STORYMIRROR

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ରାମଚନ୍ଦ୍ର

ରାମଚନ୍ଦ୍ର

1 min
27.6K



ତୋରି ପାଇଁ ପ୍ରତୀକ୍ଷାରେ

କାଟୁଥିଲା କାଳ

ଚାଖି ଚାଖି ରଖିଥିଲା             

                  କେତେ ବଣ ଫଳ

ମୃଦୁ ହସି ସେ ଫଳକୁ

                  ଦେଇଥିଲୁ ଖାଇ

ଭକତର ଭଗବାନ

         ନାମେ ଯଶ ପାଇ..................

ନାଉରୀ ବାପୁଡା ସିଏ

                  ବାହୁଥିଲା ନାଆ

ଭୟେ ହୃଦେ, କୁଳେ ତୋତେ

                  କରିଦେଲା ଠିଆ

ନାଆ ନ ହୋଇବ ନାରୀ

                  ତୋତେ ସେ କରିବ ପାରି

ପଦ୍ମ ପାଦ ଧୋଇ ତୋର

                  ସଂସାରୁ ସେ ଗଲା ତରି

ପାଇ ତୋର ପାଦ ଧୂଳି

                  ପାଷାଣ ହୋଇଲା ନାରୀ

କାହିଁ କେତେ ଶପ୍ତ ଆତ୍ମା

                  ସଂସାରୁ ହୋଇଲେ ପାରି

ରାବଣ ସେ ମହାଜ୍ଞାନୀ

                  ରଣେ ହେଲା ଠିଆ

କାଳେ କାଳେ ଜଗତରେ

                  ବୋଲାଇ ବୁଦ୍ଧିଆ...........

କେହି କିନ୍ତୁ ଦେଖିଲେନି

                  ତୋ ମନର ଦୁଃଖ

ରାଜା ପୁଅ ହୋଇ କେବେ

                  ପାଇଲୁନି ସୁଖ

କେବେ ହୋଇ ରାଜ୍ୟ ହରା

                  ବୁଲିଲୁ ତୁ ବଣ

ଦୁଷ୍ଟ ନାଶି, ସନ୍ଥ ପାଳି

                 କରିଲୁ ତୁ ମଣ........

ଲୋକ ବୋଲେ                  ଦୂରେଇଲୁ

      କାମିନୀ ତୋହର

ପିତୃ ସ୍ନେହ              ପାଇଲେନି

       ତୋହର କୁମର

ଦୁଃଖ ପିଇ              ହେଲୁ ତୁହି

ଜଗତର ସାଇଁ

କେତେ ଯଶ            ପଉରୁଷ

          ପତାକା ଉଡାଇ...........     


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational