Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ନବମୀରେ ସନ୍ଧ୍ୟା ଦର୍ଶନ

ନବମୀରେ ସନ୍ଧ୍ୟା ଦର୍ଶନ

1 min
162



ଚାହୁଁ ଚାହୁଁ ସାତ ଦିନ ସରି ଗଲା

    ଅଷ୍ଟମ ଦିବସ ଆଜି

ତିନି ଦିଅଁଙ୍କୁ ଯେ କରନ୍ତି ଦର୍ଶନ 

    କାଳିଆ ପ୍ରେମରେ ଭିଜି ।

ଆଡପ ମଣ୍ଡପେ ପ୍ରଭୁ ଜଗନ୍ନାଥ 

    ସଙ୍ଗରେ ଭଉଣୀ ଭାଇ

ଶ୍ରୀମନ୍ଦିର କାଲି ଫେରି ଯିବେ ପ୍ରଭୁ 

     ପୋଡପିଠାକୁ ସେ ଖାଇ ।

ଭକତଙ୍କ ଭିଡ ଲାଗିଛି ପ୍ରବଳ

     ଦେଖନ୍ତି କଳା ଠାକୁର

ଏଇ ରାତି ପାହି ଗଲେ ସତେ ପ୍ରଭୁ

     ହୋଇବେ ଏଠୁ ଅନ୍ତର ।

ମନରେ ବିରସ ଭାବକୁ ରଖିଣ

    କରନ୍ତି ସନ୍ଧ୍ୟା ଦର୍ଶନ 

ଶଙ୍ଖ ଘଣ୍ଟ ହୁଳହୁଳୀ ଶବ୍ଦେ କମ୍ପେ

    ଆଡପ ମଣ୍ଡପ ସ୍ଥାନ ।

ପଞ୍ଚଦୀପେ ଜଗା ଦିଶୁଛି ସୁନ୍ଦର 

    ମନ ନେଉଅଛି କିଣି

ଆତ୍ମହରା ହେଉ ଅଛନ୍ତି ଭକତେ

     ଦେଖି ତା ବାଙ୍କ ଚାହାଣୀ ।

ଜୟ ଜୟକାର ଶଦ୍ଦ ଶୁଭୁ ଥାଏ

    ଆରତୀ ବନ୍ଦନା ହୁଏ

ଏ ସନ୍ଧ୍ୟା ଦର୍ଶନ ଏତେ ମନଲୋଭା 

    ଦେଖେ ଯିଏ ଜାଣି ଥାଏ ।

ସ୍ବର୍ଗର ଦେବତା ଥୟ ଧରନ୍ତି ନି

    ଗୁପତେ ଆସନ୍ତି ଧାଇଁ 

ନୀଳାଦ୍ରୀ ଦର୍ଶନ କରନ୍ତି ସନ୍ତୋଷେ

    ପାଦେ ପୁଷ୍ଟ ଅର୍ପି ଦେଇ ।

କଥା ଦେଇଛନ୍ତି ମହାଲକ୍ଷ୍ମୀ ସେ

    ଦଶମୀରେ ଫେରି ଯିବେ

ଆଡପ ମଣ୍ଡପେ ଏଇ ଶେଷ ସନ୍ଧ୍ୟା 

     ଦର୍ଶନ ଭକ୍ତେ କରିବେ ।

ମାଉସୀ ମା' ଙ୍କ ମନ ଭଲ ନାହିଁ 

     କାଲି ପ୍ରଭୁ ଯିବେ ଫେରି

ବରଷେ ପୁରିଲେ ଆସିବେ ମୋ ପାଶେ

    ଭାବି ଲୁହ ଯାଏ ଝରି ।

ଭକତଙ୍କ ମନ ହେଉଛି ବିକଳ

    ଯିବେ ପ୍ରଭୁ ଶ୍ରୀମନ୍ଦିର 

ଏମିତି ଦର୍ଶନ ଆଉ ପାଇବେନି

    ଦୁଃଖେ ହୁଅନ୍ତି ଅଧିର ।     

ଦର ହସା ଓଠ ଲୁହ ଭିଜା ଆଖି

     ମନରେ କେତେ ଭାବନା

ଏଇ ଜୀବ ଥିଲେ ଆର ବରଷରେ

     ଦେଖିବା କାଳିଆ ସୁନା ।

ଦେଖି ଦେଲେ ଥରେ ଏ ସନ୍ଧ୍ୟା ଦର୍ଶନ 

    କୋଟି ପାପ ହୁଏ ଦୂର

ଦୋଷ ଧରିବନି ମୋ କଳା ଠାକୁର 

     ଆଶ୍ରା ଦେବ ଶ୍ରୀପୟର ।



Rate this content
Log in

Similar oriya poem from Abstract