STORYMIRROR

Bhagabat Sahoo

Comedy Others

4  

Bhagabat Sahoo

Comedy Others

ତାଙ୍କ ବାହାରେ ପଛରୁ ଛେର (ବ୍ୟାଙ୍ଗ)

ତାଙ୍କ ବାହାରେ ପଛରୁ ଛେର (ବ୍ୟାଙ୍ଗ)

1 min
263


ଆମ ଭାରତକ୍ରିକେଟ ଦଳ

ନିର୍ବଳ ଉପରେ ଦେଖାନ୍ତି ବଳ

ବଳୁଆ ଦେଖିଲେ କଳ ପାଆନ୍ତିନି

ତାଙ୍କ ବାହାରେ ପଛରୁ ଛେର ।

ମାଇପ ଆଗରେ ଫୁଟାଣି ମାରନ୍ତି

ଆମେ କ ସିଲୁ ଏମିତି ମାଡ଼

ବ୍ୟାଟ ଆମର ଫାଟି ଦୁଇ ଫାଳ

ଛେଚରା ହୋଇଲା ବିରୋଧୀଙ୍କ ମୁହଁ

ମୁହଁ ଲୁଚାନ୍ତି ସେ ଲାଜର ।

ସତ କଥା ଯେବେ ସାମ୍ନାକୁ ଆସ ଇ

ଘୋଡେଇ ହୁଅନ୍ତି କମଳ

ଘର ଲୋକ ଯଦି ପଚାରନ୍ତି ତାଙ୍କୁ

କଣ ହେଇଛି ତୁମର ।

ଥୁରୁ ଥୁରୁ ହୋଇ ମିଛରେ କହନ୍ତି

 ମୋତେ ରାତିସାରାଥିଲା ଜର

ବ୍ୟାଟ ହାତରେ ଧରି ପାରିଲିନି

ଆଉଟୁ ହେଲିମୁ ଜିରୋର ।

ଧନ୍ୟ ଆମ ସରକାର

ମିଛରେ ପୋଷନ୍ତି ଗଧୀଆ ମାନଙ୍କୁ

କରି ରାଜ କୋଷ ଖୋଳ

କୁହେ ଇଏ ପହିଁଲି ମାନ ମୋର ।

ରାତିସାରା ଇଏ ପହରା ଦେଉଛି

ନିଦ ନାହିଁ ତାର ଆଖିର

ଦେଖିଲା ବେଳକୁ ଦୁଆର ମୁକୁଳା

ସବୁ ବୋହି ନେଲା ଚୋର

କହିବାକୁ ଲାଜ ଦେଖିବାକୁ ଲାଜ

ଦେଖି ଅଯୋଗ୍ୟ ଙ୍କ ଖେଳ

ଦୁଇ ଶହ ଚାଳିଶେ ଅଲ ଆଉଟ

ଖେଳ ହେଇ ଗଲା ଓଭର ।

କଙ୍ଗାରୁ ଦଳଙ୍କ ବ୍ୟାଟ ମାଡ଼ରେ

ହୋଇଗଲେ ଛି ନି ଛତର

ଚଉକା ଛକାରେ ବାଜି ମାରି ନେଲେ

ବିଶ୍ୱକପ କୁ ଖୁସିର ।

ଭକୁଆ ହେଇକି ଦେଖିଲା ରୋହିତ

ଧିକ କ୍ୟାପଟନ ଆମର

ସାରା ଦେଶ ବାସୀ ମୁଣ୍ଡ ନଇଁ ଗଲା

କଙ୍ଗାରୁ ଦଳଙ୍କ ପାଖର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy