Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ଆସ ପୁଣି ଫେରି

ଆସ ପୁଣି ଫେରି

1 min
257


ପୂଣ୍ୟାତ୍ମା ଅଟଳ ବିହାରୀ

 ଆସହେ ତୁମେ ପୁଣି ଫେରି |


ଜନମ ବାର୍ଷିକୀରେ ତୁମ

କରଇ ବିନମ୍ର ପ୍ରଣାମ |


 ତୁମରି ଆଦର୍ଶ ଜୀବନ

ସର୍ବଦା କରି ପ୍ରଣିଧାନ|


ନକରି କେବେ ଛୋଟମନ

 ଜୀଇଁଲ ଆଦର୍ଶ ଜୀବନ ।


ଆମର ଭାରତ ମହାନ

 କରିବା ପାଇଁ ଶକ୍ତିମାନ|


 ଶିକ୍ଷା ଓ ପ୍ରଯୁକ୍ତି ବିଜ୍ଞାନ

ସଂଚାର ଗମନା ଗମନ ।


 କରିବା ଦେଶକୁ ମହାନ

ଥିଲାତ ତୁମରି ସପନ |


 ସ୍ବର୍ଣ୍ଣ ଚତୁର୍ଭୁଜ ଯୋଜନା

ଦେଶକୁ ଯୋଡିବା କଳ୍ପନା |


ତୁମରି ମନେ ସଂକୀର୍ଣ୍ଣତା

 ନଥିଲା ମନରେ ଶତୃତା |


ବିରୋଧ ମତରେ ରହିଲେ

ଶତୃତା ନୁହେଁ ତାହା ଭଲେ |


ମତରେ ପାର୍ଥକ୍ୟ ରହିଲେ

ଶତୃତା ନହେଁତାହା ଭଲେ|


ଏକଥା କରି ପ୍ରମାଣିତ

ହୋଇଲ ନେତା ସର୍ବାଦୃତ |


ଭାରତ ରତ୍ନ ବାଜପେୟୀ

 ଅଟଳ ପ୍ରତିଜ୍ଞାକୁ ନେଇ |


ଦେଶକୁ ନୂଆ ଦିଶା ଦେଇ

ନେଲ ତ ସାହସେ ଆଗେଇ|


ଦୁର୍ବାର ସାହସ ସଂଚାରି

ବଞ୍ଚିଲ ତୁମେ ପ୍ରାଣ ଭରି |


ମରିଲ ଇଚ୍ଛାରେ ତୁମରି

 ଯାତ୍ରାକୁ ଯାଇନାହଁ ଡରି |


ସଂସାରୁ ଗଲ ତୁମେ ଫେରି

 ମୃତ୍ଯୁକୁ ଯାଇନାହଁ ଡରି |


ଲେଖିଯାଇଛ କବିତାରେ

 ଫେରିବ ବୋଲି ପୁଣିଥରେ|


 ହେ ପୂଜ୍ୟ ଅଟଳ ବିହାରୀ

ବିନତି ଆସ ପୁଣି ଫେରି |


ସଂପ୍ରତି ତୁମ ପରି ନେତା

ଲୋଡୁଛି ଏ ଭାରତ ମାତା|


ରଖହେ କଥାକୁ ତୁମରି

ଭାରତେ ଆସ ପୁଣି ଫେରି |


Rate this content
Log in

Similar oriya poem from Abstract