Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Abstract

3  

Amit Bal

Abstract

ଶେଷ ଅଭିନୟ

ଶେଷ ଅଭିନୟ

1 min
116



ଅଭିନୟ ତାକୁ ଖୁବ୍ ଜଣାଥିଲା

       ଆଜନ୍ମ ସେ ଥିଲା କଳାକାର

ଚିହ୍ନି ପାରିଲେନି କେହି ହେଲେ ତାକୁ

      କେତେ ବଡ଼ ଥିଲା ସିଏ ବୀର ।


ପିଲାଟି ଦିନରୁ ଦେଶପ୍ରେମ କଥା

       ଭରି ରହିଥିଲା ହୃଦୟରେ

ପାଠ ପଢୁଥିଲା ମନଯୋଗ ଦେଇ

        ଅଭିନୟ ଥିଲା ସଉକରେ ।


ସମୟ ସ୍ରୋତରେ ଦିନ ଗଡିଗଲା 

        ସରିଗଲା ପାଠପଢ଼ା ‌‌‌‌ଦିନ 

ଫଉଜରେ ଯାଇ ଯୋଗଦେଲା ସିଏ

       ପୁରା ହେଲା ତା'ର ସବୁ ସ୍ବପ୍ନ ।


ଦେଖୁ ଦେଖୁ ଦିନେ ଆସି ପହଞ୍ଚିଲା

       ରଣ ପ୍ରାଙ୍ଗଣ ତା' ସମ୍ମୁଖରେ

ମାତୃଭୂମି ପାଇଁ ଏପରି ଲଢିଲା

      ଲଢି ନଥିଲା କେ ଜୀବନରେ ।


ଶେଷ ଅଭିନୟ କାଳଜୟୀ ଥିଲା

       ଋଣି ହୋଇଗଲେ ଦେଶବାସୀ

ଲେଖିଗଲା ସିଏ ସ୍ବର୍ଣ୍ଣିମ ଅଧ୍ୟାୟ

        କାଳର ବକ୍ଷରେ ହସି ହସି    ।      



Rate this content
Log in