STORYMIRROR

Rasmi Rekha Tripathy

Romance Abstract Fantasy

3  

Rasmi Rekha Tripathy

Romance Abstract Fantasy

ଜହ୍ନକୁ ମାଗିଲି ଚିରୁଡାଏ ହସ

ଜହ୍ନକୁ ମାଗିଲି ଚିରୁଡାଏ ହସ

1 min
13.6K


ଜହ୍ନକୁ ମାଗିଲି ଚିରୁଡାଏ ହସ

ଜହ୍ନ କହିଦେଲା ଯାଆ,

କଂକ୍ରିଟ୍ ଜଙ୍ଗଲ ପଛରେ କେଉଁଠି

ଯାଇଅଛି ଲୁଚି ଜାଣେନା,

ଖୋଜି ଖୋଜି ନେଇ ଆ.................

ନଈକୁ ମାଗିଲି ସାଗର ଠିକଣା

ନଈ କହିଦେଲା ମୋତେ କିବା ଜଣା

ପଥ ଖୋଜି ଖୋଜି ବୁଦ୍ଧି ଯାଏ ହଜି

ନିଷ୍ଠୁର ଏ ଜନ କରିଅଛି ବଣା...........

ପଥକୁ କହିଲି ଦେଖା ମୋତେ ପଥ

ସେ ପଥେ ଚାଲିବି ମିଳେଇ ମୁଁ ପାଦ

ପଥ କହେ ଫେରି ଯାଆ

ଅବନ୍ଧୁ ଜୀବନ, ସ୍ୱାର୍ଥପର ମହୀ

ରଖିଅଛି ଖାଲି ମଉଳା ବିଷାଦ...........

ଶେଷରେ କହିଲି ହେ ଠାକୁର!

ଏ ମଣିଷକୁ ଟିକେ ସୁଧାର

ଠାକୁର କହିଲେ ଅସହାୟ ମୁଁ ଯେ

ମୋ ନାମେ ଚାଲିଛି ଘୋଡା ବେପାର......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance