗୁରୁଙ୍କ ବଚନ

  ଶିକ୍ଷା ଗୁରୁ ଦିଏ ଛାତ୍ରେ,

ଚାରି ବେଦ ଜ୍ଞାନ ଶିକ୍ଷଣ ଛାତ୍ରରେ

  କରେଟି ଶିକ୍ଷିତ ଛାତ୍ରେ।


ଶ୍ରଦ୍ଧାଞ୍ଜଳି ତହିଁ ପୁଷ୍ପାଞ୍ଜଳି ଦେଇ

  ପୂଜନ କରେ ଗୁରୁଙ୍କୁ,

ପ୍ରେମ ଭକ୍ତି ଶ୍ରଦ୍ଧା ରହୁଟି ଚରଣେ

  ଗୁରୁ ପୂର୍ଣ୍ଣିମାରେ ତାଙ୍କୁ।


ଗୁରୁ ତ ଗୌରବ ଜୀବନ ଯାତ୍ରାରେ

  ଭକ୍ତି ନିରନ୍ତର ରହୁ,

ଶିକ୍ଷକ ହିଁ ପରା ଶିକ୍ଷାର ନିମିତ୍ତ

  ତାଙ୍କ ଅବଦାନ ରହୁ।


କୋଟି ପ୍ରଣିପାତ ଚରଣେ ତାଙ୍କର

  ଗୁରୁପୂର୍ଣ୍ଣିମାରେ ଭାଇ,

ସତ୍ୟ ଅହିଂସାରେ ରାଷ୍ଟ୍ରକୁ ଗଢିବା

  କର୍ମଜ୍ଞାନ ବଳେଭାଇ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract