STORYMIRROR

Rasmi Rekha Tripathy

Comedy Abstract Others

2.5  

Rasmi Rekha Tripathy

Comedy Abstract Others

ପ୍ରେମ ପାଇଁ କିଛି ବ୍ୟଙ୍ଗ

ପ୍ରେମ ପାଇଁ କିଛି ବ୍ୟଙ୍ଗ

1 min
28.2K


ଚାଟିଙ୍ଗ୍ ଡେଟିଙ୍ଗ୍     ଆମ କାଳେ ଥିଲେ

ଲାଗିଥାନ୍ତା ଆମ ପର

ଉଡି ଉଡି ଯାଇ       ପ୍ରେମ ରାଇଜରେ

କରିଥାନ୍ତୁ କେତେ ଘର (1)


ପ୍ରେମ ସବୁ ଆମ     ରହିଗଲା ଅଧା

ହସା ହସି ଇଶାରାରେ

କଥା ଦୁଇ ପଦ       ସମ୍ଭବ ନୋହିଲା

ବାପା ଭାଇଙ୍କ ଭୟରେ (2)


କେତେ ଯେ ଗୋଲାପ ଡାଇରୀ ଭିତରେ

ମଉଳିଲେ ସୁଖି ସୁଖି

କେତେ ଚିଠି ଲେଖା  ବେକାର ହୋଇଲା

ପକେଟ ଭିତରେ ରଖି (3)


ଭେଟାଭେଟି ହେଲେ ଏବେ ବି ମାଗନ୍ତି

ନମ୍ବରଟା ଟିକେ ଦିଅ

ହେଲେ ପିଲା ମୁହଁ    ବୁଢୀ ଚେହେରାରେ

କେମିତି ଖୋଜିବି କୁହ??? (4)

କୋଉଟା ସଉରୀ     କୋଉଟା ଗଉରୀ

କିଏ ବା ମତେ କହିବ ???

ପୁଅ ନାତିଙ୍କଠୁ       ମାଡ ଖାଇବାଟା

ନିଶ୍ଚୟ ସାର ହୋଇବ (5)



ପ୍ରମୋଦ କୁମାର ଜେନା ©



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy