Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Comedy

4  

Bishnupriya Panda

Comedy

ଵିଜ୍ଞାପନ

ଵିଜ୍ଞାପନ

1 min
366



ବ୍ୟସ୍ତ ବହୁଳତା ମାନବ ଜୀବନ

ସମୟ ନାହିଁ କା ଠାରେ

ସମୟ ଟିକକ ନଷ୍ଟ କରିବାକୁ

ମାନବ ସମାଜ ଡରେ l

କର୍ମ ମିଳେ ଯାକୁ କର୍ମ କରିଯାଏ

କାମ ନ ମିଳଇ ଯାକୁ

ବସି ବସି ବ୍ୟସ୍ତ ବିରକ୍ତ ହୋଇଲେ

ଯାଏ ଟି ଭି ଦେଖିବାକୁ l

ଫୋନ ଓ ଟି ଭି ହୋଇଛି ତିଆରି

ସମୟ ଖାଇ ସେ ବଞ୍ଚେ

କାମ ଥିଲା ଲୋକ କାମ ହିଁ କରନ୍ତି

ବୋକା ତ ସମୟ ସଞ୍ଚେ l

କାମ ନାହିଁ ବୋଲି ଟି ଭି ଦେଖିବାକୁ

ଯଦି ବଳାଇବ ମନ

ଟି ଭି ଆଉ ଫୋନ ଖୋଲିଲା ବେଳକୁ

କେବଳ ହିଁ ଵିଜ୍ଞାପନ l

ଵିଜ୍ଞାପନ ଯୁଗ ଚାଲିଛି ଏବେତ

ବିନା ଵିଜ୍ଞାପନେ କେହି

ଗଛରୁ ବି ପତ୍ର ହଲାଇ ନପାରେ

ଵିଜ୍ଞାପନ ଯୁଗ ଏହି l

ରାଜନୀତି ଆଉ ବ୍ୟବସାୟ ପାଇଁ

ଏହା ନିତ୍ୟାନ୍ତ ଜରୁରୀ

ଶିକ୍ଷକ ଓ ଶିକ୍ଷାନୀତି ପାଇଁ ମଧ୍ୟ

ଵିଜ୍ଞାପନ ରୁହେ ଜାରି l

ଧାରା ବାହିକ କାର୍ଯ୍ୟକର୍ମ ଟିଏ

ଦେଖୁଥିଲେ ମନ ଦେଇ

ଵିଜ୍ଞାପନ ଟିଏ ତାହାର ମଧ୍ୟକୁ

ପଶିଯାଏ ତ ଧସାଇ l

ଧାରାବାହିକ ରେ ତିରିଶି ମିନିଟ

ସମୟ ଯଦ୍ୟପି ହୁଏ

ପନ୍ଦର ମିନିଟ ସମୟ ତହିଁରୁ

ଵିଜ୍ଞାପନ ନେଇଯାଏ l

ଵିଜ୍ଞାପନ ମାଧ୍ୟ୍ୟମରେ ପୁଣି ଚାଲେ

ଲୋକକୁ ଠକିବା କାମ

ଏହାର ଖର୍ଚ୍ଚ ତ ବହନ କରନ୍ତି

ଗ୍ରାହକ ମାନେ ତ ପୁଣ l



Rate this content
Log in

Similar oriya poem from Comedy