STORYMIRROR

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ବିଶ୍ବ ମାନବତା ଦିବସର ଅନୁଚିନ୍ତା

ବିଶ୍ବ ମାନବତା ଦିବସର ଅନୁଚିନ୍ତା

1 min
178

କେତେ ମୁଁ ଖୋଜିଲି   କେତେ ମୁଁ ଡାକିଲି

      କେତେ ମୁଁ ଭାବିଲି ମନେ

ଦେଶେ ଦେଶାନ୍ତରେ   କେତେ ମୁଁ ଖୋଜିଲି

     ବିଶ୍ବ କୋଣେ ଅନୁକୋଣେ

ସମୁଦ୍ର ତଟରେ   ତଟିନୀ କୂଳରେ

     କେତେ ଗ୍ରାମ ସହରରେ

ଜନସମୁଦ୍ରରେ      ତନ୍ନ ତନ୍ନ କରି

     ଖୋଜିଲି ମୁଁ ବିକଳରେ

 ସର୍ବତ୍ର ଦେଖିଲି    ନର ନାରୀକେତେ

     ନାନାବସ୍ତ୍ରେ ସୁଶୋଭିତ

 ସର୍ବତ୍ର ଦେଖିଲି   ମାନବର ଚିତ୍ର

   ମାନବତା ଭୁଲୁଣ୍ଠିତ

ଇତିହାସ ପୃଷ୍ଠା    କଲି ଉନ୍ମୋଚନ

     ଯାହା ମୁଁ ଦେଖିଲି ଶୁଣ

ଦୁଇହଜାର ତିନି   ଅଗଷ୍ଟ ଉଣେଇଶ

    ରକତ ରଂଜିତ ଦିନ

ଇରାକ ଦେଶର     ବାଗ୍ଦାଦ ସହର

     ଜାତି ସଂଘ କାର୍ଯ୍ୟାଳୟ

ସର୍ଜିଓ ଭିଏରା    ଡି ମେଲୋ ସମେତ

    ମାବବତା  କର୍ମୀମୟ 

ହଠାତ୍ ସଭିଙ୍କୁ      କରି ଆଚମ୍ବିତ

     ହେଲା ବୋମା ବରଷଣ

ସର୍ଜିଓ ସମେତ     ବାଇଶି କର୍ମୀଙ୍କ

      ଜୀବନର ଅବସାନ

ବିଶ୍ବ ଦେଖିଥିଲା    ଅମାନବିକତାର

     ରୂପ ସେ ବିଭତ୍ସତମ  

ମାନବତା କର୍ମୀ    ପବିତ୍ର ଶୋଣିତେ

    ଭୂମି ହୋଇଲା ରକ୍ତିମ

ଲୋମ ଟାଙ୍କୁରାଇ   ଦେଇଥିଲା ସେହି

    ଅଗଷ୍ଟ ଉଣେଇଶ ଦୃଶ୍ୟ

ବିଶ୍ବବ୍ୟାପୀ ତାର   ନିନ୍ଦା କରାଗଲା

  ସର୍ବେ ହେଲେ ଅସନ୍ତୋଷ

ବିଶ୍ବ୍ ବାସୀ ସର୍ବେ   ଜାତିସଂଘଦ୍ବାରା

     କରିଲେ ନିଷ୍ପତି ଶେଷ

ମାନବତା କର୍ମୀ   ଶ୍ରଦ୍ଧାଂଜଳୀ ପାଇଁ

    ବିଶ୍ବ ମାନବିକତା ଦିବସ

ବର୍ଷ ପରେ ବର୍ଷ    ଅଗଷ୍ଟମାସର

     ଉଣେଇଶତମ ଦିବସ

ମାନବତା ଧର୍ମ   ପ୍ରସାର ପାଇଁକି

   ବିଶ୍ବ ମାନବତା ଦିବସ

ବାତ୍ୟା ବନ୍ୟା ଯୁଦ୍ଧ    ଦୈବ ଦୁର୍ବିପାକ

        ଅବା ବିଶ୍ବ ମହାମାରୀ

ସବୁସ୍ଥାନେ ଯାଇ    ମାନବତା କର୍ମୀ

       ପହଂଚେ ନ ଯାଇ ଡରି

ପାଳନ କରଇ      ମାନବ ଧରମ

     ନ ଭାବି ମିତ୍ର ବଇରୀ

ଜୀବନ ଯୁଦ୍ଧରେ    ପ୍ରକୃତ  ବୀରସେ

     ଚିର ନମସ୍ୟ ସବୁରି 

ବିଶ୍ବ ମହାମାରୀ   ପ୍ରପୀଡିତ ବିଶ୍ବେ

      ମାନବିକତା ଦିବସେ

ସଲାମ କରୁଛି    ତୁମ ସାହସକୁ

    ଶୁଭ ମନାସୁଛି ମାନସେ

ଅଧ୍ୟବସାୟକୁ    ଜାରିରଖ ତୁମେ

    କରିଯାଅ ତୁମ କରମ

ଅକ୍ଷୟ ହେଉ     ମାନବିକତାର

    ବ୍ୟାପୁ ମାନବୀୟ ଧର୍ମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract