STORYMIRROR

Bauribandhu Lenka

Inspirational Abstract

5.0  

Bauribandhu Lenka

Inspirational Abstract

ଝୁରେ ଆଜି

ଝୁରେ ଆଜି

1 min
14.3K


(0)

ଝୁରେ ଆଜି ଗୋପ ଦାଣ୍ଡ

ଝୁରେ ଯମୁନା

ଝୁରେ ରାଧା ବିରହିଣୀ

ନ ମାନେ ମନା II

(1)

ଝୁରନ୍ତି ଗୋପ ଗୋପୀକା

ଗୋପାଳ ବାଳ

ଝୁରଇ କଦମ୍ବ କୁଞ୍ଜ

ହେନା ତମାଳ

ବାହୁନି ଯଶୋଦା ଡାକେ

ଫେରିଆ କାହ୍ନା

ଝୁରେ ଆଜି ଗୋପ ଦାଣ୍ଡ

ଝୁରେ ଯମୁନା II

(2)

ଗୋପେ ଆଉ ଚୋରି ହେବ

ନାହିଁ ଲବଣି

ରାଗିବେନି ଆଉ ମାତା

ଯଶୋଦା ରାଣୀ

ମନ ବୁଝେନା

ଝୁରେ ଆଜି ଗୋପ ଦାଣ୍ଡ

ଝୁରେ ଯମୁନା II

(3)

କାହାକୁ କରିବେ ମାନ

ରାଧିକା ରାଇ

ବାଜିବନ ବଂଶୀ ରାଧା

ନାମକୁ ବାଇ

ଆଉ ବାଜିବନି ଗୋପେ

ନିନ୍ଦା ବାଜଣା

ଝୁରେ ଆଜି ଗୋପ ଦାଣ୍ଡ

ଝୁରେ ଯମୁନା II

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational