STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କିଏ ହେବ ଗାଁ ପରି !

କିଏ ହେବ ଗାଁ ପରି !

2 mins
64


କଳାରେ ଭୂଷିତ,ଗାଆଁ ଟି ଆମର, କଳାରେ ଥିଲା ନିପୁଣ,

ଯୁଦ୍ଧକଳା ଥିଲା,ଶାସ୍ତ୍ର କଳା ଥିଲା,ଥିଲା ତ୍ୟାଗ ସମର୍ପଣ !!


ବୀର ଖଣ୍ଡାୟତଙ୍କ, ଭୂମି ପରା ଏହୁ, ରହିଅଛି ଇତିହାସ,

ଯାର ପରାକ୍ରମେ ରାଜା ବଳିଆର,ବୀରତ୍ବ ଭରା ରାଜସ୍ୱ !!


ଗାଆଁ ଜନସଂଖ୍ୟା, ହଜାରରୁ ବେଶୀ,ଦୁଇ ଶହ ପରିବାର,

ରାଧାକୃଷ୍ଣଙ୍କର, ମନ୍ଦିର ମଧ୍ୟରେ, ଭକ୍ତି ପ୍ରେମର ସଞ୍ଚାର !!


କିଏ ହେବ ଗାଁ ପରି......


ଖଣ୍ଡାୟତଙ୍କର, ଇଷ୍ଟଦେବୀ ପରା, ମା ଦୁର୍ଗା ଓ ମଙ୍ଗଳା

ଇଷ୍ଟଦେବ ପରା କାଳିଆ ଠାକୁର, ଗୁଞ୍ଜୁ ଅଛି କୀର୍ତ୍ତି କଳା !!


ନୂହେ ପରା ବନ୍ଧୁ, କୋଳାବାଡିଆଏ,ନାଆଁଟି କଳାବାଡିଆ

ବୀରତ୍ବରେ ଭରା,କଳା କୀର୍ତ୍ତି ଯାର,ମାତୃଭାଷା ଟି ଓଡିଆ !!


ମା ପାଉଡିଙ୍କର,ପବିତ୍ର ଜାହୀରା, କଳା ଧଳା ଘଡା ଦୁଇ

ସୁରକ୍ଷା କରନ୍ତି ଗାଆଁକୁ ଆମର ଅଶ୍ବ ପରେ ଚଢ଼ି ଭାଇ !!


କିଏ ହେବ ଗାଁ ପରି.........


କରୋନା ତାଣ୍ଡବ, ଦୂର କଲେ ଦେବୀ, ମହିମା ଗୁଞ୍ଜେ ତାଙ୍କରି,

ଗାଆଁ ଭୂଇଁ ମାଟି, ମଥାରେ ଲାଗିଲେ,ବୀରତ୍ବରେ ଦିଏ ଭରି !!


ଖଡ଼ଖାଇ ନଈ,ଗାଆଁ ଦେହ ମାଡ଼ି, ଅନୁକ୍ଷଣ ପଥଗାମୀ, 

ନଦୀ ନାଳ ଯହିଁ, ମିଶି ଅଛି ବନ୍ଧୁ, କଳ୍ପେଶ୍ବରଙ୍କର ଭୂମି !!


ରାମ ବାବାଙ୍କର,ଅଟେ ତପସ୍ଥଳୀ,ଜ୍ଞାନ ପାଇଥିଲେ ଯହିଁ

ଗଛ ଲତା ପୁଷ୍ପ,ପବିତ୍ର ଆଶ୍ରମ,ମନ ଟାଣି ନିଏ ତହିଁ !!


କିଏ ହେବ ଗାଁ ପରି...........


ନମଃଶିବାୟର ଗୁଞ୍ଜନ ଉଦ୍ୟାନେ କଳ୍ପେଶ୍ବ ନାମ ବିଖ୍ୟାତ

ଭକ୍ତ ଭଜୁ ଥାଏ, କଳ୍ପେଶ୍ବ କଳ୍ପେଶ୍ବ,କଳ୍ପେଶ୍ବ ଶକ୍ତି ସାକ୍ଷାତ !!


