ମୃତ୍ୟୁ ସତ
ମୃତ୍ୟୁ ସତ
ଆଉ ଭାବିନି ତୁମ ନା
ଯୋଉଦିନ ଜୀବନର ସତ୍ୟ ଅନୁଭବ କଲି
କାଳ ଯେବେ ବସିଥିଲା
ମୋ ଏରୁଣ୍ଡି ବନ୍ଧରେ
ଝରକା ମୋ ଥିଲା ଦର ଆଉଜା
ବହୁ ଦେଖିଲି
ଯିଏ ଯାହା ପାଇଁ ଝୁରି ମରୁଥିଲା
କୋକେଇ ରେ ସେ ଏକା ଚାଲିଗଲା
ସାଙ୍ଗରେ ନେଇଯିବା କୁ ଯେ
ପୁଟୁଳି ଗଣ୍ଠିଲି କରିଥିଲା
ମଶାଣି ହବା ପୂର୍ବରୁ
ସେତକ ବାହାରେ ରଖି ନିଜେ ଏକା ଜଳିଗଲା
ଆଉ ବି ଦେଖିଲି
ମଥାର ସିନ୍ଦୂର ଲିଭିବାର ମାସ କେଇଟାରେ
ଆଉ ଜଣଙ୍କ ପାଇଁ ସେ ସିନ୍ଦୂର ନାଇଲା
କି କହିବି ଆଉ
ବାପା ଜହିଁ ଧରେ ପୁଅର କୋକେଇ
ଅନ୍ଧୁଣି ମାକୁ ନ ଦିଶେ ବାଟ
ଏତକ ଯେବେ ଜାଣିଲି
ମନେ ନାହିଁ ତୁମ ନାଁ
ସମସ୍ତେ ଏଠି ଏକା
ଖାଲି ଯା ସମ୍ପର୍କ ଅଳିକ
ମୁଁ ବି ଚାଲିଗଲା ପରେ
ତୁମେ ନୂଆ ପ୍ରିୟା ଖୋଜିଦବ
ମଶାଣି ଭୂଇଁରେ ମୁଁ ଜଳିଲା ବେଳେ
ତୁମ ହୋମ ନିଆଁ ଜଳୁଥିବ
ତଥାପି ଆମେ ମିଛର ମାୟାରେ ବନ୍ଧା
ଜୀବନର ସତ୍ୟକୁ ଉପଲବ୍ଧି କରିବାକୁ ପଡିବ ।
