STORYMIRROR

Rasmi Rekha Tripathy

Inspirational Others Abstract

3  

Rasmi Rekha Tripathy

Inspirational Others Abstract

ବିଚିତ୍ର

ବିଚିତ୍ର

1 min
13.8K


ନିତି ପ୍ରତି ଏଠି କେତେ

                  ଭଙ୍ଗା ଆଉ ଗଢା

କେତେ ଚିହ୍ନ ଲିଭି ଯାଏ

                  କେତେ ହୁଏ ଯୋଡା

ଏଇ ତ ଦୁନିଆଁ

କାହା ଓଠେ ହସ ମହୁ

                  କାହା ଆଖି ଭରା................

ଅନ୍ଧାର ଆଲୁଅ ଏଠି     

                  ଲୁଚକାଳି ଖେଳି

କିଏ ହୁଏ ପୁଲକିତ

                  କିଏ ଯାଏ ଜଳି

ମନେ ହୁଏ ହେଜ

ସଂସାରଟା ଖେଳ ଘର  

                  ରହସ୍ୟ କୁହେଳୀ...............

ଭାଇ ଯଦି କହେ ଭାଇ

                  ଚିର ଶତୃ ମୋର

ମାଆ ବାପା ନୁହେଁ ମୋର

                  କୁହଇ କୁମର

କୁହ କେଉଁ ଆଶେ

ଏଠି ଏହି ମଣିଷ ଯେ

                  ଗଢିବ ସଂସାର..................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational