STORYMIRROR

Manaswinee Dash

Abstract

3  

Manaswinee Dash

Abstract

ବୀଜ ଗାନ

ବୀଜ ଗାନ

1 min
199

ମଞ୍ଜିରୁ ମୁଁ ହୋଇ ଜାତ, 

ମାଟି ,ପାଣି, ପବନ ବଢାଇଲେ ହାତ, 

ସହଯୋଗ ପାଇ ମେଲାଇଲି କାତ, 

ଚାରା ନାମରେ ହେଲି ବିଖ୍ଯାତ। 


ନବ ଯେବେ ମୋହର ଯତ୍ନ, 

ଦେବ ମୋତେ ଉପଯୁକ୍ତ ପାଣି, ପବନ, 

ବଢିବ ମୋ ଶରୀର ଗଠନ, 

ଦିନେ ତୁମ କାମରେ ଆସିବି ଜାଣ। 


ଯେବେ ମୁଁ ବଡ ହୋଇବି, 

ସୁଧ ମୂଳ ସହ ତୁମ ରୁଣ ସୁଝିବି, 

ଫୁଲ ଫଳ ସବୁ ଯୋଗାଇ ଦେବି, 

ତାପରେ ନିଜକୁ ଧନ୍ଯ ମଣିବି। 


ସଦା ମୁଁ ତୁମକୁ ଦେବି ଛାଇ, 

ବାୟୁକୁ ଦେବି ଅମ୍ଳଜାନ ଯୋଗାଇ, 

ଜାଲେଣି କାଠ ବି ଦେବି ମୁହିଁ, 

ଗଛ ଲଗାଇ ନିଜ ଜୀବନ ବନ୍ଚାଅ ଭାଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract