STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମଦୁଆ ଭକ୍ତ

ମଦୁଆ ଭକ୍ତ

1 min
238


ଶିବ ମନ୍ଦିରେ ପହଞ୍ଚି ଗଲା

   ମଦୁଆ ଭକ୍ତଟିଏ,

ଷଣ୍ଢ ପଛରେ ପାଟି କମ୍ପେଇ

   ଶିବଙ୍କୁ କହୁଥାଏ।

ହ‌ଇରେ ଶିବ ଜବାବ ଦେ

  ପଚାରେ ଯାହା ତତେ,

କ‌ଅଣ ପାଇଁ ଏ ଅବିଚାର

  କଲୁ ତୁ ମୋର ସାଥେ?

ୟାକୁ ଦ‌ଉଚୁ‌ ତାକୁ ଦ‌ଉଚୁ

   ମୋତେ ଦେବାକୁ ନାହିଁ,

ଦେଖିବି ଆଜି କୁଆଡେ ଯିବୁ

   ମୋ କବଳୁ‌ ତୁହି।

ଭଲରେ ଯାହା ଦେଲୁ ତୁ ନାହିଁ

   ମନ୍ଦରେ‌ ତାହା ଦେବୁ,

କି କାଣ୍ଡ ଏଠି କରିବି ଆଜି

   ନିଜେ ଦେଖି ପାରିବୁ।

ତୋର ଦିନେକୁ ମୋହର ଦିନେ

   ଆଜି ତ ଦେଖି ନେବି,

ଗଞ୍ଜେଇ ଖାଇ ଶୋଇଚୁ କାହିଁ

   ତୋ ରଙ୍ଗ ଛଡେଇବି‌।

ଏକଥା କହି ଗୋଲିଆ ତହିଁ

   ମଦ ବୋତଲ କାଢ଼ି,

ଯାଆନ୍ତେ ଶିବ ଲିଙ୍ଗରେ ସିଏ

   ମଦ ଢାଳିବ ବୋଲି।

ଶିବ ଭାବିଲେ ଭଲା ମଦୁଆ

   କବଳେ ଗଲି ପଡ଼ି,

ମନ୍ଦିର ମୋର ମାରା‌ କରିବ

   ସର୍ବସ୍ବ ଦେବ ସାରି‌।

ଆଉ ସମ୍ଭାଳି ନ ହୋଇ ଶିବ

   ସ୍ଵଦେହେ‌ ଉଭା ହେଲେ,

ରହ ଗୋଲିଆ ବୁଝିବା କଥା

  ଏମନ୍ତ ପ୍ରବୋଧିଲେ।

ଗୋଲିଆ‌ କହେ କାହିଁକି ପୁଣି

   ଝିଅଟି ମୋତେ ଦେଲୁ,

ପୁତ୍ର ସୁଖରୁ କାହିଁକି ଶିବ

   ମୋତେ ବଞ୍ଚିତ କଲୁ?

ଶିବ କହିଲେ ତୁ ଏକ ପୁଅ

   କ'ଣ କରିଛୁ କହ,

ବାପା ତୋ ମଲା ପାଣି ଟୋପାଏ

   ଦେଲୁନି‌ ତାର ମୁହଁ।

ସେଇଥି ପାଇଁ ତୋର କୋଳରେ

   ଚାରୋଟି ଝିଅ ଦେଲି,

ଚାରୋଟି ଝିଅ ପୋଲିସ ହେବେ

   ସଫା ମୁଁ କହିଦେଲି‌।

ଏଥର ଫେରି ଯା'ଗୋଲିଆ

   ମଦ ବୋତଲ ଛାଡ଼ି,

ଝିଅ ଚାରୋଟି ପାଠ ପଢ଼ା ତୁ

   ନିଜ ବେପାର କରି‌।

ଗୋଲିଆ‌ ଶିବ ଦର୍ଶନ ପାଇ‌

   ଧନ୍ୟ ସେ ହୋଇଗଲା 

ଦୁଃଖ କଷ୍ଟରେ ଝିଅ ଚାରୋଟି

   ଶିକ୍ଷିତ କରାଇଲା‌।

ଜଣଙ୍କ ପରେ ଜଣେ ପୋଲିସ

   ଚାକିରି କରିଛନ୍ତି,

ଗୋଲିଆ‌ କିନ୍ତୁ ଜାଣିଛି ଏହା

    ଶିବଙ୍କ କରାମତି।

ପୁଅ ଓ ଝିଅ ଯଦି ସମାନ

   ଝିଅ ଅଧିକା ସ୍ନେହୀ,

ଜିଇଁବା ଯାଏ‌ ବାପା ମାଆଙ୍କୁ

  କେବେ ସେ ଭୁଲେ ନାହିଁ।

କନ୍ୟା ରତନ ଯେ ମୂଲ୍ୟବାନ

   ନିଅ ତାହାର ଯତ୍ନ,

ସେହି କନ୍ଯାଟି‌ ରଖିବ ମାନ

   ଦେଇ ତା' ପ୍ରତିଦାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy