*କବିତା ଶୀର୍ଷକ:-*🌹 *ନାହିଁ କି ମୋ ପ୍ରଶ୍ନର ଉତ୍ତର**
*କବିତା ଶୀର୍ଷକ:-*🌹 *ନାହିଁ କି ମୋ ପ୍ରଶ୍ନର ଉତ୍ତର**
*କବିତା ଶୀର୍ଷକ:-*
🌹 *ନାହିଁ କି ମୋ ପ୍ରଶ୍ନର ଉତ୍ତର**🌹
*********************
ଲତା ବେହେରା ।
^^^^^^^^^^^^^^^^^
ନାହିଁ କି ମୋ ପ୍ରଶ୍ନ ଉତ୍ତର ତୋ ପାଖେ
ନୀରବ କାହିଁକି କୁହ
ଭାରି ଖୁସି ଲାଗେ ଯେତେବେଳେ ମୋର
ଆଖିରେ ଭରୁଛ ଲୁହ ।
ସୁଖ ଯଦି ମୋର କପାଳରେ ନାହିଁ
ଦୁଃଖଟି କାହିଁକି ଦିଅ
ହାରିବା ଯଦି ମୋ କପାଳରେ ଲେଖା
ସେ ସ୍ଥାନକୁ କାହିଁ ନିଅ ।
ସମ୍ମାନ ପାଇବା ଯେବେ ନାହିଁ ମୋର
ଅପମାନ କାହିଁ ଦିଅ
ନିନ୍ଦା କଳଙ୍କଟା ବୋଳି ଦେଇ ମାଥେ
କି ଯଶ ତୁମେ ତ ପାଅ ।
ଦେଇ ତ ପାରୁନ ଓଠେ ଖୁସି ଟିକେ
ହସକୁ ଛଡେଇ ନିଅ
ଦୁଃଖରେ କେମିତି ହସି ମୁଁ ପାରୁଛି
ନିଜେ ଉତ୍ତରଟି ଦିଅ ।
ନିରାଶା ଯଦି ମୋ କପାଳରେ ଅଛି
ମିଛ ଆଶା କାହିଁ ଦିଅ
ପାଖକୁ ଡକେଇ ମିଛରେ ଭଣ୍ଡେଇ
ଠକି କାହିଁ ହସୁ ଥାଅ ।
ଜୀବନର ସୁଖ ଶାନ୍ତି ମୋ ଛଡେଇ
ଅଶାନ୍ତିଟା ଭରି ଦିଅ
ଯନ୍ତ୍ରଣା ନିଆଁରେ ଛଟପଟ କରି
କାହିଁକି ଯେ ମାରୁ ଥାଅ ।
ଚଲା ପଥେ ଫୁଲ ବିଛେଇ ଦେଇକି
ତଳେ କଣ୍ଟା ଭରି ଦିଅ
କହିକି ପାରିବ ଏତେ କଲବଲ
କାହିଁକି ଯେ କରୁଥାଅ ।
ଖାଇବା ଆହାର ଛଡେଇ ନେଇ ମୋ
ଓପାସରେ ରଖି ଦିଅ
ଶୋଇବାକୁ ଯେବେ ଚାହୁଁଛି କାହିଁକି
ନିଦକୁ ଛଡେଇ ନିଅ ।
ଭାଗ୍ୟେ ଦୁଃଖ ଲେଖା ଅଛି ଯଦି ମିଛ
ଆଶ୍ବସନା କାହିଁ ଦିଅ
ମିଛରେ ସୁଖର ସପନ ଦେଖେଇ
ସବୁ ଖୁସି ଲୁଟି ନିଅ ।
ତୋଫାନର ଝଡ ଜୀବନରେ ଆଣି
ଅନ୍ଧକାର ଭରି ଦିଅ
ସେଇ ଅନ୍ଧକାରେ କେମିତି ଚାଲୁଛି
ଦେଖି ନିଜେ ବୁଝି ନିଅ ।
ଦେଇ ପାରିବନି ହାତେ ଯଦି ତୁମେ
କାହିଁକି ଛଡେଇ ନିଅ
କେଉଁ ବଡପଣ ଦେଖେଇ ହେଇ କି
ସାଥେ ପୁଣି ରହି ଥାଅ ।
ଭାଗ୍ୟ ଲେଖା ଯଦି ଭୋଗୁଛି ଭୋଗିବି
ଭୋଗବାକୁ ଛାତି ନିଅ
ମିଛରେ ଭଲେଇ ହେବା ନାଟକଟି
ଆଉ ଦେଖେଇ ନ ହୁଅ ।
ନିଃଶ୍ବ କରି ଦେଇ ସର୍ବସ୍ଵ ହରେଇ
ହାତ ଠାରି ହସୁ ଥାଅ
ତଥାପି କେମିତି ହସି ମୁଁ ବଞ୍ଚିଚି
ନିଜକୁ ପଚାରି ନିଅ ।
ମାରିବାଟା ଯଦି ତୁମ ହାତେ ନାହିଁ
କାହିଁକି ବଞ୍ଚେଇ ଥାଅ
କେଉଁ ଅଧିକାରେ ବଞ୍ଚେଇ ରଖୁଛ
ଉତ୍ତରଟି ଆଜି ଦିଅ ।
ନାହିଁକି ମୋ ପ୍ରଶ୍ନ ଉତ୍ତର ତୋ ପାଖେ
ନୀରବରେ ରହି ଯାଅ
ନା କହିବାକୁ ଟିକେ ସଂକୋଚ ଲାଗିଛି
ଉତ୍ତରଟି ଦେଇ ଦିଅ ।
"""""""""""""""""""""""""""""""""""
🌹❤🌹❤🌹❤🌹
ଲତା ବେହେରା ।
ଜକା, ଢେଙ୍କାନାଳ ।
💅💅💅💅💅💅💅
