ଅନ୍ତଃ ବେଦନା
ଅନ୍ତଃ ବେଦନା
ମନ ମହାବୀର କାରାଗାରେ ରୁଦ୍ଧ
କରେ ମୁଁ ତାକୁ ପ୍ରଶନ
ନି ଊତ୍ତର କାହିଁ ବାହାନା ବି ନାହିଁ
ହେଉଛୁ କାହିଁ ମଉନ ।
ବିଚଳିତ ନାହିଁ ଗମନ ବି ନାହିଁ
କାରାଗାରେ କାହିଁ ରୁଦ୍ଧ
ଉତ୍ତର ମିଳଇ ନୀରବେ ଅନାଇ
ହୋଇଛି ଆଜି ମୁଁ ସ୍ତବ୍ଧ ।
ମନର ବେଦନା କାହାକୁ କହିବି
କିଏ ବୋହିନେବ ଦୁଃଖ
କଣ୍ଠରୁଦ୍ଧ ପରା ମିଠା କଥା ପାଇଁ
ବାନ୍ଧି ହୋଇଛି ମୋ ମୁଖ ।
ମନର ଆଇନା ଆଜି ଚୁନା ଚୁନା
ନ ଦିଶଇ ପ୍ରତିବିମ୍ବ
କେମିତି ଜାଣିବି କିଏ ଭଲ ଥିଲା
କିଏ ଥିଲା ଅବା ସୁମ୍ବ ଅସୁର ।
ନୟନ ପୁଟୁଳି କିଏ ଖୋଲିଦେବ
କିଏ ପୋଛିଦେବ ଲୁହ
କାହାକୁ ନିଜର ମନର ବେଦନା
ଜଣାଇବି ମୋତେ କୁହ ।
କାଲିଥିଲା ଯିଏ ଅତି ପରିଚିତ
ଆଜି ସେ ଅତୀତ ହୁଏ
କାହିଁକି କହିବି ମନର ଯନ୍ତ୍ରଣା
ଶାନ୍ତ୍ବାନା ଦବରେ କିଏ ।
କାହାକୁ କହିବି ନିଜର ବୋଲି ମୁଁ
ଦୁଃଖେ ହେବ କିଏ ଠିଆ
ଭବ ସାଗରରେ ବୁଡିଯାଉଥିଲେ
କିଏ ଦେଖେଇବ ରାହା ।
ଥକି ମୁଁ ଯିବିନି ଭାଙ୍ଗି ପଡ଼ିବିନି
ସଂଘର୍ଷ ରଖିବି ଜାରି
ଶୂନ୍ୟରୁ ଆରମ୍ଭ ଏ ଜୀବନ ମୋର
ଶୂନ୍ୟରେ ଯିବତ ସରି।
