Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Abstract

5.0  

Bauribandhu Lenka

Inspirational Abstract

ଚିଠି ବସନ୍ତକୁ

ଚିଠି ବସନ୍ତକୁ

1 min
6.9K


ବସନ୍ତର ଅପେକ୍ଷାରେ

ଥିଲି ମୁଁ ଅନାଇଁ

ହେଲେ ଆସିଲା ନିଦାଘ

ଚାରିଆଡେ ଖରା ଟାଇଁ ଟାଇଁ I 1 I

ନିଦାଘର ଉଷ୍ମତାକୁ

ସହିବାରେ ନାହିଁ ଅନୁଭୂତି

ହେଉ ପଛେ ଡେରି 

ଆସି ଥରେ ଦେଖିଯାଅ

ତୁମ ପାଇଁ ଅଭିସାରେ

ବସିଛି ମୁଁ ଲଗାଇ ଗଜରା

ଆଉ ଜାଳି ସଞ୍ଜବତୀ I 2 I

ତୁମେ ନ ଆସିଲେ

ସବୁ ରଙ୍ଗ ରସ ପଡିଯିବ ଫିକା

ବ୍ରଜଦାଣ୍ଡେ ଉଡିବନି ରଙ୍ଗର ଫୁଆରା

ନାଚିବେନି ରାଧା ଆଉ

ସକଳ ଗୋପୀକା I 3 I

ମୁଁ ନୁହେଁ ଏକା ଆଜି

ଭୁଲ୍ ପାଇଁ ସର୍ବେ ଅନୁତପ୍ତ

ସମସ୍ତେ ତତ୍ପର ଆଜି 

ସବୁଜ ବିପ୍ଳବ ଆଣି

କରିବାକୁ ପ୍ରକୃତିକୁ 

ସବୁଜ ମଣ୍ଡିତ I 4 I

******


Rate this content
Log in

Similar oriya poem from Inspirational