Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Comedy Children

4.7  

Gobinda Chandra Sethi

Comedy Children

କୁନା ପ୍ରଶ୍ନ ଭୁଲ ନୁହେଁ !

କୁନା ପ୍ରଶ୍ନ ଭୁଲ ନୁହେଁ !

1 min
251



ପ୍ରଶ୍ନ ପରେ ପ୍ରଶ୍ନ କରେ

କୁନାଟା ମୋହର

ଥକି ଯାଏ ଦେବା ପାଇଁ

ଉତ୍ତର ତାହାର l

ଜାଣିବାର ଅଭିପ୍ରାୟ

କେତେ ତା'ର ମନେ

ଶୁଣିଥାଏ ଉତ୍ତରକୁ

ଦେଇ କରି ଧ୍ୟାନେ l

ପ୍ରଶ୍ନ କଲା କୁନାଦିନେ

ଦୀପ ଜଳେ ତେଲେ

ସୂର୍ଯ୍ୟ ଯଦି ଅଗ୍ନି ପିଣ୍ଡ

ଜଳେ କେଉଁ ତେଲେ l

ଦୀପ ଆମ ଲିଭିଯାଏ

ସରିଗଲେ ତେଲ

ସୂର୍ଯ୍ୟ କାହିଁ ଲିଭୁନାହିଁ

ଅଛି କେତେ ତେଲ l

ପୁଣି ଦିନେ ପଚାରିଲା

ଇଂଲିଶ ସଂଖ୍ୟା

ମୁଣ୍ଡ ମୋର ବିଗିଡିଲା

କଲି ନାହିଁ ବାଖ୍ୟା l

ଦୁଇ ଅଙ୍କେ ଶୂନ ଯଦି

ଟ୍ୱେଣ୍ଟି ଥାର୍ଟି ଫର୍ଟି..

ଏକ ଟାରେ ଶୂନ ଥାଇ

କାହିଁ ନୁହଁ ଟେଣ୍ଟି l

ଇତିହାସ କହେ ଯଦି 

ମାଙ୍କଡ଼ୁ ମଣିଷ

ଏବେ କାହିଁ ହେଉନାହିଁ

ମାଙ୍କଡ଼ ମଣିଷ l 

ଏହିପରି କୁନା ମୋର

କହି ଚାଲେ ପ୍ରଶ୍ନ

ଉତ୍ତରଟା ଆସେ ନାହିଁ

ଲାଗଇ ବିଷଣ୍ଣ l

ମନେ ମନେ ଭାବିଥିଲି

ଏତେ ଛୋଟ ପିଲା

ପ୍ରଶ୍ନଟାକୁ ପଚାରିକି

କରୁଅଛି ପାଲା l

କୁନା ପ୍ରଶ୍ନ ତୁଚ୍ଛ ନୁହେଁ 

ଅଛି ତା'ର ଜ୍ଞାନ

ଉତ୍ତରକୁ ନ ଦେଇକି

କହୁଛି ଅଜ୍ଞାନ l

କୁନା ମୋର ଛୋଟ ପିଲା

ଆଶା ଅସୁମାରୀ

ପ୍ରଶ୍ନ ତା'ର ଭୁଲନୁହେଁ

ଜିଜ୍ଞାସାର ଧାରୀ l

ଭୁଲ୍ କେବେ କୁହ ନାହିଁ

ଭାବି ଛୋଟ ହୀନ

ଭବିଷ୍ୟତ ଦେଶ ପାଇଁ

ରଖିବ ସେ ମାନ l


Rate this content
Log in

Similar oriya poem from Comedy