Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Dharitri Das

Abstract

3  

Dharitri Das

Abstract

ରଜ ମଉଜ

ରଜ ମଉଜ

1 min
170


ବରଷକେ ଥରେ ଆସିଛି ରଜ ଲୋ

   ଘେନି ନୂଆ ସଜବାଜ

ପିଠା ପଣା ଖାଇ ଲୁଡୁ ତାସ୍ ଖେଳି

    ଆନନ୍ଦ ମନରେ ମଜ।


ତିନି ଦିନ ଧରି   କାମ ଧନ୍ଦା ନାହିଁ

    ବନ୍ଧୁ ଘର ବୁଲି ଯାଅ

କବାଡି ଖେଳରେ ନିଜକୁ ହଜେଇ

    ହରଷରେ ମଜି ଥାଅ।


ରଜରେ ମଉଜ  କରିବା ସଭିଏଁ

    ଆମ୍ବ ପୋଡପିଠା ଖାଇ

ନାନା ଜାତି ଦୋଳି ଖେଳ ଖେଳୁଥିବା

    ରଜ ଦୋଳି ଗୀତ ଗାଇ।


କୁଆଁରୀ କନିଆ  ପାଦରେ ଅଳତା

     ନୂଆ ବସ୍ତ୍ର ପିନ୍ଧି କରି

ମିଠା ପାନ ଖାଇ  ପୁଚି ଖେଳିଥାନ୍ତି

    ସାଙ୍ଗ ସାଥି ମନ ଭରି।


ଏଇତ ଜୀବନ   କାଳ ଅନୁକ୍ରମେ

     ଗତି କରିଥାଏ ଜାଣ

କିଏ ଜାଣେ କେବେ କିପରି ଘଟିବ

    ଟାଣିନେବ ଜନ୍ତୁ ରାଣ।


ସୂଚନା ଦେଉଛି ବାହାନଗା ଦୃଶ୍ୟ

    ହୃଦୟ ହୁଏ ବିଦାରି

ତଥାପି ନିଃଶ୍ୱାସ ଚାଲିଥିବା ଯାଏ

   ନ ଯିବାଟି ଆମେ ହାରି ।


ସୁଖ ଦୁଃଖ ମଧ୍ୟେ  ଜୀବନ ରଥକୁ

   ବାହି ନେବା ଡାକି ହରି 

ପୁରୁଣା ସଂସ୍କୃତି   ବଜାୟ ରଖିବା

     ବସୁମତୀ ପୂଜା କରି ।


ବଞ୍ଚିଥିବା ଯାଏ   ଭୁଲିବା ନାହିଁରେ

     ଆମରି ହୃତ ଗୌରବ

ପାଳୁଥିବା ମିଳିମିଶି ବାର ମାସେ 

     ତେରଟି ଯାକ ପରବ।



Rate this content
Log in

Similar oriya poem from Abstract