ମୋ କଳିଙ୍ଗ
ମୋ କଳିଙ୍ଗ
ଆଜି ବି ହସେ ମୋ କଳିଙ୍ଗ
ଆଉ ଖୋଜେ ତାର ଅତୀତ
ଆଜି ଲଢ଼ୁଛି ଗରିବ ଖାଦ୍ୟ ପାଇଁ
ଶିକ୍ଷକ ଶିକ୍ଷା ଦେବା ପାଇଁ ||
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ଆଜି ଏଠାରେ ଦେଖା ଯାଏ
ରାଜନୈତିକ ସଂଘର୍ଷ,
ଏଥି ପାଇଁ ଲାଗି ଯାଏ,
ଘରେ ଘରେ ଗାଁ ଗାଁ ମଝିରେ ସଂଘର୍ଷ,
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ବିଜ୍ଞାନ ପ୍ରଯୁକ୍ତି କୁ ପଛରେ ପକାଇ
ଧାର୍ମିକ କଳିରେ ଜୀବନ ଦେଇ
ରାଜନେତା ପାଲିଟିଛି ଏଠି କଳିଙ୍ଗର ରକ୍ଷକ,
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ଆଜି ହଜି ଯାଇଛି ଓଡିଶୀ, ଛଉ
ତା ସଂଗେ ଦେବଦାସୀ ନୃତ୍ୟ
ଆଉ ମାଡି ଆସିଛି ଆଧୁନିକ
ନଗ୍ନ ନୃତ୍ୟ ର ସ୍ରୋତ,
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ଆଜି ପୋଖରୀ ଗାଁ ତୁଠ
ଲାଗୁଛି ହା ହା କାର,
ଶୁଭୁନି ଗାଁ ର କୀର୍ତ୍ତନ ଖୋଳ
ଶୁଭୁଛି ଆଧୁନିକ ଡିଜେ ର
ପ୍ରଚଣ୍ଡ ରୋଦ୍ର ଗର୍ଜନ,
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ଆଜି ଆଉ ବହୁ ନାହିଁ
ଚାଷୀ ମୁଣ୍ଡର ଝାଳ
ତୁଣ୍ଡରେ ବାଜୁନି
ସେଇ ଆମ୍ବିଳ ପଖାଳ
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ଆଜି ଚାଷ ଜମି ସହ ବିଲ
ଦିଶୁନାହିଁ ଯେ ସବୁଜ
ମୋ ଓଡ଼ିଆ ଭାଇ
ଯାଉଛି ଖଟି ଯେ ଦାଦନ,
ତଥାପି ହସୁଛି ଆଜି ମୋ କଳିଙ୍ଗ ||
ତଥାପି ହସୁଛି ଆଜି ମୋ କଳିଙ୍ଗ ||
