STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
173


ପ୍ରତୀକ୍ଷାଟି ଥିଲା ଆସିଛି ଅଶାଡ଼

  ଦେଖିବି ମୁଁ ଇନ୍ଦ୍ରଧନୁ,

ପଡୁ ଥିବ ତହିଁ ଟିପି ଟିପି ବର୍ଷା

  ମୋହୁ ଥିବ ମନ ଧନୁ।


ସୂର୍ଯ୍ୟର କୀରଣ ବଡିବ ତହିଁରେ

  ଆକଶେ ଦିଶିବ ଧନୁ,

ପରା ଇନ୍ଦ୍ରଧନୁ ଧନୁର ଆକାର

  ଦେଖି ପୁଲକିତ ତନୁ।


ଅଟେ ଇନ୍ଦ୍ରଧନୁ ଅତି ପ୍ରୀୟ ପରା

  ଛାତ୍ରଛାତ୍ରୀ ପାଇଁ ଏହୁ,

ତାଙ୍କ ପାଠକ୍ରମେ ଅଛି ଇନ୍ଦ୍ରଧନୁ

  ଦୃଶ୍ୟ ସାତ ରଙ୍ଗେ ଏହୁ


ବାଇଗଣୀ ବିରି, ନୀଳ ଓ ସବୁଜ

  ହଳଦିଆ ଓ କମଳା,

ନାଲି ରଙ୍ଗ ପୁଣି ଇନ୍ଦ୍ରଧନୁ ଦୃଶ୍ୟ

  ପ୍ରଭୁଙ୍କ କିପରି ନୀଳା।


ଅନାଦି ଅନନ୍ତ କରନ୍ତି ଭିଆଣ

  ଧନୁର ଆକାରେ ଦୃଶ୍ୟ,

ସାତରଙ୍ଗେ ଧନୁ ମନମୋହୁ ଥାଏ

  ପ୍ରାକୃତି ନୀଳାର ଦୃଶ୍ୟ।


ଝିପି ଝିପି ବର୍ଷା ସୂର୍ଯ୍ୟର କୀରଣ

  ଆକଶରେ ଇନ୍ଦ୍ରଧନୁ,

ବର୍ଷା ଋତୁର ଏ ଅପୂର୍ବ ଦୃଶ୍ୟକୁ

  ଭୁଲିବା କିପରି ମନୁ।


ନୀଳା ଚକ୍ରଧରେ କରନ୍ତି ଅପାର

  ଆଶ୍ଚର୍ୟ୍ଯରେ ଜନଜନ,

ଖୁସି ଓ ଉଲ୍ଲାସ ଭରିଦିଏ ହୃଦେ

  ପ୍ରଭଙ୍କ ଅଟେ ସୃଜନ।


ଅଶାଡ଼ ମାସର ଇନ୍ଦ୍ରଧନୁ ଦେଖି

  ଛାତ୍ରଛାତ୍ରୀ ଉତ୍ସାହିତ,

କବି ଦେଖୁଥାଏ ସୁନ୍ଦରତା ତାର

  କବି ହୁଏ ଆନନ୍ଦିତ।


ରଚନା କବିତା ପାଇଁ ଇନ୍ଦ୍ରଧନୁ 

  ଶିକ୍ଷାର ହୁଏ ପ୍ରତିକ,

ପଢନ୍ତି ବାଳକେ ମନ ଧ୍ୟାନେ ତାରେ

  ହୁଅନ୍ତି ସେ ଆଚମ୍ବିତ।


ଦେଖିବା ପାଇଁକି ମନ ଆତୁରିତ

  ଆସିଛି ଅଶାଡ଼ ମାସ,

ଦେଖି ଇନ୍ଦ୍ରଧନୁ ଉତ୍ସାହ ଅପାର

  ଋତୁର ଏ ବର୍ଷାମାସ।  


ଶ୍ରାବଣ ମାସରେ ଶିବଙ୍କ ପୂଜନ

 ରାବ୍ ନମଃ ଶିବାୟର 

ନାମଟି ଗୁଞ୍ଜନ ଅକର୍ମା ଦାନୀର

 ସଜ୍ଜିତ ଶିବାଳୟର।


ପ୍ରତୀକ୍ଷାଟି ଭାଇ ଦୃଶ୍ୟ ଇନ୍ଦ୍ରଧନୁ

  ଦେଖିବିରେ ଜନଜନ,

ମୋହିତ କରିବ ଦୃଶ୍ୟ ଦେଖିଲେଟି

  ନାଚି ଉଠିବରେ ମନ।


ନମଃ ଶିବାୟର ନାମ ଗୁଞ୍ଜୁ ଥିବ

  ଏହୁତ ଶ୍ରାବଣ ମାସ

ଝିପି ଝିପି ବର୍ଷା ତହିଁ ପଡୁ ଥିବ

  ରଙ୍ଗେ ଇନ୍ଦ୍ରଧନୁ ଦୃଶ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract