STORYMIRROR

Rasmi Rekha Tripathy

Inspirational Abstract Others

4.0  

Rasmi Rekha Tripathy

Inspirational Abstract Others

ଅହମିକା

ଅହମିକା

1 min
27.4K


ପଦ ଓ ପଦବୀର ଅହମିକାରେ

ଅନ୍ଧ ମଣିଷ

ସିଏ କଣ ଜାଣେ

ଏହାର ବି ଶେଷ ଥାଏ???

ହାତ ମୁଠାରୁ ବାଲି ଭଳି ଦିନେ

ଖସିଯାଏ ପଦ ଓ ପଦବୀ,

ଖିସକି ଯାଏ ପାଦ ତଳୁ ମାଟି

ସେତେବେଳେ ହୁଏତ ତାର ହେଜ ହୋଇପାରେ (?)

ସେଦିନ କଣ କରିଥିଲା

ପଦବୀର ଗର୍ବେର ଅନ୍ଧ ହୋଇ----

ତାର କଣ କେବେ ମନେ ପଡିବା,

ତା ଏକ ପାଖିଆ ବିଚାରରେ

ଝୁଲୁଥିଲା ଦିନେ କା’ର ଭବିଷ୍ୟତ?

କେଉଁ ନିରୀହ ଲୋକର ଭାତଥାଳି

ଘୁଞ୍ଚିଯାଇଥିଲା ତା କଲମ ମୁନରେ?

କେଉଁ ଅସହାୟ ଶ୍ରମିକର ଲୁହରେ

ବତୁରି ଯାଇଥିଲା ତାର କୋଠା ବାଡି?

ସେ କିନ୍ତୁ ନିର୍ବିକାର,

ତାର କଣ ଯାଏ ଆସେ?

କର୍ତ୍ତବ୍ୟର ଦ୍ୱାହି ଦେଇ

ଆଖି ବୁଜି କ୍ଷୀର ପିଉଥିବା ମଣିଷ

କଣ କେବେ ଚିନ୍ତା କରେ

ତାକୁ ବି ଉତ୍ତର ଦେବାକୁ ହେବ

ଆଉ କେଉଁ ଏକ ଦରବାରରେ ? ? ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational