STORYMIRROR

Bauribandhu Lenka

Inspirational Abstract

5.0  

Bauribandhu Lenka

Inspirational Abstract

ମା

ମା

1 min
12.7K


(1)

ତୁ କେବେ ମାଗିନୁ ତୋର

ମମତାର ମୂଲ

ମୁଁ କାନ୍ଦିଲେ ତୋ ଆଖିରୁ ଝରେ ଲୁହ

ଧାଇଁ ଆସି କୋଳେ ନେଉ ତୋଳି

କରୁ କେତେ ଗେଲ II

(2)

ମୁଁ ହସିଲେ ତୋ ପେଟ ପୁରିଯାଏ

ତୋ ଓଠରୁ ଝରିପଡେ ହସ

ମୋ ଶୁଭ ମନାସଉ ସଦା

କରି କେତେ ବ୍ରତ ଉପବାସ II

(3)

ମୁଁ କେବେ ପଡିଲେ ରୋଗରେ

ତତେ ସବୁ ଦିଶଇ ଅନ୍ଧାର

ମୋ ପାଖରେ ବସୁ ଉଜାଗରେ

ଦିନ ରାତି କରି ଏକାକାର II

(4)

ମୁଁ ଯେତେ ଅସୁନ୍ଦର ହେଲେ

ତୋ ପାଇଁ ମୁଁ ରାଜାର କୁମାର

ଡେରିହେଲେ ମୋ ଫେରିବା ବେଳ

ଯାଉଥାଉ ଦୁଆରୁ ଦାଣ୍ଡକୁ

ଆଉ ଦାଣ୍ଡରୁ ଦୁଆର II

(5)

ଯେତେ ବଡ ହେଲେ ବି ମୁଁ

ସବୁବେଳେ ଛୋଟ ତୋ ଆଖିରେ

ସୁଖି ଯାଇଥିଲେ ମୁହଁ ମୋର

ପୋଛିଦେଉ ପଣତ କାନିରେ II

(6)

ନିଜେ ନଖାଇ ତୁ

ମୋ ପାଇଁ ରଖିଥାଉ

ତୋ ଛଡା ଏ ଦୁନିଆରେ

ଏପରି କିଏସେ କରିବ ବା ଆଉ II

(7)

ଯେତେ ଅଭାବରେ ଥାଇ ବି ତୁ

ସବୁ ଇଛା ମୋର କରିଛୁ ପୂରଣ

କେବେହେଲେ ଦେଇନାହୁଁ

ଜାଣିବାକୁ ଅଭାବ କଅଣ II

(8)

ତୋ କୋଳରେ ଯଦି କେବେ

ମୁଣ୍ଡ ରଖି ଯାଏ ମୁହିଁ ଶୋଇ

ମୋ ମନର ଯେତେ କଷ୍ଟ

ଯେତେ ବା ବେଦନା

ଭୁଲି ଯାଏ ମୁହିଁ II

(9)

ସବୁ କଷ୍ଟ ନୀରବରେ

ସହିଯାଉ ବୋଲି

ଏ ସଂସାରେ ତୁ ସର୍ବସଂହା

କାହାରି ଯନ୍ତ୍ରଣା ଦେଖିଲେ

ତୋ ତୁଣ୍ଡରୁ ବାହାରଇ 'ଆହା' II

(10)

ଏ ସଂସାରେ କେହି କେବେ

ହେବେ ନାହିଁ ତୋର ସମତୁଲ

ତୋ ଠାରେ ସମସ୍ତେ ଋଣୀ

ଦେଇ କେ ପାରିବ

ତୋ ମମତାର ମୂଲ II

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational