ଇନ୍ଷ୍ଟାଗ୍ରାମ ମାନିଆ
ଇନ୍ଷ୍ଟାଗ୍ରାମ ମାନିଆ
ଘରେ ଘରେ ନାଚେ ଆଜି ଉଦଣ୍ଡି ସୀତା,
ଦେଖ ମୁଁ ଚଲାଉଛି ମୋବାଇଲରେ ଇନଷ୍ଟା ।
ମୁହେଁ ପାଉଡର କ୍ରିମ ଲଗାଇ,
ନାଲି ନେଳି ରଙ୍ଗର ଡ୍ରେସ ପିନ୍ଧି,
ଲୋକ ଲଜ୍ୟାକୁ ଗୋଡ଼େ ଏଡାଇ,
ବୁଲେ ଜାଗା ଜାଗା ସେଲ୍ଫି ଷ୍ଟିକ ଧରି ।
ଘରେ ଘରେ ନାଚେ ଆଜି ଉଦଣ୍ଡି ସୀତା,
ଦେଖ ମୁଁ ଚଲାଉଛି ମୋବାଇଲରେ ଇନଷ୍ଟା ।
ନା ମାନେ ବଡ଼ କି ସାନ,
ନ ଥାଏ ତାର ମୁଁହରେ ଲାଜ,
ଡେଉଁ ଥାଏ ସେ ମାଙ୍କଡ ପରି,
ସାଙ୍ଗେ ନେଇ ଥାଏ ବାଳୁଙ୍ଗା ଭାଇ ।
ଘରେ ଘରେ ନାଚେ ଆଜି ଉଦଣ୍ଡି ସୀତା,
ଦେଖ ମୁଁ ଚଳାଉଛି ମୋବାଇଲରେ ଇନଷ୍ଟା ।
ନାନା ରଙ୍ଗର ପୋଷ୍ଟର ମାରି,
ଲୋକଙ୍କ ସହ ନାନା ପ୍ରକାର ପ୍ରାଙ୍କ କରି,
ଅଭଦ୍ର ଭାଷାର ନିରନ୍ତର ପ୍ରୟୋଗ କରି,
ଚାଲିଛି ଫେମସ ହେବାର ନୂଆ ନୂଆ ପ୍ରଣାଳୀ ।
ଘରେ ଘରେ ନାଚେ ଆଜି ଉଦଣ୍ଡି ସୀତା,
ଦେଖ ମୁଁ ଚଲାଉଛି ମୋବାଇଲରେ ଇନଷ୍ଟା ।
