STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଜୀବନ୍ତ ଆତ୍ମହତ୍ଯା

ଜୀବନ୍ତ ଆତ୍ମହତ୍ଯା

1 min
281


ବଞ୍ଚିବାର ନାହିଁ ସ୍ପୃହା ମୋହେ ଚାଲେ ଏ ଜୀବନ

ନା ସେ ଦକ୍ଷ ବ୍ଯକ୍ତର ନା ସେ ଅବ୍ୟକ୍ତେ ପ୍ରବୀଣ,

ବୀବେକର ସୁରକ୍ଷାରେ ମନ ହତ୍ଯାକାରୀ ଜଣେ

ଆନନ୍ଦ ପାଇଁ ବଧିର ଲୁହକୁ ସେ କାନଡ଼େରି ଶୁଣେ,

ସମ୍ପୂର୍ଣ୍ଣ ସୁରକ୍ଷିତ ତଥାପି କ୍ଷଣେକ୍ଷଣେ ମହାବାତ୍ୟା

ଅନୁଭବୀ ଜାଣେ ଏହା କେତେ ସତ୍ଯ କେତେ ମିଥ୍ଯା

ଏ ତ ମଣିଷର ଜୀବନ୍ତ ଆତ୍ମହତ୍ଯା.. ଆତ୍ମହତ୍ଯା..।।(୧)

ଶୁଣିବାକୁ ଲାଗେ ଭଲ କହିବାକୁ ଲେଖିବାକୁ ଉତ୍ତମ

ଭୂମିକମ୍ପକୁ ସମ୍ଭାଳିନିଏ କହେ ନିଜକୁ ଥିଲା ଏକଭ୍ରମ,

କାହାର ନାହିଁ ଦୋଷ ଯଦି ଦଣ୍ଡିତ କାହିଁକି ସଭିଏଁ ଏଠି

କେମିତି ମାପେ କର୍ମ ଉପରବାଲା କ'ଣ ତାର ମାପକାଠି,

ସୁଖର ସ୍ୱପ୍ନ ହିଁ ମିଛ ତେବେ ଦୁଃଖ କାହିଁକି ଦିଏ ବ୍ଯଥା

ନିତିବାକ୍ୟ ଉପଦେଶ ପ୍ରେରଣାର ଯେତେସବୁ ତତ୍ତ୍ୱକଥା

ଏ ତ ମଣିଷର ଜୀବନ୍ତ ଆତ୍ମହତ୍ଯା... ଆତ୍ମହତ୍ଯା..।।(୨)

ତୁମେ ସୁଖୀହୁଅ ଲୁହର ସୁଆଦ ଜିହ୍ୱାକୁ ନକରୁ ସ୍ପର୍ଶ

ବିଷାଦର ଗାର ମନେ ନପଡୁ କେବେ ନଆସୁ ନିରାଶ,

ଶେଷ ନିଶ୍ୱାସ ଯାଉ ଚାଲି ତଥାପି ନମରୁ ବିବେକ

କାରାଗାର ପାଇଁ ପ୍ରସ୍ତୁତ ସଦା ମନମରୁ ହେଉ ଶୋକ,

ବଞ୍ଚିରହୁ ଆସ୍ଥା ବିଶ୍ବାସ ଅଶେଷ ହେଉ ଭାଗବତ ଓ ଗୀତା

ଶରୀରର ମନ ଓ ମନର ଶରୀର ପାଉ ଯେତେ ବ୍ୟଥା

ଏ ତ ମଣିଷର ଜୀବନ୍ତ ଆତ୍ମହତ୍ଯା... ଆତ୍ମହତ୍ଯା..।।(୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract