ପାର୍ବଣ
ପାର୍ବଣ
ମନ ଉଲ୍ଲସିତ
ମାଆ ମୋର ଆସିବେ
କାଶତଣ୍ଡି ଫୁଲରେ ସାଜିଥିବ ଧରା
ପବନରେ ମାଆଙ୍କ ବାସ ଉଛୱାସ ।
ସ୍ଵର୍ଗରୁ ଧରା ପୃଷ୍ଠକୁ ଅବତରିବେ ମାଆ
ପାଳିତ ହେବ ପାର୍ବଣର ଉତ୍ସବ
ଲୁଚିଯିବ ଭୟର ବାଦଲ
ଗର୍ଜିବ ଭେରୀ ତୂରୀ ଦୁନ୍ଦୁଭି
ଗଗନ ପବନରେ ମାଆ ଆସିବାର ସଂକେତ ।
ମାଆ ମୋର ଆସିବେ
ହରି ନେବେ ଶୋକ ଦୁଃଖର ସ୍ପର୍ଶ
ପାର୍ବଣ ଆସୁଛି
ପଲ୍ଲବିତ ହେବ କୁଞ୍ଜ କାନନ
ଆସ ମାଆ,ଆଶା ମାଆ
ମୁଖରିତ ହେବ ହୃଦୟ ଝଙ୍କାର ।
ପାର୍ବଣ ର ପବିତ୍ର ପ୍ରେରଣା
ଆସିବେ ଦୁର୍ଗା ହରିବେ ଦୁର୍ଗତି
ଦୂର ହେବ ଆତ୍ମ ନୀଳୟରୁ ଭୀତି
ଆବାହନ କର ହେ ଭାରତୀ
ମିଳି ଯାଉ ଅନ୍ଧାରରୁ ଅଦୃଶ୍ୟ ମୁକତି ।
ଆତୁରେ କାତରେ ହୋଇବ ପ୍ରାପ୍ତି
ନାରୀ ସେ ତ ନାରାୟଣୀ
ଦୁର୍ଗା ମହାମାୟା ଶିବା ଅମ୍ବା ଉମାବତୀ
ଆସୁଛନ୍ତି ମାଆ ମୋର ସୁଖ ଦୁଃଖର ସେ ସାଥୀ ।