ଭକ୍ତି ପ୍ରେମ ପ୍ରୀତି, ଦିଏ ଟି ଭକ୍ତଙ୍କୁ,ପ୍ରତିମୂର୍ତ୍ତି ବାବାଙ୍କର

ଦିବ୍ୟ ଭବ୍ୟ ତାଙ୍କ, ମନ୍ଦିର ନିର୍ମିତ ନାହିଁ ଯାର ପଟାନ୍ତର !!


ଭକ୍ତ ହନୁମାନ,ମନ୍ଦିର ଏଠାରେ, ଶନିଶ୍ଚରଙ୍କ ମନ୍ଦିର

ପକ୍ଷୀ କୋଳାହଳ,କୋଇଲିର ରାବ,ଘଣ୍ଟି ଘଣ୍ଟର ଝଙ୍କାର !!


ଶଙ୍ଖ ହୁଳହୁଳି,ପଡୁ ଥାଏ ତହିଁ,ହସ୍ତରେ ନୈବେଦ୍ୟ ଭାର

ଗାଆଁ ପୁରୋହିତ,ମନ୍ତ୍ର ପାଠ କରି, ପୂଜନରେ କଳ୍ପେଶ୍ବର !!


କିଏ ହେବ ଗାଁ ପରି.............


ଗାଆଁ ସ୍ମୃତି ଆଜି ମନେ ପଡୁ ଅଛି ଗାଆଁ ବୃଦ୍ଧ କହୁଥିଲେ,

ଖଣ୍ଡା ଧରି ହସ୍ତେ ବୀର ଧନୁର୍ଦ୍ଧର ଶତ୍ରୁ ନାଶ କରୁ ଥିଲେ !!


ସୂର୍ଯ୍ୟ ବଂଶୀ କ୍ଷେତ୍ରୀ ବୀର ଖଣ୍ଡାୟତ କର୍ତ୍ତବ୍ୟେ ବୀର ଭୂଷିତ,

ପୂର୍ବ ସ୍ମୃତି ପୁଣି,ରହି ଅଛି ଏଠି ରହିଛି ଗାଆଁ ମହତ୍ତ୍ଵ !!


ଓଡ଼ିଆଙ୍କ ଭୂଇଁ ନାହିଁ ମାତୃଭାଷା ଭାଷା ଶିକ୍ଷ ଆନ୍ଦୋଳନ,

ବିରୋଧର ସ୍ବର ଉଠୁଛି ଗାଆଁରୁ କର୍ତ୍ତବ୍ୟ ସ୍ମୃତି ଗୁଞ୍ଜନ !!


କିଏ ହେବ ଗାଁ ପରି..................


ଗାଆଁରେ ରହିଛି କୋଣାର୍କ ସଂଘଟି ସଂଘର୍ଷରେ ଅବିରତ,

ନିଜ ମାତୃଭାଷା ରକ୍ଷାର ନିମନ୍ତେ ଯୁବା ଯୁବତୀ ଜଡ଼ିତ !!


ଓଡ଼ିଆ ସନ୍ତାନ ପଢିବେ ଓଡିଆ ଆସୁଛି ସମୟ ତାର,

ଅନ୍ୟାୟର ନୀତି ଦୂର ହେବ ନିଶ୍ଚେ ବୁଝିବରେ ସରକାର !!


ଅଧିକାର ଆମ, ମାତୃଭାଷା ଶିକ୍ଷା,ନୂଆ ଶିକ୍ଷା ନୀତି ଦିଏ,

ଅମୃତର କାଳ, ପୁଣି ଡିଜିଟାଲ, କିଛି ଅସମ୍ଭବ ନୂହେ !!


କିଏ ହେବ ଗାଁ ପରି.............




Rate this content
Log in

Similar oriya poem from Abstract