STORYMIRROR

Bauribandhu Lenka

Inspirational Abstract

5.0  

Bauribandhu Lenka

Inspirational Abstract

ଜୀବନ ପଥ

ଜୀବନ ପଥ

1 min
13.9K


ଅଙ୍କା ବଙ୍କା ଏହି ଜୀବନର ପଥେ

ରହିଛି ଅନେକ ଶଙ୍କା

କେତେବେଳେ ଏହା ବ୍ୟସ୍ତ ବହୁଳ

କେତେବେଳେ ପୁଣି ଏକା II

ଶୈଶବରେ ପିତା ମାତାଙ୍କ ବାତ୍ସଲ୍ୟ

କିଶୋରେ କେତେ ଆକଟ

ଯୌବନରେ ମନ ହୁଅଇ ଚଞ୍ଚଳ

ରହିଛି କେତେ ସଙ୍କଟ II

ଯୌବନରୁ ଜରା ପହଞ୍ଚିବା ପାଇଁ

ସବୁଠୁ ଅଧିକ ବାଟ

ଯଶ ଗୌରବ ଅରଜିବା ପାଇଁ

ଏହି ସମୟ ଉତ୍କୃଷ୍ଟ II

ଏ ସମୟ ବଡ ମୂଲ୍ୟବାନ ଯିଏ

ନକରଇ ଉପଯୋଗ

ପଛେ ଭାବିହେଲେ କିଛି ଲାଭ ନାହିଁ

କେବଳ ମନେ ବିରାଗ II

ଆଜି କାମ କାଲି କରିବା ପାଇଁକି

ଯଦି ଭାବୁଥିବ ମନେ

କାଲି କେହି କେବେ ଦେଖିନି ଜୀବନେ

ରଖିଥାଅ ଏହା ଧ୍ୟାନେ II

ଜାଣିହେବ ନାହିଁ ଆସି କେତେବେଳେ

ଛୁଇଁଦେଇ ଯିବ ଜରା

ଜରାବସ୍ଥା ଭାରି ଏକା ଏକା ଲାଗେ

ଖାଲି ଟାଇଁ ଟାଇଁ ଖରା II

ଧୀରେ ଧୀରେ ଆସି ଗ୍ରାସିବ ବାର୍ଦ୍ଧକ୍ୟ

ଅସହ୍ୟ ହେବ ଜୀବନ

ଅଜାଣତେ ଆସି ପାଶେ ପହଞ୍ଚିବ

ସେପୁର ଯିବା ସମନ II

ଏହିତ ଜୀବନ ପଥ ଆରେ ଭାଇ

ଦିଶେ କେତେ ଅଙ୍କା ବଙ୍କା

ଆସିଥିଲୁ ଦିନେ ଏକୁଟିଆ ତୁହି

ଗଲାବେଳେ ଯିବୁ ଏକା

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational